ରୋହିତଙ୍କ ଦମଦାର ୧୬୧, ପ୍ରଥମ ଦିନରେ ଭାରତ ୩୦୦/୬

ଚେନ୍ନେଇ: ଟର୍ଣ୍ଣିଂ ଟ୍ରାକ୍‌ରେ ଦମଦାର ବ୍ୟାଟିଂ କରିଛନ୍ତି ଟିମ୍‌ ଇଣ୍ଡିଆର ହିଟମ୍ୟାନ୍‌ ରୋହିତ ଶର୍ମା। ପ୍ରଥମ ଟେଷ୍ଟରେ ଫେଲ ହୋଇଥିବା ରୋହିତ ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମତ୍କାର ଶତକ ହାସଲ କରିଛନ୍ତି। ରୋହିତଙ୍କ ୧୬୧ ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଦାୟିତ୍ୱପୂର୍ଣ୍ଣ ୬୭ ରନ୍‌ ବଳରେ ଭାରତ ପ୍ରଥମ ଦିନରେ ୬ ୱିକେଟ ହରାଇ ୩୦୦ ରନ୍‌ କରି ନେଇଛି। ପ୍ରଥମ ଦିନରେ ୮୮ ଓଭର ଖେଳ ହୋଇଛି। ଷ୍ଟମ୍ପ ଅପସାରଣ ବେଳକୁ […]

Rohit

Rohit

Hemant Lenka
  • Published: Saturday, 13 February 2021
  • Updated: 13 February 2021, 05:30 PM IST

Sports

Latest News

ଚେନ୍ନେଇ: ଟର୍ଣ୍ଣିଂ ଟ୍ରାକ୍‌ରେ ଦମଦାର ବ୍ୟାଟିଂ କରିଛନ୍ତି ଟିମ୍‌ ଇଣ୍ଡିଆର ହିଟମ୍ୟାନ୍‌ ରୋହିତ ଶର୍ମା। ପ୍ରଥମ ଟେଷ୍ଟରେ ଫେଲ ହୋଇଥିବା ରୋହିତ ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମତ୍କାର ଶତକ ହାସଲ କରିଛନ୍ତି। ରୋହିତଙ୍କ ୧୬୧ ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଦାୟିତ୍ୱପୂର୍ଣ୍ଣ ୬୭ ରନ୍‌ ବଳରେ ଭାରତ ପ୍ରଥମ ଦିନରେ ୬ ୱିକେଟ ହରାଇ ୩୦୦ ରନ୍‌ କରି ନେଇଛି। ପ୍ରଥମ ଦିନରେ ୮୮ ଓଭର ଖେଳ ହୋଇଛି। ଷ୍ଟମ୍ପ ଅପସାରଣ ବେଳକୁ ଋଷଭ ପନ୍ତ ୩୩ ଓ ଡେବ୍ୟୁଟାଣ୍ଟ ଅକ୍ଷର ପଟେଲ ୫ ରନ୍‌ କରି ଅପରାଜିତ ରହିଛନ୍ତି।

ଇଂଲିଶ ଟିମ୍‌ ପ୍ରଥମ ସେସନରେ ୩ଟି ୱିକେଟ ଦଖଲ କରିଥିବା ବେଳେ ଶେଷ ସେସନରେ ମଧ୍ୟ ୩ଟି ୱିକେଟ ନେଇଛି। ଲଞ୍ଚରୁ ଚା’ ପାନ ବିରତି ମଧ୍ୟରେ ଦଳ ଗୋଟିଏ ବି ୱିକେଟ ପାଇ ନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଂଲିଶ ବୋଲରମାନେ ୮୮ ଓଭର ବୋଲିଂ କରି ଥିଲେ ହେଁ ଗୋଟିଏ ହେଲେ ବି ଅତିରକ୍ତ ରନ୍‌ ବ୍ୟୟ କରିନାହାନ୍ତି। ଏହାର ଅର୍ଥ ବୋଲରମାନେ ୱାଇଡ, ନୋ, ଲେଗ ବାଇ କିମ୍ବା ବାଇ ରନ୍‌ ଦେଇନାହାନ୍ତି।

