ବିଶ୍ୱକପର ଶେଷ ଇନିଂସକୁ ସ୍ମରଣୀୟ କରିପାରିଲେନି ଗେଲ୍

ଲିଡ୍ସ: ‘ୟୁନିଭର୍ସାଲ୍ ବସ୍’ ଭାବେ ପରିଚିତ କ୍ରିସ୍ ଗେଲ୍ ବିଶ୍ୱକପରେ ନିଜର ଶେଷ ମ୍ୟାଚକୁ ସ୍ମରଣୀୟ କରିବେ ବୋଲି ପ୍ରଶଂସକ ଆଶା ବାନ୍ଧିଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ। ୩୯ ବର୍ଷୀୟ ଗେଲ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମାତ୍ର ୭ ରନ୍ କରି ଆଉଟ୍ ହୋଇ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଏହାଛଡ଼ା ସେ ଏହି ମ୍ୟାଚରେ କିମ୍ବଦନ୍ତୀ କ୍ରିକେଟର୍ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗି ୱେଷ୍ଟଇଣ୍ଡିଜର ସର୍ବାଧିକ ସ୍କୋରର ହେବାର ମଧ୍ୟ ସୁଯୋଗ ହାତଛଡ଼ା କରିଛନ୍ତି। ଏହି […]

gayle

gayle

Hemant Lenka
  • Published: Thursday, 04 July 2019
  • Updated: 04 July 2019, 09:52 PM IST

Sports

Latest News

ଲିଡ୍ସ: 'ୟୁନିଭର୍ସାଲ୍ ବସ୍' ଭାବେ ପରିଚିତ କ୍ରିସ୍ ଗେଲ୍ ବିଶ୍ୱକପରେ ନିଜର ଶେଷ ମ୍ୟାଚକୁ ସ୍ମରଣୀୟ କରିବେ ବୋଲି ପ୍ରଶଂସକ ଆଶା ବାନ୍ଧିଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ। ୩୯ ବର୍ଷୀୟ ଗେଲ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମାତ୍ର ୭ ରନ୍ କରି ଆଉଟ୍ ହୋଇ ପ୍ରଶଂସକଙ୍କୁ ନିରାଶ କରିଛନ୍ତି।

ଏହାଛଡ଼ା ସେ ଏହି ମ୍ୟାଚରେ କିମ୍ବଦନ୍ତୀ କ୍ରିକେଟର୍ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗି ୱେଷ୍ଟଇଣ୍ଡିଜର ସର୍ବାଧିକ ସ୍କୋରର ହେବାର ମଧ୍ୟ ସୁଯୋଗ ହାତଛଡ଼ା କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଗେଲଙ୍କ ନାମରେ ୧୦,୩୩୧ ରନ୍ ରହିଥିଲା। କିନ୍ତୁ ଯଦି ସେ ଆଜି ୧୮ ରନ୍ କରିଥାନ୍ତେ, ତାହେଲେ ଲାରାଙ୍କୁ ପଛରେ ପକାଇ ଦେଇଥାନ୍ତେ। ଲାରା ଦିନିକିଆରେ ୧୦,୩୪୮ ରନ୍ କରିଛନ୍ତି।

ଆଫଗାନିସ୍ତାନ ବୋଲରଙ୍କ ଆଗରେ ଗେଲ୍ ସଂଘର୍ଷ କରୁଥିଲେ ଏବଂ ୧୮ ବଲର ସାମ୍ନା କରି ୧ ଚୌକା ସହ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଦିନିକିଆ କ୍ରିକେଟରେ ୧୧୧୯ ଚୌକା ଓ ୩୨୬ ଛକା ମାରିଥିବା ଗେଲ୍ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଘୋଷଣା କରିଥିଲେ ଯେ ଏହା ତାଙ୍କର ଶେଷ ବିଶ୍ୱକପ୍ ହେବ।

ଚଳିତ ବିଶ୍ୱକପରେ ଗେଲ୍ ୮ଟି ମ୍ୟାଚ୍ ଖେଳି ୩୦.୨୫ ହାରରେ ୨୪୨ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍ ୮୮.୩୨ ରହିଛି। ଏହାଛଡ଼ା ଗେଲ୍ କହିଥିଲେ ଯେ, ବିଶ୍ୱକପ୍ ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଯିବେ। କିନ୍ତୁ ପରେ ନିଜ ନିଷ୍ପତ୍ତି ବଦଳାଇ ଭାରତ ବିପକ୍ଷ ଆଗାମୀ ସିରିଜ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ବୋଲି କହିଥିଲେ।

ଗେଲ୍ ୧୦୩ ଟେଷ୍ଟ ମ୍ୟାଚରେ ୪୨.୧୯ ହାରରେ ୭୨୧୫ ରନ୍ କରିଛନ୍ତି। ଦିନିକିଆରେ ସେ ୨୯୭ ମ୍ୟାଚରେ ୧୦୩୯୩ ରନ୍ କରିଛନ୍ତି। ତାଙ୍କ ନାମରେ ଟେଷ୍ଟରେ ୧୫ ଶତକ ଏବଂ ଦିନିକିଆରେ ୨୫ ଶତକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story