ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ : ରେକର୍ଡ ଉପରେ ନଜର

ନାପିଅର: ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ଆସନ୍ତାକାଲିଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ଆରମ୍ଭ କରିବ। ଟିମ୍‌ ଇଣ୍ଡିଆ ଏହି ଗସ୍ତ ସମୟରେ ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନାପିଅର ଠାରେ ପ୍ରଥମ ଦିନିକିଆ ଖେଳାଯିବ। ତେବେ ନାପିଅରରେ ଭାରତ ଶେଷଥର ପାଇଁ ୨୦୦୯ ମସିହା ମାର୍ଚ୍ଚ ୩ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପରକୁ ୧୦୧ ଥର ଦିନିକିଆରେ ଭେଟିଛନ୍ତି। ଏଥିରେ […]

ee

ee

Hemant Lenka
  • Published: Tuesday, 22 January 2019
  • Updated: 22 January 2019, 09:15 PM IST

Sports

Latest News

ନାପିଅର: ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ଆସନ୍ତାକାଲିଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ଆରମ୍ଭ କରିବ। ଟିମ୍‌ ଇଣ୍ଡିଆ ଏହି ଗସ୍ତ ସମୟରେ ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନାପିଅର ଠାରେ ପ୍ରଥମ ଦିନିକିଆ ଖେଳାଯିବ।

ତେବେ ନାପିଅରରେ ଭାରତ ଶେଷଥର ପାଇଁ ୨୦୦୯ ମସିହା ମାର୍ଚ୍ଚ ୩ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପରକୁ ୧୦୧ ଥର ଦିନିକିଆରେ ଭେଟିଛନ୍ତି। ଏଥିରେ ଭାରତ ୫୧ଟି ଜିତିଥିବା ବେଳେ ୪୪ଟିରେ ହାରିଛି। ଗୋଟିଏ ମ୍ୟାଚ୍‌ ଟାଇ ରହିଥିବା ବେଳେ ୫ଟି ମ୍ୟାଚ୍‌ର ଫଳାଫଳ ବାହାରି ପାରିନାହିଁ।

ଭାରତର ୧୬୦୦ତମ ମ୍ୟାଚ୍‌

ଭାରତ ଆସନ୍ତାକାଲି ନିଜର ୧୬ଶହ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ନାପିଅର ପଡ଼ିଆକୁ ଓହ୍ଲାଇବ। ଭାରତ ୧୯୩୨ରୁ ନିଜର କ୍ରିକେଟ୍‌ ଖେଳ ଅଭିଯାନ ଆରମ୍ଭ କରିଥିଲା। ସେବେଠାରୁ ଭାରତ ୫୩୩ଟି ଟେଷ୍ଟ, ୯୫୬ ଦିନିକିଆ ଓ ୧୧୦ ଟି-୨୦ ମ୍ୟାଚ୍‌ ଖେଳିଛି। ଭାରତ ୧୬୦୦ ବା ତା’ଠାରୁ ଅଧିକ ମ୍ୟାଚ୍‌ ଖେଳିବାରେ ବିଶ୍ୱର ତୃତୀୟ ଦେଶ ହେବ। ଅଷ୍ଟ୍ରେଲିଆ ସର୍ବାଧିକ ୧୮୫୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ବେଳେ ଇଂଲଣ୍ଡ ୧୮୩୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି।

ଭାରତ ୧୫୯୯ଟି ମ୍ୟାଚ୍‌ରୁ ୭୧୩ଟି ଜିତିଥିବା ବେଳେ ୬୧୫ଟିରେ ହାରିଛି। ୨୧୭ଟି ମ୍ୟାଚ୍‌ ଡ୍ର ରହିଥିବା ବେଳେ ୧୧ଟି ଟାଇ ରହିଛି। ସେହିପରି ୪୩ଟି ମ୍ୟାଚ୍‌ର ଫଳାଫଳ ବାହାରି ପାରିନାହିଁ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଦିନିକିଆରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୧୩ଶହ ତମ ମ୍ୟାଚ୍‌ ଖେଳିବ।

