ଟି-୨୦ ସିରିଜ୍ ପୂର୍ବରୁ ଦମ୍ ଦେଖାଲେ ଶ୍ରେୟସ ଆୟର୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଚଳିତ ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍। ମଙ୍ଗଳବାର ଗ୍ରୁପ୍-ଡି’ର ଏକ ମ୍ୟାଚରେ ଆୟରଙ୍କ ଆକର୍ଷଣୀୟ ଶତକ ବଳରେ ମୁମ୍ବାଇ ୬ ୱିକେଟରେ ମହାରାଷ୍ଟ୍ରକୁ ପରାସ୍ତ କରଛି। ଏହି ମ୍ୟାଚରେ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୟଶ ନାହର ଓ ଅଜିମ୍ କାଜିଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୯ ରନ୍ କରିଥିଲା। ୟଶ ୧୩୩ […]

iyer

iyer

Ranjit Kumar Jena
  • Published: Tuesday, 23 February 2021
  • Updated: 23 February 2021, 10:21 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଚଳିତ ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍। ମଙ୍ଗଳବାର ଗ୍ରୁପ୍-ଡି'ର ଏକ ମ୍ୟାଚରେ ଆୟରଙ୍କ ଆକର୍ଷଣୀୟ ଶତକ ବଳରେ ମୁମ୍ବାଇ ୬ ୱିକେଟରେ ମହାରାଷ୍ଟ୍ରକୁ ପରାସ୍ତ କରଛି।

ଏହି ମ୍ୟାଚରେ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୟଶ ନାହର ଓ ଅଜିମ୍ କାଜିଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୯ ରନ୍ କରିଥିଲା। ୟଶ ୧୩୩ ବଲରେ ୭ ଚୌକା ଓ ୬ ଛକା ସହ ୧୧୯ ଓ ଅଜିମ୍ ୧୧୮ ବଲରେ ୧୨ ଚୌକା ଓ ୨ ଛକା ସହ ୧୦୪ ରନ୍ କରିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୨୧୪ ରନର ପାର୍ଟନରଶିପ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ତେବେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା କେଦାର ଯାଦବ (୫) ନିରାଶ କରିଛନ୍ତି। ମୁମ୍ବାଇ ପକ୍ଷରୁ ଧୱଲ କୁଲକର୍ଣ୍ଣି ୫ଟି ୱିକେଟ୍ ନେଇଥିଲେ।

ଜବାବରେ ମୁମ୍ବାଇ ୪୭.୨ ଓଭରରେ ୪ ୱିକେଟ୍ ହରାଇ ୨୮୦ ରନ୍ କରି ବିଜୟୀ ହୋଇଛି। ଦଳ ପକ୍ଷରୁ କ୍ୟାପଟେନ୍ ଶ୍ରେୟସ ୯୯ ବଲରେ ୯ ଚୌକା ଓ ୧ ଛକା ସହ ସର୍ବାଧିକ ୧୦୩ ରନ୍ କରି ଅପରାଜିତ ଥିଲେ। ସେହିପରି ଯଶସ୍ୱୀ ଜୈସୱାଲ୍ ୪୦, ପୃଥ୍ୱୀ ଶ' ୩୮, ସୂର୍ଯ୍ୟକୁମାର ଯାଦବ ୨୯, ଶିବମ ଦୁବେ ୪୭ ଓ ସର୍ଫରାଜ ଖାନ୍ ଅପରାଜିତ ୧୫ ରନ୍ କରିଥିଲେ।

ସେହିପରି ଗ୍ରୁପ୍-ଡି'ର ଆଉ ଏକ ମ୍ୟାଚରେ ଦିଲ୍ଲୀ ୧୭୯ ରନରେ ପୁଡୁଚେରୀକୁ ପରାସ୍ତ କରିଛି। ଏହି ମ୍ୟାଚରେ ଧ୍ରୁବ ସୋରେ (୧୩୨) ଓ ନୀତୀଶ ରାଣା (୧୩୭)ଙ୍କ ଶତକ ବଳରେ ଦିଲ୍ଲୀ ୫୦ ଓଭରରେ ୪ ୱିକେଟ୍ ହରାଇ ୩୫୪ ରନ୍ କରିଥିଲା। ଜବାବରେ ପୁଡୁଚେରୀ ୩୯.୩ ଓଭରରେ ୧୭୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos