ରବିବାର ଦ୍ୱିତୀୟ ଟି-୨୦: ଟିମ୍‌ ଇଣ୍ଡିଆକୁ ଘାରିଲା ବୋଲିଂ ଓ ଫିଲ୍ଡିଂ ଚିନ୍ତା

ଥିରୁଭନନ୍ତପୁରମ: ହାଇଦ୍ରାବାଦରେ ୱେଷ୍ଟଇଣ୍ଡିଜକୁ ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିବା ଟିମ ଇଣ୍ଡିଆ ଆସନ୍ତାକାଲି ଥିରୁଭନନ୍ତପୁରମରେ ସିରିଜ୍‌ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ତେବେ ପ୍ରଥମ ଟି-୨୦ରେ ଭାରତୀୟ ବୋଲର ଓ ଫିଲ୍ଡର ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। କିନ୍ତୁ ଭାରତ ନିଜର ଶକ୍ତି କୁହାଯାଉଥିବା ବ୍ୟାଟିଂ ବଳରେ ୨୦୮ ରନ୍‌ର ବଶାଳ ଟାର୍ଗେଟକୁ ୧୮.୪ ଓଭରରେ ହାସଲ କରି ନେଇଥିଲା। ଟିମ ଇଣ୍ତିଆର ଅଧିନାୟକ ବିରାଟ କୋହଲି ହିଁ ଏହି ବିଜୟର ମଙ୍ଗ […]

a

a

Hemant Lenka
  • Published: Saturday, 07 December 2019
  • Updated: 07 December 2019, 05:11 PM IST

Sports

Latest News

ଥିରୁଭନନ୍ତପୁରମ: ହାଇଦ୍ରାବାଦରେ ୱେଷ୍ଟଇଣ୍ଡିଜକୁ ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିବା ଟିମ ଇଣ୍ଡିଆ ଆସନ୍ତାକାଲି ଥିରୁଭନନ୍ତପୁରମରେ ସିରିଜ୍‌ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ତେବେ ପ୍ରଥମ ଟି-୨୦ରେ ଭାରତୀୟ ବୋଲର ଓ ଫିଲ୍ଡର ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। କିନ୍ତୁ ଭାରତ ନିଜର ଶକ୍ତି କୁହାଯାଉଥିବା ବ୍ୟାଟିଂ ବଳରେ ୨୦୮ ରନ୍‌ର ବଶାଳ ଟାର୍ଗେଟକୁ ୧୮.୪ ଓଭରରେ ହାସଲ କରି ନେଇଥିଲା। ଟିମ ଇଣ୍ତିଆର ଅଧିନାୟକ ବିରାଟ କୋହଲି ହିଁ ଏହି ବିଜୟର ମଙ୍ଗ ଧରିଥିଲେ। ତେଣୁ ଦ୍ୱିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆ ତା’ ବୋଲିଂ ଓ ଫିଲ୍ଡିଂ ଉପରେ ଅଧିକ ଫୋକସ କରିବ।

ଏହି ସିରିଜ୍‌ ପୂର୍ବରୁ ଗତ ୧୩ ମାସ ମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିବା ବେଳେ ଟିମ୍‌ ଇଣ୍ଡିଆ ସବୁଥିରେ ବାଜିମାତ କରିଛି। ଭ୍ରମଣକାରୀ ଦଳ ବିପକ୍ଷରେ ଗତକାଲି ଟିମ୍‌ ଇଣ୍ଡିଆ କ୍ରମାଗତ ସପ୍ତମ ଟି-୨୦ ବିଜୟ ହାସଲ କରିଥିଲା।
ଟିମ ଇଣ୍ଡିଆ ଗତ ମାସରେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଥିଲା। ଏବେ ଆଉ ଏକ ସିରିଜ୍‌ କବଜା କରିବା ଲକ୍ଷ୍ୟରେ ରହିଛି ବିରାଟ ଆଣ୍ଡ କୋ।

ରବିବାର ଟି-୨୦ ଜିତିବା ପରେ ଟିମ୍‌ ଇଣ୍ଡିଆ କେବଳ ସିରିଜ୍‌ ଦଖଲ କରିବ ନାହିଁ ବରଂ ତୃତୀୟ ମ୍ୟାଚ୍‌ରେ ୨୦୨୦ ଟି-୨୦ ବିଶ୍ୱକପ ପାଇଁ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରୀକ୍ଷା ନୀରିକ୍ଷା କରିବାର ସୁଯୋଗ ମଧ୍ୟ ପାଇବ।