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୧୨୯୬ଟି ମ୍ୟାଚ୍‌ ଖେଳିଥିବା ବେଳେ ୪୮୮ଟିରେ ଜିତିଛି ଓ ୫୮୯ଟି ମ୍ୟାଚ୍‌ରେ ହାରିଛି। ୧୬୫ଟି ମ୍ୟାଚ୍‌ ଡ୍ର ରହିଥିବା ବେଳେ ୧୧ଟି ଟାଇ ରହିଛି। ସେହିପରି ୪୩ଟି ମ୍ୟାଚ୍‌ର ଫଳାଫଳ ବାହାରି ପାରିନାହିଁ।

ଗତ ୫ଟି ମୁକାବିଲାରୁ ଭାରତ ଜିତିଛି ୩ଟି

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗତ ୫ଟି ଦିନିକିଆ ମ୍ୟାଚ୍‌ରୁ ଭାରତ ୩ଟିରେ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨ଟି ଜିତିଛି। ଦୁଇ ଦେଶ ମଧ୍ୟରେ ଶେଷ ଦିନିକିଆ ୨୦୧୭ ଅକ୍ଟୋବର ୨୯ରେ ହୋଇଥିଲା। କାନପୁରଠାରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୬ରେ ପରାସ୍ତ କରିଥିଲା।

ବିଶ୍ୱକପ୍‌ ପୂର୍ବରୁ ଭାରତର ଶେଷ ବିଦେଶ ଗସ୍ତ

ଆସନ୍ତା ମେ’ ୩୦ରୁ ଇଂଲଣ୍ଡରେ ବିଶ୍ୱକପ୍‌ ହେବ। ବିଶ୍ୱକପ୍‌ ପୂର୍ବରୁ ଭାରତର ଏହା ଶେଷ ବିଦେଶ ଗସ୍ତ। ଗତ ୩୬ ବର୍ଷ ମଧ୍ୟରେ ଭାରତ ମାତ୍ର ୫ଥର ପାଇଁ ଏଭଳି ବିଶ୍ୱକପ୍‌ ପୂର୍ବରୁ ବିଦେଶ ଗସ୍ତରେ ଯାଇ ଟୁର୍ଣ୍ଣାମେଣ୍ଟ ଖେଳିଛି।

ନ୍ୟୁଜିଲ୍ୟାଣ୍ଡରେ ୭ଟି ସିରିଜ୍‌ରୁ ଭାରତ ମାତ୍ର ଗୋଟିଏ ଜିତିଛି

ଭାରତ ଅଷ୍ଟମ ଥର ପାଇଁ ଦିନିକିଆ ସିରିଜ୍‌ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଛି। ଏହାପୂର୍ବରୁ ଦଳ ୭ଥର ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ସିରିଜ୍‌ ଖେଳିଥିଲେ ହେଁ ମାତ୍ର ଗୋଟିଏ ଥର ଜିତିଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ସିରିଜ୍‌ ୧୯୭୬ରେ ଖେଳା ଯାଇଥିଲା।

ଏଥିରେ ଘରୋଇ ଟିମ୍‌ ୨-୦ରେ ବିଜୟୀ ହୋଇଥିଲା। ୧୯୮୧ରେ ଅନୁଷ୍ଠିତ ଦ୍ୱିତୀୟ ସିରିଜ୍‌କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ୨-୦ରେ ପୋଛି ନେଇଥିଲା। ୧୯୯୪ ଓ ୧୯୯୯ରେ ଅନୁଷ୍ଠିତ ହୋଇଥିବା ଦୁଇଟି ଯାକ ସିରିଜ୍‌ ୨-୨ରେ ଡ୍ର ରହିଥିଲା। ୨୦୦୨ରେ ଅନୁଷ୍ଠିତ ୭ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ନ୍ୟୁଜିଲ୍ୟାଣ୍ଡ ୫-୨ରେ ଜିତିଥିଲା। ୨୦୦୯ରେ ଭାରତ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ସିରିଜ୍‌ ଜିତିଥିଲା।

୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଭ୍ରମଣକାରୀ ଦଳ ଭାବେ ଭାରତ ୩-୧ରେ କବଜା କରିଥିଲା। କିନ୍ତୁ ୨୦୧୪ରେ ନ୍ୟୁଜିଲ୍ୟାଣ୍ଡ ପୁଣିଥରେ ୪-୦ରେ ସିରିଜ୍‌ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story