ମିଆମି ଓପନ୍‌ କ୍ୱାର୍ଟରରେ ନିଶିକୋରି

ମିଆମି(ୟୁଏସ୍‌ଏ): ଏସିଆର ଶ୍ରେଷ୍ଠ ଟେନିସ୍‌ ଷ୍ଟାର କେଇ ନିଶିକୋରୀ ମିଆମି ଓପନ୍‌ର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ବୁଧବାର ସେ ସ୍ପେନ୍‌ର ରବର୍ଟ ବାଉଟିଷ୍ଟାଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟେନିସ୍‌ ଷ୍ଟାର ନିକ୍‌ କାରଗୋଇସ୍‌ ରୁଷିଆର ଆଣ୍ଡ୍ରେ କୁଜୁନେସ୍ତୋଭ୍‌ଙ୍କୁ ୭-୬(୭-୩), ୬-୩ରେ ପରାସ୍ତ କରି କ୍ୱାର୍ଟରରେ ପହଞ୍ଚିଛନ୍ତି।