ପ୍ରଥମ ଟି-୨୦ରେ ଓପନର ରୋହିତ ଶର୍ମା ମାତ୍ର ୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ହେଲେ ରାହୁଲ ଓ ବିରାଟ କୋହଲି ଜବରଦସ୍ତ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। କିଛି ଦିନ ହେଲା ସମାଲୋଚନାର ଶିକାର ହୋଇଥିବା ରିଷଭ ପନ୍ତ ମଧ୍ୟ ଗତକାଲି ମ୍ୟାଚରେ ଦୁଇଟି ବିଶାଳ ଛକା ମାରିଥିଲେ। ଅବଶ୍ୟ ସେ ବଡ଼ ଇନିଂସ ଖେଳି ପାରି ନଥିଲେ, ତଥାପି ୯ ବଲରେ ୧୮ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଶ୍ରେୟସ ଆୟର ପ୍ରଥମ ଟି-୨୦ରେ କୌଣସି ଆକର୍ଷଣୀୟ ଶଟ ଖେଳି ନାହାନ୍ତି। ତେଣୁ ଆସନ୍ତାକାଲି ରୋହିତ ଓ ଶ୍ରେୟସଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟପକ୍ଷରେ ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ବୋଲିଂ। ଗତକାଲି ଭାରତୀୟ ବୋଲର ୨୦୭ ରନ୍‌ ବ୍ୟୟ କରିଥିଲେ। ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦୀପକ ଚହର ଗତ ମ୍ୟାଚ୍‌ରେ ୫୪ ରନ୍‌ ବ୍ୟୟ କରିଛନ୍ତି।

ଶିମରନ୍‌ ହେଟମେୟର ଓ ଇଭିନେ ଲୁଇସ ଜବରଦସ୍ତ ଫର୍ମରେ ରହିଛନ୍ତି। ଏହି ଦୁଇ ଯୋଡ଼ିଙ୍କୁ ଗତକାଲି ଶୀଘ୍ର ଆଉଟ କରିବାକୁ ପଡ଼ିବ। ଶେଷ ଭାଗରେ ଜେସନ ହୋଲ୍ଡର ଓ କାଏରନ ପୋଲାର୍ଡଙ୍କ ଭଳି ହାର୍ଡ ହିଟର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏସବୁ ଦିଗ ପ୍ରତି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ଚିନ୍ତା କରିବାକୁ ପଡ଼ିବ।

ଦୀର୍ଘ ମାସ ପରେ ଗତ ମ୍ୟାଚ୍‌ରେ ଭୁବନେଶ୍ୱର କୁମାର ଦଳକୁ କମବ୍ୟାକ କରିଥିଲେ। ହେଲେ ସେ ୪ ଓଭରରେ ୩୬ ରନ୍‌ ଦେଇ କୌଣସି ୱିକେଟ ପାଇନାହାନ୍ତି। ଭାରତ ବାରମ୍ବାର ୱାଶିଂଟନ ସୁନ୍ଦରଙ୍କୁ ଖେଳାଉ ଥିଲେ ହେଁ ସେ ଗତ ୬ଟି ମ୍ୟାଚ୍‌ରେ ମାତ୍ର ୨ଟି ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି। ତେଣୁ ତାଙ୍କ ବଦଳରେ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ଗତକାଲି ମ୍ୟାଚ୍‌ରେ ସୁଯୋଗ ମିଳିବା ଦରକାର ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି। ୟୁଜବେନ୍ଦର ଚହଲ ଓ କୁଲଦୀପ ଯୋଡ଼ିଙ୍କୁ ସମସ୍ତେ ପୁଣିଥରେ ଏକାଠି ଦେଖିବେ ବୋଲି ଆଶା କରାଯାଉଛି।

ଗତକାଲି ମ୍ୟାଚ୍‌ରେ ସୁନ୍ଦର ଓ ରୋହିତ ଏକାଧିକ କ୍ୟାଚ୍‌ ହାତ ଛଡ଼ା କରିଥିଲେ। ସେହିପରି ଟିମ୍‌ ଇଣ୍ଡିଆର ଖେଳାଳିମାନେ ଏକାଧିକ ମିସ୍‌ ଫିଲ୍ଡ କରିଥିଲେ। ଆସନ୍ତାକାଲି ମ୍ୟାଚ୍‌ରେ ଏହି ଦିଗ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ ସିରିଜ୍‌ ବରାବର କରିବାକୁ ହେଲେ ଇଣ୍ଡିଜ୍‌ ଟିମ୍‌କୁ ଭାରତୀୟ ବ୍ୟାଟିଂ ଲାଇନକୁ ପ୍ରଥମେ ବ୍ୟାକଫୁଟକୁ ଠେଲିବାକୁ ପଡ଼ିବ। ଇଣ୍ଡିଜ ପକ୍ଷରୁ କେସରିକ ୱିଲିୟମ୍ସ ଗତକାଲି ୩.୪ ଓଭରରେ ୬୦ ରନ୍‌ ଦେଇଥିଲେ। ଶେଲଡନ୍‌ କୋଟରେଲ ଏକମାତ୍ର ସଫଳ ବୋଲର ଭାବେ ଗୋଟିଏ ୱିକେଟ ନେଇ ୨୪ ରନ୍‌ ବ୍ୟୟ କରିଛନ୍ତି। ଜେସନ ହୋଲଡର ବି ୪୬ ରନ୍‌ ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭ୍ରମଣକାରୀ ଦଳ ଟିମ୍‌ ଇଣ୍ଡିଆକୁ ଅତିରିକ୍ତ ଭାବେ ୨୩ ରନ୍‌ ଦେଇଛି। ଇଣ୍ଡିଜ୍‌ ଦଳକୁ ଏସବୁ ବିଷୟ ପ୍ରତି ଆସନ୍ତାକାଲି ଧ୍ୟାନ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story