ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା: ପୁଣି ଶୀର୍ଷରେ କୋହଲି

ନୂଆଦିଲ୍ଲୀ:ସଦ୍ୟପ୍ରକାଶିତ ଆଇସିସି ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନକୁ ପୁଣି ଥରେ ଫେରିଛନ୍ତି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି(୮୭୧ ପଏଣ୍ଟ)। ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସୁପରଟେନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଦମଦାର ଅପରାଜିତ ୮୨ ରନ୍‌ ବଳରେ କୋହଲି ଭାରତକୁ ସେମିରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ(୮୦୩ ପଏଣ୍ଟ)ଙ୍କୁ ପଛରେ ପକାଇ ସେ ଏହି ଶୀର୍ଷ ସ୍ଥାନ ହାତେଇଛନ୍ତି। ଏହି ତାଲିକାରେ ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ଏମ୍‌.ଜେ ଗୁପ୍ତିଲ୍‌(୭୬୨), ଚୁତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏଫ୍.ଡୁ ପ୍ଲିସିସ୍‌(୭୪୧), […]

virat2903

virat2903

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 11:14 AM IST

Sports

Latest News

ନୂଆଦିଲ୍ଲୀ:ସଦ୍ୟପ୍ରକାଶିତ ଆଇସିସି ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନକୁ ପୁଣି ଥରେ ଫେରିଛନ୍ତି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି(୮୭୧ ପଏଣ୍ଟ)। ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସୁପରଟେନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଦମଦାର ଅପରାଜିତ ୮୨ ରନ୍‌ ବଳରେ କୋହଲି ଭାରତକୁ ସେମିରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ(୮୦୩ ପଏଣ୍ଟ)ଙ୍କୁ ପଛରେ ପକାଇ ସେ ଏହି ଶୀର୍ଷ ସ୍ଥାନ ହାତେଇଛନ୍ତି।

ଏହି ତାଲିକାରେ ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ଏମ୍‌.ଜେ ଗୁପ୍ତିଲ୍‌(୭୬୨), ଚୁତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏଫ୍.ଡୁ ପ୍ଲିସିସ୍‌(୭୪୧), ପଞ୍ଚମ ସ୍ଥାନରେ ଇଂଲଣ୍ଡର ଏଡି ହେଲ୍ସ(୭୩୭), ଷଷ୍ଠ ସ୍ଥାନରେ ୱେଷ୍ଟ ଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୭୨୪), ସପ୍ତମ ସ୍ଥାନରେ ନ୍ୟୁଜିଲାଣ୍ଡର କେ.ଏସ୍‌ ୱିଲିୟମସନ୍‌ (୭୧୮ରେଟିଂ), ଅଷ୍ଟମ ସ୍ଥାନରେ ଜିମ୍ବାୱେର ଏଚ୍‌.ମାଶାକାଡାଜା (୬୭୭), ନବମ ସ୍ଥାନରେ ଆଫଗାନିସ୍ତାନର ମହମ୍ମଦ ଶେହଜାଦ୍‌ (୬୭୪) ଓ ଦଶମ ସ୍ଥାନରେ ନିକଟରେ ଅବସର ନେଇଥିବା ଅଷ୍ଟ୍ରେଲିଆର ଅଲରାଉଣ୍ଡର ଶେନ୍‌ ୱାଟସନ୍‌(୬୬୪) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos