ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ପାରାମାଉଣ୍ଟ ୧୦ ୱିକେଟରେ ଟାଉନ୍ କ୍ଲବକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟାଉନ୍ କ୍ଲବ୍ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ୯ ୱିକେଟ୍ ହରାଇ ୧୧୭ ରନ୍ କରିଥିଲା।
ଦଳ ପକ୍ଷରୁ ଜୀବନ ଜ୍ୟୋତି ରାଣା ୪୦, ରୁଦ୍ର ପ୍ରସାଦ ମିଶ୍ର ୩୨, ଆୟୂଷ ଅମ୍ଲାନ ୨୪ ରନ୍ କରିଥିଲେ। ପାରାମାଉଣ୍ଟ ପକ୍ଷରୁ ଶେକ୍ ନକୀମ୍ ମାତ୍ର ୧୩ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ସୟଦ ତୌଫିଲ ଓ ଟି. ଦେ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।
୧୨୦ ରନର ଲକ୍ଷ୍ୟକୁ ପାରାମାଉଣ୍ଟ ୨୦.୩ ଓଭରରେ ବିନା ୱିକେଟ୍ ହରାଇ ହାସଲ କରିନେଇଛି। ଦଳର ଦୁଇ ଓପ୍ନର ସିଦ୍ଧାର୍ଥ ଶଙ୍କର ୫୬ ଓ ସ୍ୱାଗତ ସୌରଭ ୫୦ ରନ୍ କରି ଅପରାଜିତ ଥିଲେ। ପାରାମାଉଣ୍ଟ ପକ୍ଷରୁ ଶେକ ନକୀବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ତାଙ୍କୁ ପୂର୍ବତନ ରଣଜୀ କ୍ରିକେଟର ସୌରଭ ସେହଗଲ୍ ପୁରସ୍କୃତ କରିଥିଲେ। ଖେଳକୁ ଚନ୍ଦ୍ରମୋହନ ବରାଳ ଓ ସୁଶାନ୍ତ ଦାଶ ପରିଚାଳନା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ହର୍ଷ ଭୋଗଲେ ଓ ସାଇମନ ଡୁଲଙ୍କୁ ବ୍ୟାନ କରିବ କି ବିସିସିଆଇ?
ଘରୋଇ ଟିମ ବଦଳରେ କ୍ୟୁରଟର୍ସ ପ୍ରତିପକ୍ଷ ଟିମକୁ ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରୁଥିବା ସେମାନେ କହିଥିଲେ।

Cricket
ବିସିସିଆଇର ବାର୍ଷିକ ଚୁକ୍ତି: କାହାର ହେଲା ପ୍ରମୋସନ, କିଏ ହରାଇଲେ କଣ୍ଟ୍ରାକ୍ଟ?
ରୋହିତ, ବିରାଟ ଓ ଜାଡେଜା ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ଏହି ଫର୍ମାଟରୁ ଅବସର ନେଇ ସାରିଛନ୍ତି। ଏବେ ୩ ଖେଳାଳି କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଭାରତ ପାଇଁ ଖେଳୁଛନ୍ତି। ତଥାପି ଏହି ୩ ଖେଳାଳତଙ୍କୁ ଏ+ କ୍ୟାଟାଗୋରୀରେ ରଖାଯାଇଛି।

Cricket
ବର୍ଷକ ଭିତରେ କେମିତି ନିଜ ବ୍ୟାଟିଂକୁ ପୂରା ବଦଳାଇ ଦେଲେ କେଏଲ ରାହୁଲ?
୨୦୨୪ ଏପ୍ରିଲର କେଏଲ ରାହୁଲ ଓ ୨୦୨୫ ଏପ୍ରିଲର କେଏଲ ଆଦୌ ସମାନ ନୁହନ୍ତି। ସେହିପରି ଏପରି ପରିବର୍ତ୍ତନର ଆବଶ୍ୟକତା ମଧ୍ୟ ରହିଥିଲା।

Cricket
ଇତିହାସରେ ପ୍ରଥମ: କେମିତି ସଚିନଙ୍କୁ ପଛରେ ପକାଇଲେ ରଜତ ପାଟିଦାର?
୯୬ ରନର ଟାର୍ଗେଟକୁ ପିଛା କରିବା ପଞ୍ଜାବ ପାଇଁ ମଧ୍ୟ ସହଜ ହୋଇ ନଥିଲା। ଦଳ ୫ ୱିକେଟ ହରାଇଥିଲା। କିନ୍ତୁ ଶେଷରେ ୧୧ ବଲର ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲା।

Cricket
ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ପାକିସ୍ତାନ: କାହିଁକି ଭାରତ ଓ ବିସିସିଆଇର ଚିନ୍ତା ବଢ଼ିଲା?
ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ, ଥାଇଲ୍ୟାଣ୍ଡ ଓ ପାକିସ୍ତାନକୁ ନେଇ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟା ଚାଲିଛି।