ମନଇଚ୍ଛା ଧୋଇଲେ ବେୟାରଷ୍ଟୋ ଓ ଷ୍ଟୋକ୍ସ, ହାରିଲା ଭାରତ

ପୁଣେ: ପ୍ରଥମ ମ୍ୟାଚରେ ହାରିଥିବା ଇଂଲଣ୍ଡ କ୍ରିକେଟ୍ ଟିମ୍ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ବାଜି ମାରିନେଇଛି। ଜନ୍ନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଂଲଣ୍ଡ ଟିମ୍ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିଛି। ସିରିଜର ନିର୍ଣ୍ଣାୟକ କଥା ତୃତୀୟ ମ୍ୟାଚ୍ ରବିବାର ଖେଳାଯିବ। ପ୍ରଥମ ମ୍ୟାଚରେ ଯେଉଁ ବୋଲିଂ ଦମରେ ଭାରତ ବିଜୟୀ ହୋଇଥିଲା, ଆଜି […]

india-vs-england

india-vs-england

Ranjit Kumar Jena
  • Published: Friday, 26 March 2021
  • Updated: 26 March 2021, 09:37 PM IST

Sports

Latest News

ପୁଣେ: ପ୍ରଥମ ମ୍ୟାଚରେ ହାରିଥିବା ଇଂଲଣ୍ଡ କ୍ରିକେଟ୍ ଟିମ୍ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ବାଜି ମାରିନେଇଛି। ଜନ୍ନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଂଲଣ୍ଡ ଟିମ୍ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିଛି। ସିରିଜର ନିର୍ଣ୍ଣାୟକ କଥା ତୃତୀୟ ମ୍ୟାଚ୍ ରବିବାର ଖେଳାଯିବ। ପ୍ରଥମ ମ୍ୟାଚରେ ଯେଉଁ ବୋଲିଂ ଦମରେ ଭାରତ ବିଜୟୀ ହୋଇଥିଲା, ଆଜି ସେହି ବୋଲିଂ ଘରୋଇ ଦଳକୁ ଦେଇ ଶୋଚନୀୟ ପରାଜୟ। ଭାରତ ପ୍ରଥମେ ବ୍ୟାଟିଂ କରି ଲୋକେଶ ରାହୁଲଙ୍କ ଶତକ ଓ ଋଷଭ ପନ୍ତଙ୍କ ବିସ୍ଫୋରକ ଇନିଂସ୍ ବଳରେ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ଟିମ୍ ମାତ୍ର ୪୩.୩ ଓଭରରେ ୪ ୱିକେଟ୍ ହରାଇ ୩୩୭ ରନ୍ କରି ମ୍ୟାଚକୁ ଜିତି ନେଇଛି।

ଇଂଲଣ୍ଡ ପାଇଁ ଜବରଦସ୍ତ ବ୍ୟାଟିଂ କରିଛନ୍ତି ବେୟାରଷ୍ଟୋ ଓ ଷ୍ଟୋକ୍ସ। ପୂର୍ବ ମ୍ୟାଚରେ ନର୍ଭସ ୯୦ର ଶିକାର ହୋଇଥିବା ବେୟାରଷ୍ଟୋ ଶତକ ମାରିଥିବା ବେଳେ ଷ୍ଟୋକ୍ସ ବଞ୍ଚିତ ହୋଇଥିଲେ। ବେୟାରଷ୍ଟୋ ୧୧୨ ବଲରେ ୧୧ ଚୌକା ଓ ୭ ଛକା ସହ ୧୨୪ ଏବଂ ଷ୍ଟୋକ୍ସ ମାତ୍ର ୫୨ ବଲରେ ୪ ଚୌକା ଓ ୧୦ ଛକା ସହ ୯୯ ରନ୍ କରି ଶତକରୁ ବଞ୍ଚିତ ହୋଇଛନ୍ତି। ଜେସନ୍ ରୟ ୫୫ (୫୨ ବଲ୍, ୭ ଚୌକା ଓ ୧ ଛକା) ରନ୍ କରି ଆଉଟ୍ ହେବା ପରେ ଷ୍ଟୋକ୍ସ ଓ ବେୟାରଷ୍ଟୋ ମନଇଚ୍ଛା ଭାରତୀୟ ବୋଲରଙ୍କୁ ଧୁଲେଇ କରିଥିଲେ। ବିଶେଷକରି ଭାରତର ଦୁଇ ସ୍ପିନର କୁଲଦୀପ ଯାଦବ ଓ କୃନାଲ୍ ପାଣ୍ଡ୍ୟାଙ୍କୁ ଟାର୍ଗେଟ୍ କରିଥିଲେ ଏହି ଦୁଇ ଇଂଲିଶ ବ୍ୟାଟ୍ସମ୍ୟାନ୍।

ଷ୍ଟୋକ୍ସ ଏକ ସମୟରେ ୪୦ ବଲରେ ୫୦ ରନ୍ କରିଥିଲେ। କିନ୍ତୁ ଏହା ପରେ ଷ୍ଟୋକ୍ସ ଛକା ବର୍ଷା କରିଥିଲେ ଏବଂ ପରବର୍ତ୍ତୀ ୧୧ ବଲରେ ୪୯ ରନ୍ କରି ଶତକର ନିକଟତର ହୋଇଥିଲେ। ହେଲେ ଶତକରୁ ମାତ୍ର ୧ ରନ୍ ଦୂରରେ ଥିବା ବେଳେ ଷ୍ଟୋକ୍ସଙ୍କୁ ଭାରତର ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାର ଆଉଟ୍ କରିଥିଲେ। ପରେ ପରେ ବେୟାରଷ୍ଟୋଙ୍କ ୱିକେଟ୍ ନେଇଥିଲେ ପ୍ରସିଦ୍ଧ କ୍ରିଷ୍ଣା। ଜୋସ୍ ବଟଲର ଖାତା ଖୋଲିପାରିନଥିଲେ। ଡେବ୍ୟୁଟାଣ୍ଟ ଲିଆମ୍ ଲିଭିଙ୍ଗଷ୍ଟୋନ୍ (୨୭) ଓ ଡାୱିଡ୍ ମଲାନ୍ (୧୬) ଅପରାଜିତ ରହି ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଭାରତ ପକ୍ଷରୁ କ୍ରିଷ୍ଣା ୨ଟି ଓ ଭୁବନେଶ୍ୱର ଗୋଟିଏ ୱିକେଟ୍ ନେଇଥିଲେ।

ଭାରତ ପକ୍ଷରୁ ଦୁଇ ଓପ୍ନର ବିଫଳ ହୋଇଥିବା ବେଳେ ରାହୁଲ, କୋହଲି ଓ ପନ୍ତ ଜବରଦସ୍ତ ବ୍ୟାଟିଂ କରିଥିଲେ। ଟି-୨୦ ସିରିଜରେ ନିରାଶ କରିଥିବା ରାହୁଲ୍ ଆଜି ୧୦୮ ରନର ଶତକୀୟ ଇନିଂସ୍ ଖେଳିଛନ୍ତି। ସେହିପରି ପନ୍ତ ୪୦ ବଲରେ ୩ ଚୌକା ଓ ୭ ଛକା ସହ ୭୭ ଓ କୋହଲି ୬୬ (୭୯ ବଲ୍, ୩ ଚୌକା ଓ ୧ ଛକା) ରନ୍ କରିଛନ୍ତି। ଶେଷକ୍ରମରେ ହାର୍ଦ୍ଦିକ ଦ୍ରୁତ ରନ୍ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଛନ୍ତି। ହାର୍ଦ୍ଦିକ ମାତ୍ର ୧୬ ବଲରେ ୧ ଚୌକା ଓ ୪ ଛକା ସହ ୩୫ ରନ୍ କରିଛନ୍ତି।

ତେବେ ଭାରତର ଆରମ୍ଭ ଖରାପ ରହିଥିଲା। ପ୍ରଥମ ମ୍ୟାଚରେ ମାତ୍ର ୨ ରନ୍ ପାଇଁ ଶତକରୁ ବଞ୍ଚିତ ରହିଥିବା ଶିଖର ଧୱନ୍ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଧୱନଙ୍କୁ ରିସ୍ ଟପଲେ ଆଉଟ୍ କରିଥିଲେ। ଅନ୍ୟତମ ଓପ୍ନର ରୋହିତ୍ ଶର୍ମା ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୨୫ ରନ୍ (୫ ଚୌକା) ରନ୍ କରି ସାମ୍ କୁରାନଙ୍କ ଶିକାର ହୋଇଥିଲେ।

କୋହଲି ଓ ରାହୁଲ ତୃତୀୟ ୱିକେଟ୍ ପାଇଁ ୧୨୧ ରନର ଭାଗିଦାରୀ କରିଥିଲେ। କୋହଲିଙ୍କୁ ଭ୍ରମଣକାରୀ ଦଳର ସ୍ପିନର ଆଦିଲ୍ ରଶିଦ୍ ପ୍ୟାଭିଲିୟନ୍ ପଠାଇଥିଲେ। କୋହଲି ୭୯ ବଲରେ ୬୬ ରନ୍ (୩ ଚୌକା ଓ ୧ ଛକା) କରିଥିଲେ। ଶ୍ରେୟସ ଆୟରଙ୍କ ସ୍ଥାନରେ ସୁଯୋଗ ପାଇଥିବା ଋଷଭ ପନ୍ତ ଚମତ୍କାର ବ୍ୟାଟିଂ କରିଥିଲେ। ପନ୍ତ ପୁଣିଥିଲେ ଇଂଲିଶ ଟିମର ବୋଲରଙ୍କୁ ନିର୍ଧୁମ ଧୁଲେଇ କରିଥିଲେ ଏବଂ ରାହୁଲଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୧୩) ପାର୍ଟନରଶିପ୍ କରିଥିଲେ।

ରାହୁଲ୍ ୧୦୮ ବଲରେ କ୍ୟାରିୟରର ପଞ୍ଚମ ଶତକ ମାରିଥିଲେ। କିନ୍ତୁ ଶତକ ପରେ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଟମ୍ କୁରାନ୍। ରାହୁଲଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହାର୍ଦ୍ଦିକ ମଧ୍ୟ ଆସୁ ଆସୁ ବ୍ୟାଟ୍ ଚଲାଇଥିଲେ। ଭାରତର ସ୍କୋର ୩୦୮ ଥିବା ବେଳେ ପନ୍ତଙ୍କୁ ଟମ୍ କୁରାନ୍ ଆଉଟ୍ କରିଥିଲେ। ହାର୍ଦ୍ଦିକଙ୍କୁ ଇନିଂସର ଅନ୍ତିମ ଓଭରରେ ଟପଲେ ଆଉଟ୍ କରିଥିବା ବେଳେ ଡେବ୍ୟୁ ମ୍ୟାଚରେ କମାଲ୍ କରିଥିବା କୃନାଲ୍ ପାଣ୍ଡ୍ୟା ୧୨ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ରୀସ୍ ଟପଲେ ଓ ଟମ୍ କୁରାନ୍ ୨ଟି ଲେଖାଏ ୱିକେଟଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story