ଚହଲ୍ ଚମକରେ ଫସିଲା ଦକ୍ଷିଣ ଆଫ୍ରିକା, ଟିମ୍ ଇଣ୍ଡିଆକୁ ୨୨୮ ରନ୍‌ର ଟାର୍ଗେଟ୍

ସାଉଥହାମ୍ପଟନ୍: ପୁଣି ସ୍ପିନ୍ ଆଗରେ ଆଣ୍ଠେଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ତୃତୀୟ ମୁକାବିଲାରେ ଆହୁରି ଖରାପ ପ୍ରଦର୍ଶନ କରିଛି। ଭାରତୀୟ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ଯାଦୁଗରୀ ସ୍ପିନ୍ ଆଗରେ ଦକ୍ଷିଣ ଆଫ୍ରିକା ଆତ୍ମସମର୍ପଣ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୭ ରନ୍ କରିଛି। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଭାରତକୁ ମୁକାବିଲା ଜିତିବା ପାଇଁ ୨୨୮ ରନ୍ […]

ind

ind

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 06:46 PM IST

Sports

Latest News

ସାଉଥହାମ୍ପଟନ୍: ପୁଣି ସ୍ପିନ୍ ଆଗରେ ଆଣ୍ଠେଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ତୃତୀୟ ମୁକାବିଲାରେ ଆହୁରି ଖରାପ ପ୍ରଦର୍ଶନ କରିଛି। ଭାରତୀୟ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ଯାଦୁଗରୀ ସ୍ପିନ୍ ଆଗରେ ଦକ୍ଷିଣ ଆଫ୍ରିକା ଆତ୍ମସମର୍ପଣ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୭ ରନ୍ କରିଛି। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଭାରତକୁ ମୁକାବିଲା ଜିତିବା ପାଇଁ ୨୨୮ ରନ୍ କରିବାକୁ ପଡ଼ିବ।

ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭକ ଝଟକା ଦେଇଥିଲେ ବିଶ୍ୱର ଏକ ନମ୍ବର ପେସ୍ ବୋଲର ଯଶପ୍ରୀତ ବୁମ୍ରା। ମଧ୍ୟକ୍ରମରେ ଚହଲ୍ ଦକ୍ଷିଣ ଆଫ୍ରିକାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। କିନ୍ତୁ ଶେଷଭାଗରେ କ୍ରିସ୍ ମୋରିସ ଓ କାଗିସୋ ରବାଡାଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୨୭ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ଚହଲ୍ ୫୧ ରନ୍ ଦେଇ ୪ଟି ଏବଂ ବୁମ୍ରା ଓ ଭୁବନେଶ୍ୱର କୁମାର ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

ରୋଜ ବାଉଲରେ ଅନୁଷ୍ଠିତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ବିରାଟଙ୍କ ଟିମ୍ ଭୁଲ୍ ପ୍ରମାଣିତ କରିଥିଲା । ମ୍ୟାଚର ଚତୁର୍ଥ ଓଭରରେ ବୁମ୍ରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଆହତ ପରେ ଟିମକୁ ଫେରିଥିବା ଅଭିଜ୍ଞ ହାଶିମ୍ ଆମଲା ମାତ୍ର ୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ବୁମ୍ରାଙ୍କ ଆଉଟ୍ ସୁଇଂ ବଲକୁ ବୁଝିନପାରି ଆମଲା ସ୍ଲିପରେ ରୋହିତ୍ ଶର୍ମାଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଏହା ପରେ ଅନ୍ୟତମ ଓପ୍ନର କ୍ୱିଣ୍ଟନ୍ ଡି'କକ୍(୧୦) ମଧ୍ୟ ବୁମ୍ରାଙ୍କ ଆଉଟ୍ ସୁଇଂର ଶିକାର ହୋଇଥିଲେ। ଦକ୍ଷିଣ ଆଫ୍ରିକା ସ୍କୋର ୨୪ ଥିବା ବେଳେ ଡି'କକଙ୍କ କ୍ୟାଚ୍ ଥାର୍ଡ ସ୍ଲିପରେ କ୍ୟାପଟେନ୍ ବିରାଟ କୋହଲି ଧରିଥିଲେ। ଲଗାତାର ଦୁଇଟି ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ସ୍ଥିତିକୁ ସମ୍ଭାଳିଥିଲେ କ୍ୟାପଟେନ୍ ଡ୍ୟୁପ୍ଲେସିସ୍ ଓ ଭାନ୍ ଡର୍ ଡୁସେନ୍। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୫୪ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ିକୁ ଚହଲ୍ ଭାଙ୍ଗିବାରେ ସଫଳ ହୋଇଥିଲେ।

