ଟିମ ଇଣ୍ଡିଆର ଚିନ୍ତା ବଢ଼ିଲା, ପଡ଼ିଆକୁ ଆସିଲେନି ଜାଡେଜା ଓ ପନ୍ତ

ସିଡ୍‌ନୀ: ଆହତ ସମସ୍ୟା ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆକୁ ତୃତୀୟ ଟେଷ୍ଟରେ ବଡ଼ ଝଟକା ଲାଗିଛି। ଦଳର ଦୁଇ ପ୍ରମୁଖ ସଦସ୍ୟ ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ମ୍ୟାଚ୍‌ ଅଧାରୁ ଆହତ ହୋଇଛନ୍ତି। ବ୍ୟାଟିଂ କରିବା ବେଳେ ପ୍ରଥମେ ପନ୍ତଙ୍କ କହୁଣୀରେ ବଲ ମାଡ଼ ହୋଇଥିଲା। ଏଥିପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇ ସ୍କାନ କରାଯାଇଛି। ସେହିପରି ଆଜି ଜାଡେଜା ବ୍ୟାଟିଂ କରୁଥିବା ବେଳେ ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ବଲ ମାଡ଼ ହୋଇଥିଲା। […]

f

f

Hemant Lenka
  • Published: Saturday, 09 January 2021
  • Updated: 09 January 2021, 03:17 PM IST

ସିଡ୍‌ନୀ: ଆହତ ସମସ୍ୟା ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆକୁ ତୃତୀୟ ଟେଷ୍ଟରେ ବଡ଼ ଝଟକା ଲାଗିଛି। ଦଳର ଦୁଇ ପ୍ରମୁଖ ସଦସ୍ୟ ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ମ୍ୟାଚ୍‌ ଅଧାରୁ ଆହତ ହୋଇଛନ୍ତି। ବ୍ୟାଟିଂ କରିବା ବେଳେ ପ୍ରଥମେ ପନ୍ତଙ୍କ କହୁଣୀରେ ବଲ ମାଡ଼ ହୋଇଥିଲା। ଏଥିପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇ ସ୍କାନ କରାଯାଇଛି। ସେହିପରି ଆଜି ଜାଡେଜା ବ୍ୟାଟିଂ କରୁଥିବା ବେଳେ ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ବଲ ମାଡ଼ ହୋଇଥିଲା। ଏହି କାରଣରୁ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ବେଳେ ଜାଡେଜା ଓ ପନ୍ତ ପଡ଼ିଆକୁ ଆସି ନଥିଲେ। ଉଭୟଙ୍କର ଆଘାତ ହୋଇଥିବା ସ୍ଥାନରେ ସ୍କାନ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ପନ୍ତ ଆଜି ପଡ଼ିଆକୁ ନ ଆସିବାରୁ ରିଦ୍ଧିମାନ ସାହା ୱିକେଟ କିପିଂ ଦାୟିତ୍ୱ ତୁଲାଇ ଥିଲେ। ଯଦି ପନ୍ତଙ୍କ ଆହତ ଗୁରୁତର ଥିବ ତା’ହେଲେ ଆସନ୍ତାକାଲି ମଧ୍ୟ ସାହା ୱିକେଟ କିପିଂ କରିବେ। ହେଲେ ସେ ପନ୍ତଙ୍କ ବଦଳରେ ବ୍ୟାଟିଂ କରିପାରିବେ ନାହିଁ। ସେହିପରି ଜାଡେଜା ଆହତ ହୋଇଥିବାରୁ ସେ ବ୍ୟାଟିଂ କରିପାରିବେ କି ନାହିଁ, ସେକଥା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୪ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୯୪ ରନ୍‌ର ଲିଡ୍‌ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଦଳ ତୃତୀୟ ଦିନର ଖେଳ ଶେଷ ବେଳକୁ ୨ ୱିକେଟ ହରାଇ ୧୦୩ ରନ କରିଛି। ଅର୍ଥାତ କଙ୍ଗାରୁ ଟିମ୍‌ ୧୯୭ ରନ୍‌ର ଅଗ୍ରଣୀ ହାସଲ କରି ନେଇଛି। ଏଭଳି ସ୍ଥିତିରେ ଦଳର ଦୁଇ ପ୍ରମୁଖ ସଦସ୍ୟ ଆହତ ହେବା, ଭାରତର ଚିନ୍ତା ବଢ଼ାଇ ଦେଇଛି।

ଏହାପୂର୍ବରୁ ଜାଡେଜା ପ୍ରଥମ ଟି-୨୦ରେ ଆହତ ହୋଇଥିଲେ। ଏହି କାରଣରୁ ସେ ବାକି ୨ଟି ଟି-୨୦ରୁ ବାଦ ପଡ଼ିଥିଲେ। ସେହିପରି ଆହତ ଯୋଗୁ ଉମେଶ ଯାଦବ, ମହମ୍ମଦ ଶାମି ଓ କେଏଲ ରାହୁଲ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଛନ୍ତି। ବିରାଟ କୋହଲି ମଧ୍ୟ ଭାରତ ଫେରି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story