ଦ୍ୱିତୀୟ ଟେଷ୍ଟ: ବିରାଟ ଓ ରାହଣେଙ୍କ ଜବରଦସ୍ତ ପ୍ରଦର୍ଶନ

ପର୍ଥ: ଦ୍ରୁତ ବୋଲରଙ୍କୁ ସୁହାଉଥିବା ପର୍ଥ ପଡ଼ିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କୁ ମୁକାବିଲା କରିବାରେ ସଂଘର୍ଷ କରୁଥିବା ଟିମ୍‌ ଇଣ୍ଡିଆର ବ୍ୟାଟିଂ ମଙ୍ଗକୁ ଉଭୟ ସମ୍ଭାଳି ଦଳର ସ୍ଥିତିକୁ ମଜଭୁତ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ ସ୍କୋର ୩୨୬ର ଜବାବରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ ହରାଇ ୧୭୨ ରନ୍‌ କରିଛି। […]

v

v

Hemant Lenka
  • Published: Saturday, 15 December 2018
  • Updated: 15 December 2018, 04:15 PM IST

Sports

Latest News

ପର୍ଥ: ଦ୍ରୁତ ବୋଲରଙ୍କୁ ସୁହାଉଥିବା ପର୍ଥ ପଡ଼ିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କୁ ମୁକାବିଲା କରିବାରେ ସଂଘର୍ଷ କରୁଥିବା ଟିମ୍‌ ଇଣ୍ଡିଆର ବ୍ୟାଟିଂ ମଙ୍ଗକୁ ଉଭୟ ସମ୍ଭାଳି ଦଳର ସ୍ଥିତିକୁ ମଜଭୁତ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ ସ୍କୋର ୩୨୬ର ଜବାବରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ ହରାଇ ୧୭୨ ରନ୍‌ କରିଛି।

ଷ୍ଟମ୍ପ ଅପସାରଣ ବେଳକୁ ବିରାଟ୍‌ ୮୨ ଏବଂ ରାହଣେ ୫୧ ରନ୍‌ କରି ଅପରାଜିତ ରହିଛନ୍ତି। ଏବେ ଭାରତ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍‌ ସ୍କୋରଠାରୁ ୧୫୪ ରନ୍‌ ପଛରେ ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨ଟି ୱିକେଟ୍‌ ନେଇଥିବା ବେଳେ ଜୋଶ ହେଜେଲଉଡ୍‌ ଗୋଟିଏ ୱିକେଟ୍‌ ପାଇଛନ୍ତି।

ଅଷ୍ଟ୍ରେଲିଆ ଆଜି ୨୭୭ ରନ୍‌ରୁ ଖେଳ ଆରମ୍ଭ କରିଥିଲା। ଦଳ ହାତରେ ୪ଟି ୱିକେଟ୍‌ ବାକି ଥିବାରୁ କଙ୍ଗାରୁ ଟିମ୍‌ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲା। ତେବେ ଇଶାନ୍ତ ଶର୍ମା ଲଗାତର ଦୁଇଟି ବଲ୍‌ରେ ମିଚେଲ ଷ୍ଟାର୍କ ଏବଂ ଜୋଶ ହେଜେଲଉଡ୍‌ଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏହା ପୂର୍ବରୁ କିନ୍ତୁ ଅଷ୍ଟ୍ରେଲିଆ ୩୨୬ ରନ୍‌ ହାସଲ କରି ସାରିଥିଲା।

ଅଷ୍ଟ୍ରେଲିଆର ୩୨୬ ରନ୍‌ର ଜବାବ୍‌ରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୬ ଥିବା ବେଳେ ଖାତା ଖୋଲି ପାରି ନଥିବା ଓପନର ମୁରଲୀ ବିଜୟଙ୍କୁ ମିଚେଲ ଷ୍ଟାର୍କ ଏକ ଜବରଦସ୍ତ ଇନ୍‌ସୁଇଂରେ କ୍ଲିନ୍‌ ବୋଲ୍ଡ କରି ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ଅନ୍ୟତମ ଓପନର କେଏଲ୍‌ ରାହୁଲ ମଧ୍ୟ ୨ ରନ୍‌ କରି ହେଜେଲଉଡ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ।

ଦଳ ୮ ରନ୍‌ରେ ୨ଟି ୱିକେଟ୍‌ ହରାଇ ଅଡ଼ୁଆରେ ପଡ଼ିଥିଲା। ତେବେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଏବଂ ଅଧିନାୟକ ବିରାଟ ବେଶ ଚମତ୍କାର ଢଙ୍ଗରେ କଙ୍ଗାରୁ ବୋଲରଙ୍କ ସାମ୍ନା କରିଥିଲେ। ଉଭୟ ୩ୟ ୱିକେଟ୍‌ ପାଇଁ ୭୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ପୂଜାରା ମାତ୍ର ୨୪ ରନ୍‌ କରିଥିଲେ ହେଁ ୧୦୩ଟି ବଲ୍‌ ଖେଳି ବେଶୀ ସମୟ ପିଚ୍‌ରେ ବିତାଇଥିଲେ। କୋହଲି ମଧ୍ୟ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ତେବେ ଦଳୀୟ ସ୍କୋର ୮୨ ଥିବା ବେଳେ ଷ୍ଟାକ୍‌ ନିର୍ଭରଯୋଗ୍ୟ ପୂଜାରାଙ୍କୁ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସଷ୍ଟି କରିଥିଲେ।

ବିରାଟ୍‌ଙ୍କୁ ସାଥ ଦେବା ପାଇଁ ତାଙ୍କ ଡେପୁଟି ରାହଣେ ପଡ଼ିଆକୁ ଓହ୍ଲାଇବା କ୍ଷଣି ରନ୍‌ ସଂଗ୍ରହ ହାର ବଢ଼ି ଯାଇଥିଲା। ପ୍ରଥମରୁ ରାହଣେ ବଡ଼ ବଡ଼ ଶଟ୍‌ ଖେଳି କଙ୍ଗାରୁ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ। ଇତି ମଧ୍ୟରେ ବିରାଟ୍‌ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର କିଛି ସମୟ ପରେ ରାହଣେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ଉଭୟ ୪ର୍ଥ ୱିକେଟ୍‌ ପାଇଁ ୯୦ ରନ୍‌ ଯୋଡ଼ି ଦିନର ଖେଳ ଶେଷ ହେବା ଯାଏ ଅଷ୍ଟ୍ରେଲିଆ ବୋଲରଙ୍କୁ କୌଣସି ସଫଳତା ହାସଲ କରିବାକୁ ଦେଇ ନଥିଲେ।

ଏବେ ପର୍ଥର ଘାସୁଆ ପିଚ୍‌ରେ ରନ୍‌ କରିବା ସହଜ ହେଉନାହିଁ। ବଲ୍‌ ଆବଶ୍ୟକଠାରୁ ଅଧିକ ବାଉନ୍ସ ଓ ସୁଇଂ କରୁଛି। ତେଣୁ ଭାରତୀୟ ବ୍ୟାଟସ୍‌ମ୍ୟାନେ ପ୍ରଥମ ଇନିଂସ୍‌ରେ କେତେ ସ୍କୋର କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର। କାରଣ ୪ର୍ଥ ଇନିଂସ୍‌ରେ ଏଠାରେ ବ୍ୟାଟିଂ କରିବା ଆଦୌ ସହଜ ହେବନାହିଁ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ୩୨୬ରେ ଅଷ୍ଟ୍ରେଲିଆକୁ ଅଟକାଇଥିବା ଟିମ୍‌ ଇଣ୍ଡିଆର ବୋଲରଙ୍କ ମଧ୍ୟରେ ଇଶାନ୍ତ ଶର୍ମା ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ। ସେହିପରି ଯଶପ୍ରୀତ ବୁମ୍ରା, ଉମେଶ ଯାଦବ ଏବଂ ହନୁମା ବିହାରୀ ୨ଟି ଲେଖାଏ ୱିକେଟ୍‌ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story