ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜକୁ ଫେରିଲେ ପାଣ୍ଡ୍ୟା, ଧୱନ ଓ ଭୁବନେଶ୍ୱର କୁମାର

ମୁମ୍ବାଇ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ନୂଆ କରି ଚୟନ କମିଟି ଅଧ୍ୟକ୍ଷ ହୋଇଥିବା ସୁନୀଲ ଯୋଶୀଙ୍କ ନେତୃତ୍ୱାଧୀନ ଟିମ୍‌ ହିଁ ସ୍କ୍ୱାଡ ଘୋଷଣା କରିଛନ୍ତି। ବିରାଟ କୋହଲିଙ୍କୁ କୌଣସି ବିଶ୍ରାମ ମିଳିନାହିଁ। ସେ ପୂର୍ବଭଳି ଦଳର ନେତୃତ୍ୱ ନେବେ। ସେହିପରି ଆହତ ଯୋଗୁ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌ ଖେଳି ନଥିବା ରୋହିତ […]

dv

dv

Hemant Lenka
  • Published: Sunday, 08 March 2020
  • Updated: 08 March 2020, 04:13 PM IST

Sports

Latest News

ମୁମ୍ବାଇ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ନୂଆ କରି ଚୟନ କମିଟି ଅଧ୍ୟକ୍ଷ ହୋଇଥିବା ସୁନୀଲ ଯୋଶୀଙ୍କ ନେତୃତ୍ୱାଧୀନ ଟିମ୍‌ ହିଁ ସ୍କ୍ୱାଡ ଘୋଷଣା କରିଛନ୍ତି। ବିରାଟ କୋହଲିଙ୍କୁ କୌଣସି ବିଶ୍ରାମ ମିଳିନାହିଁ। ସେ ପୂର୍ବଭଳି ଦଳର ନେତୃତ୍ୱ ନେବେ।

ସେହିପରି ଆହତ ଯୋଗୁ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌ ଖେଳି ନଥିବା ରୋହିତ ଶର୍ମାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ମିଳିନାହିଁ। ସେ ଏବେ ବି ଫିଟ ନଥିବା ଜଣାପଡ଼ିଛି। ଅର୍ଥାତ ରୋହିତଙ୍କୁ ସିଧା ଆଇପିଏଲରେ ଦେଖିବାକୁ ମିଳିବ।

ତେବେ ଦୀର୍ଘ ଦିନ ହେଲା ଟିମ୍‌ରୁ ବାଦ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ ଓ ଭୁବନେଶ୍ୱର କୁମାର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ କମବ୍ୟାକ କରିଛନ୍ତି। ପାଣ୍ଡ୍ୟା ୨୦୧୯ ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ତାଙ୍କର ପିଠିରେ ଅସ୍ତ୍ରୋପଚାର କରାଯାଇଛି। ସେ ଫିଟ୍‌ ହେବା ପରେ ଡିୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ କରିବାରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଚୟନ କରାଯାଇଛି। ଶିଖର ଧୱନ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ବେଳେ ଆହତ ହୋଇଥିଲେ। ସେ ମଧ୍ୟ ଫିଟ୍‌ ହୋଇ କମବ୍ୟାକ କରିଛନ୍ତି।

ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଦୀର୍ଘ ଦିନ ହେଲା ଟିମ୍‌ରୁ ବାଦ ପଡ଼ିଥିବା ଭୁବନେଶ୍ୱର କୁମାରଙ୍କୁ ସୁଯୋଗ ମିଳିଛି। ଭୁବନେଶ୍ୱର ଶେଷଥର ଡିସେମ୍ବର ମାସରେ ଭାରତ ପାଇଁ ଖେଳିଥିଲେ।

ସେ ଓ ଯଶପ୍ରୀତ ବୁମ୍ରା ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ଋଷଭ ପନ୍ତଙ୍କ ଉପରେ ଦଳ ପୁଣିଥରେ ଭରସା କରି ସ୍କ୍ୱାଡରେ ରଖିଛି। ହେଲେ ସେ କପିଂ କରିବେ ନା ନ୍ୟୁଜିଲ୍ୟାଣ୍ଡ ସିରିଜ୍ ଭଳି କେଏଲ ରାହୁଲଙ୍କୁ ସୁଯୋଗ ମିଳିବ, ତାହା ସ୍ପଷ୍ଟ ହୋଇନାହିଁ।

ଦୁଇ ଯୁବ ତାରକା ପୃଥ୍ୱୀ ଶ’ ଓ ଶୁବମନ ଗିଲ ସ୍କ୍ୱାଡରେ ରହିଛନ୍ତି। ହେଲେ ଶିବମ ଦୁବେ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଓପନ କରୁଥିବା ମୟଙ୍କ ଅଗ୍ରୱାଲ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସ୍କ୍ୱାଡରେ ନାହାନ୍ତି। ଏହାର ଅର୍ଥ ଶ’ ଓ ଧୱନ ହିଁ ଇନିଂସ ଆରମ୍ଭ କରିବେ। ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨ରୁ ୧୮ ଯାଏ ଦିନିକିଆ ସିରିଜ ଖେଳାଯିବ।

ଭାରତୀୟ ସ୍କ୍ୱାଡ: ପୃଥ୍ୱୀ ଶ’, ବିରାଟ କୋହଲି, କେଏଲ ରାହୁଲ, ଶିଖର ଧୱନ, ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦର ଚହଲ, ଯଶପ୍ରୀତ ବୁମ୍ରା, ନଭଦୀପ ସୈନି, କୁଲଦୀପ ଯାଦବ ଓ ଶୁବମନ ଗିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story