ବିସିସିଆଇରେ ପରିବାରବାଦ: ଏବେ ପୁଅ-ଝିଅ-ଭାଇଙ୍କ ହାତରେ ଲଗାମ୍‌

ନୂଆଦିଲ୍ଲୀ: ରାଜନୀତି ପରି ଏବେ ବିସିସିଆଇରେ ବି ପରିବାରବାଦ ଆରମ୍ଭ ହୋଇଛି। ବିସିସିଆଇ ଏବେ ଝିଅ-ପୁଅ-ଭାଇଙ୍କ ଥଇଥାନ କେନ୍ଦ୍ର ଭାବେ ପରିଣତ ହୋଇଛି। ବିଭିନ୍ନ ରାଜ୍ୟର କ୍ରିକେଟ ମୁଖ୍ୟ ଭାବେ ଗୋଟିଏ ପରିବାରର ହିଁ ରାଜ୍‌ ଚାଲୁଛି। ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସମ୍ପାଦକ ଭାବେ ଆଶୀର୍ବାଦ ବେହେରା ଦୀର୍ଘ ୧୭ ବର୍ଷ କାଳ କାର୍ଯ୍ୟ କରୁଥିଲେ। ଏବେ ନୂଆ କରି ହୋଇଥିବା ନିର୍ବାଚନରେ ତାଙ୍କ ସାନ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଛନ୍ତି। ଅର୍ଥାତ୍‌ ଓଡ଼ିଶା କ୍ରିକେଟ୍‌ର […]

ww

ww

Hemant Lenka
  • Published: Saturday, 28 September 2019
  • Updated: 28 September 2019, 04:47 PM IST

Sports

Latest News

ନୂଆଦିଲ୍ଲୀ: ରାଜନୀତି ପରି ଏବେ ବିସିସିଆଇରେ ବି ପରିବାରବାଦ ଆରମ୍ଭ ହୋଇଛି। ବିସିସିଆଇ ଏବେ ଝିଅ-ପୁଅ-ଭାଇଙ୍କ ଥଇଥାନ କେନ୍ଦ୍ର ଭାବେ ପରିଣତ ହୋଇଛି। ବିଭିନ୍ନ ରାଜ୍ୟର କ୍ରିକେଟ ମୁଖ୍ୟ ଭାବେ ଗୋଟିଏ ପରିବାରର ହିଁ ରାଜ୍‌ ଚାଲୁଛି। ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସମ୍ପାଦକ ଭାବେ ଆଶୀର୍ବାଦ ବେହେରା ଦୀର୍ଘ ୧୭ ବର୍ଷ କାଳ କାର୍ଯ୍ୟ କରୁଥିଲେ। ଏବେ ନୂଆ କରି ହୋଇଥିବା ନିର୍ବାଚନରେ ତାଙ୍କ ସାନ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଛନ୍ତି। ଅର୍ଥାତ୍‌ ଓଡ଼ିଶା କ୍ରିକେଟ୍‌ର ଲଗାମ ଆଶୀର୍ବାଦଙ୍କ ପରିବାର ହାତରେ ହିଁ ରହିଛି।

କେବଳ ଓଡ଼ିଶା ନୁହେଁ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନର ଦାୟିତ୍ୱ ପୂର୍ବତନ ବିସିସିଆଇ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇଙ୍କ ହାତକୁ ଯାଇଛି। ଅନୁରାଗଙ୍କ ଭାଇ ଅରୁଣ ଠାକୁର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍‌ର ସଭାପତି ହୋଇଛନ୍ତି। ସେହିପରି ତାମିଲନାଡୁ କ୍ରିକେଟ ଆସୋସିଏସନ୍‌ର ସଭାପତି ଭାବେ ପୂର୍ବତନ ବିସିସିଆଇ ସଭାପତି ଏନ୍‌ ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ନିର୍ବାଚିତ ହୋଇଛନ୍ତି।

ଏହାପୂର୍ବରୁ ପୂର୍ବତନ ବିସିସିଆଇ ସମ୍ପାଦକ ନିରଞ୍ଜନ ଶାହଙ୍କ ପୁଅ ଜୟଦେବ ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ଏହି ଆସୋସିଏସନ୍‌ର ଚେହେରା ଭାବେ ନିରଞ୍ଜନ ଶାହଙ୍କ ବେଶ ଦବଦବା ରହିଛି। ଅବଶ୍ୟ ଜୟଦେବ ୧୧୫ଟି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ ଖେଳିଛନ୍ତି।

ହେଲେ ସେ ଯଦି ନିରଞ୍ଜନ ଶାହଙ୍କ ପୁଅ ହୋଇ ନଥାଆନ୍ତେ, ତା’ହେଲେ କ’ଣ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ର ସଭାପତି ହୋଇଥାଆନ୍ତେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଭେଟରାନ୍‌ ଗୋଆ ଆଡମିନ୍‌ଷ୍ଟ୍ରେଟର ବିନୋଦ ପାହାଦେକଙ୍କ ପୁଅ ବିପୁଲ ଗୋଆ କ୍ରିକେଟ ଆସୋସିଏସନ୍‌ର ସମ୍ପାଦିକ ଭାବେ ଦାୟିତ୍ୱ ନେଇଛନ୍ତି।

ଏତିକିରେ ବିସିସିଆଇରେ ଚାଲିଥିବା ପରିବାଦ ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ପୂର୍ବତନ ବିସିସିଆଇ ଉପ ସଭାପତି ଚିରାୟୁ ଅମୀନଙ୍କ ପୁଅ ପ୍ରଣବ ବରୋଦା କ୍ରିକେଟ ଆସୋସିଏସନ୍‌ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସୋସିଏସନ୍‌କୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଅମୀନ ଏବଂ ରୟାଲ ସମରଜୀତ ଗାଏକ୍ୱାଡଙ୍କ ମଧ୍ୟରେ ଦୀର୍ଘ ଦଶନ୍ଧି ହେଲା ଛକାପଞ୍ଝା ଲାଗି ରହିଛି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ନିକଟରେ ଗୁଜରାଟ କ୍ରିକେଟ ଆସୋସିଏସନ୍‌ର ଯୁଗ୍ମ ସାମ୍ପାଦକ ଦାୟିତ୍ୱ ନେଇଛନ୍ତି। ଅମିତ ଶାହ ନିଜେ ଏହି ଆସୋସିଏସନ୍‌ର ସଭାପତି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story