ଆଜି ଚେନ୍ନାଇର ଚେପକରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ସ୍କୋର ବୋର୍ଡ ଖୋଲିବା ପୂର୍ବରୁ ଓପନର ଶୁବମନ ଗିଲ୍‌ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଯୁବ ବୋଲର ଓଲି ଷ୍ଟୋନ ନେଇଥିଲେ। ଏହାପରେ ରୋହିତ ଓ ଚେତେଶ୍ୱର ପୂଜାରା ନିଜର ଯାଦୁ ଦେଖାଇଥିଲେ। ବିଶେଷ କରି ରୋହିତ ଶର୍ମା ଟର୍ଣ୍ଣିଂ ଟ୍ରାକ୍‌ରେ କେମିତି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରାଯାଏ, ତା’ର ଝଲକ ପ୍ରଦର୍ଶନ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଉଭୟ ୨ୟ ୱିକେଟ ପାଇଁ ୮୫ ରନ୍‌ ଯୋଡ଼ି ସ୍ଥିତିକୁ ସମ୍ଭାଳିଥିଲେ। ଏହି ସମୟରେ ପୂଜାରା(୨୧) ଜ୍ୟାକ୍‌ ଲିଚ୍‌ଙ୍କ ବଲରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୮୬ ଥିବା ବେଳେ ଅଧିନାୟକ ବିରାଟ କୋହଲ(୦)ଙ୍କୁ ମୋଇନ ଅଲୀ କ୍ଲିନବୋଲ୍ଡ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଲଗାତର ଦୁଇଟି ୱିକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା।

ତେବେ ରାହାଣେ ଓ ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଥିଲେ। ଲଞ୍ଚ ଯାଏ ଉଭୟ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଲଞ୍ଚ ପରେ ରୋହିତ ବଡ଼ ଶଟ୍‌ ଖେଳିବା ଆରମ୍ଭ କରିଥିଲେ। ଏଥିସହ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଶତକ ମଧ୍ୟ ହାସଲ କରିଥିଲେ। ସେହିପରି ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ଟେଷ୍ଟ ଶତକ।

ରାହାଣେ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଦଳୀୟ ସ୍କୋର ୧୮୯ ଥିବା ବେଳେ ଚା’ ପାନ ବିରତି ହୋଇଥିଲା। ଏହାପରେ ରୋହିତ ନିଜର ଜଲୱା ଜାରି ରଖି ୧୫୦ ରନ୍‌ ପୂରଣ କରିଥିଲେ। ରାହାଣେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୨୪୮ ଥିବା ବେଳେ ଭାରତକୁ ଝଟକା ଲାଗିଥିଲା।

ଭଲ ଟଚ୍‌ରେ ଥିବା ରୋହିତ ଶର୍ମା ୧୬୧ ରନ୍‌ କରି ଶେଷରେ ଲିଚ୍‌ଙ୍କ ଶିକାର ବନିଥିଲେ। ଏହି ୧୬୧ ରନ୍‌ର ଇନିଂସ୍‌ରେ ସେ ୧୮ଟି ଚୌକା ଓ ୨ଟି ବିଶାଳ ଛକା ମାରିଛନ୍ତି। ରୋହିତ ଆଉ ହେବା ପରେ ରାହାଣେ(୬୭) ମଧ୍ୟ ଆଉ ଏକ ରନ୍‌ ଦଳୀୟ ସ୍କୋରରେ ଯୋଡ଼ି ମୋଇନ ଅଲୀଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ।

ରବିଚନ୍ଦ୍ରନ ଅଶ୍ୱିନ(୧୩) ଇଂଲିଶ ଅଧିନାୟକ ଜୋ ରୁଟ୍‌ଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ପନ୍ତ କିଛି ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୩୦୦ରେ ପହଞ୍ଚାଇଥିଲେ। ଅକ୍ଷର ପଟେଲ ମଧ୍ୟ ନିଜର ଅପରାଜିତ ୭ ରନ୍‌ ଇନିଂସ୍‌ରେ ଗୋଟିଏ ଚୌକା ମାରିଛନ୍ତି। ଆସନ୍ତାକାଲି ପନ୍ତ ଓ ଅକ୍ଷର ପଟେଲ ଏହି ଠାରୁ ଇନିଂସ ଆରମ୍ଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story