ଚହଲ ନିଜର ଦ୍ୱିତୀୟ ଓଭରରେ ହିଁ ଉଭୟ ସେଟ୍ ବ୍ୟାଟ୍ସମ୍ୟାନ୍ କ୍ଲିନ୍ ବୋଲ୍ଡ କରି ଭାରତକୁ ଲଗାତାର ଦୁଇଟି ସଫଳତା ଦେଇଥିଲେ। ଡ୍ୟୁପ୍ଲେସିସ୍ ୫୪ ବଲରେ ୪ ଚୌକା ସହ ୩୮ ଓ ଡୁସେନ୍ ୨୨ ରନ୍ କରିଥିଲେ। ବାମହାତୀ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜେପି ଡୁମିନି (୩)ଙ୍କୁ କୁଲଦୀପ ଯାଦବ ଏଲବିଡବ୍ଲ୍ୟୁ ଆଉଟ୍ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ଡେଭିଡ୍ ମିଲର ଓ ଆଣ୍ଡିଲେ ଫେଲୁକୱାୟୋ ପୁଣିଥରେ ଟିମ୍ ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଚହଲଙ୍କ ସ୍ପିନକୁ ପରଖିରେ ଭୁଲ୍ କରି ବସିଥିଲେ ମିଲର।

ସ୍କୋର ୧୩୫ ଥିବା ବେଳେ ମିଲରଙ୍କୁ ଚହଲ୍ କଟ୍ ଆଣ୍ଡ ବୋଲ୍ଡ କରିଥିଲେ। ମିଲର୍ ୪୦ ବଲରେ ୩୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହା ପରେ ଫେଲୁକୱାୟୋ (୩୪)ଙ୍କୁ ମଧ୍ୟ ନିଜର ଶିକାର ବନାଇ ଦକ୍ଷିଣ ଆଫ୍ରିକାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହି ସମୟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ୧୫୮ ରନ୍ କରିଥିଲା ଏବଂ ଟିମ୍ ସ୍କୋର ୨୦୦ ଅତିକ୍ରମ କରିବା ନେଇ ଆଶଙ୍କା ଦେଖା ଦେଇଥିଲା।

କିନ୍ତୁ ଅଲରାଉଣ୍ଡର କ୍ରିସ୍ ମୋରିସ୍ ଦୃଢ଼ତାର ସହ ବ୍ୟାଟିଂ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକାକୁ ୨୦୦ ଅତିକ୍ରମ କରାଇଥିଲେ। ତାଙ୍କୁ କାଗିସୋ ରବାଡା ଭରପୂର ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୬୬ ରନର ଯୋଗଦାନ କରିଥିଲେ। ମୋରିସ୍ ୩୪ ବଲରେ ୧ ଚୌକା ଓ ୨ ଛକା ସହ ୪୨ ରନ୍ କରି ଅନ୍ତିମ ଓଭରରେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ରବାଡା ୩୫ ବଲରେ ୨ ଚୌକା ସହ ୩୧ ରନ୍ କରି ଅପରାଜିତ ଥିଲେ। ଅନ୍ତିମ ବଲରେ ଇମ୍ରାମ୍ ତାହିର୍ (୦)ଙ୍କୁ ଭୁବି ଆଉଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story