ୱାର୍ଣ୍ଣରଙ୍କ ଐତିହାସିକ ଟ୍ରିପଲ ଟନ୍‌ ଆଗରେ ପାକିସ୍ତାନର ଆତ୍ମସମର୍ପଣ

ଆଡିଲେଡ: ଦୁଇ ଦିନ ଧରି ପିଙ୍କ ବଲ ଟେଷ୍ଟରେ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନମାନେ ପାକିସ୍ତାନୀ ବୋଲରଙ୍କୁ ପ୍ରବଳ ପିଟିଲେ। ଏହାପରେ ଅଷ୍ଟ୍ରେଲିଆ ପାଳି ଘୋଷଣା କରିବା ପରେ ଦଳର ବୋଲରମାନେ ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ ଘାଇଲା କରିଛନ୍ତି। ଡାଭିଡ୍‌ ୱାର୍ଣ୍ଣରଙ୍କ ଐତିହାସିକ ଟ୍ରିପଲ ଶତକ ବଳରେ ଅଷ୍ଟ୍ରେଲିଆ ୫୮୯/୩ରେ ପାଳି ଘୋଷଣା କରିଥିଲା। ତେବେ ପାକିସ୍ତାନ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୯୬ ରନ୍‌ରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଦଳ ପାଖରେ ମାତ୍ର ୪ଟି ୱିକେଟ […]

p

p

Hemant Lenka
  • Published: Saturday, 30 November 2019
  • Updated: 30 November 2019, 10:39 PM IST

Sports

Latest News

ଆଡିଲେଡ: ଦୁଇ ଦିନ ଧରି ପିଙ୍କ ବଲ ଟେଷ୍ଟରେ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନମାନେ ପାକିସ୍ତାନୀ ବୋଲରଙ୍କୁ ପ୍ରବଳ ପିଟିଲେ। ଏହାପରେ ଅଷ୍ଟ୍ରେଲିଆ ପାଳି ଘୋଷଣା କରିବା ପରେ ଦଳର ବୋଲରମାନେ ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ ଘାଇଲା କରିଛନ୍ତି।

ଡାଭିଡ୍‌ ୱାର୍ଣ୍ଣରଙ୍କ ଐତିହାସିକ ଟ୍ରିପଲ ଶତକ ବଳରେ ଅଷ୍ଟ୍ରେଲିଆ ୫୮୯/୩ରେ ପାଳି ଘୋଷଣା କରିଥିଲା। ତେବେ ପାକିସ୍ତାନ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୯୬ ରନ୍‌ରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଦଳ ପାଖରେ ମାତ୍ର ୪ଟି ୱିକେଟ ଥିବା ବେଳେ ପାକିସ୍ତାନ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୪୯୩ ରନ୍‌ ପଛରେ ରହିଛି।

ଷ୍ଟମ୍ପ ଅପସାରଣ ବେଳକୁ ବାବର ଆଜମ ୪୩ ଓ ୟାସିର ଶାହ ୪ ରନ୍‌ କରି ଅପରାଜିତ ରହିଛନ୍ତି। ବ୍ୟାଟିଂରେ ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣର କମାଲ କରିଥିବା ବେଳେ ବୋଲିଂରେ ମିଚେଲ ଷ୍ଟାର୍କ ନିଜର ଜଲୱା ଦେଖାଇଛନ୍ତି। ସେ ୪ଟି ୱିକେଟ ନେଇ ପାକିସ୍ତାନର ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରିଦେଇଥିଲେ।

ଗତକାଲିର ସ୍କୋର ୩୦୨/୧ରୁ ଆଜି ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ପାଇଁ ଶୁକ୍ରବାର ଶତକ ହାସଲ କରିଥିବା ୱାର୍ଣ୍ଣର ଓ ମାର୍ନସ ଲାବୁଶେନ ଆଜି ମଧ୍ୟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ତେବେ ଗତକାଲି ୧୨୬ ରନ୍‌ କରି ଅପରାଜିତ ଥିବା ଲାବୁଶେନ ଆଜି ୧୬୨ ରନ୍‌ କରି ଶାହୀନ ଆଫ୍ରିଦିଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ତେବେ ଏହାର ପ୍ରଭାବ ୱାର୍ଣ୍ଣରଙ୍କ ଉପରେ ପଡ଼ି ନଥିଲା।

ସେ ଷ୍ଟିଭ ସ୍ମିଥଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ୧୨୧ ରନ୍‌ର ଭାଗିଦାରୀ କରିଥିଲେ। ଏଥିସହ ନିଜର ୨୦୦ ରନ ପୂରଣ କରିଥିଲେ। ସ୍ମିଥ ୩୬ ରନ୍‌ କରି ଆଉଟ ହେବା ପରେ ମାଥ୍ୟୁ ୱାଡେ କ୍ରିଜ୍‌କୁ ଆସିଥିଲେ। ସେ ୱାର୍ଣ୍ଣରଙ୍କ ସହ ମିଶି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ଅପରାଜିତ ୯୯ ରନ୍‌ ଯୋଡ଼ିବା ସହ ୱାର୍ଣ୍ଣର ଐତିହାସିକ ଟ୍ରିପଲ ଟନ୍‌ ହାସଲ କରିଥିଲେ।

ସେ ସିଙ୍ଗଲ ନେଇ ଡନ୍‌ ବ୍ରାଡମ୍ୟାନଙ୍କୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୩୩୪କୁ ଅତିକ୍ରମ କରିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ପାଳି ଘୋଷଣା କରିଥିଲେ। ଏହି ସମୟରେ ୱାର୍ଣ୍ଣର ୩୩୫ ଓ ୱାଡେ ୩୮ ରନ୍‌ କରି ଅପରାଜିତ ରହିଥିଲେ।

ପାକିସ୍ତାନ ପକ୍ଷରୁ ଶାହୀନ ଆଫ୍ରିଦି ହିଁ ୩ଟି ଯାକ ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆର ଏହି ବିଶାଳ ୫୮୯ ରନ୍‌ର ଜବାବରେ ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଓପନର ଇମାମ ଉଲହକ୍‌(୨), ଅଧିନାୟକ ଆଝାର ଅଲୀ(୯), ଶାନ ମାସୁଦ(୧୯) ପାକିସ୍ତାନ ଫ୍ୟାନଙ୍କୁ ନିରାଶ କରିଥିଲେ। ବାବର ଆଜମ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ କେହି ବି ସହଯୋଗ କରି ନଥିଲେ। ମିଚେଲ ଷ୍ଟାର୍କ ଯଥାକ୍ରମେ ଆସଦ ସୈଫିକ(୯), ଇଫତକାର ଅହମଦ(୧୦) ଓ ମହମ୍ମଦ ରିଜୱାନ(୦)ଙ୍କୁ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ବାବର କିନ୍ତୁ ଷ୍ଟମ୍ପ ଅପସାରଣ ଯାଏ ୪୩ ରନ୍‌ କରି ଅପରାଜିତ ରହିଛନ୍ତି। ଏବେ ପାକିସ୍ତାନର ସବୁ ଭରସା ବାବରଙ୍କ ଉପରେ ରହିଛି।

ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିବା ପାକିସ୍ତାନ ପିଙ୍କ ବଲରେ ନିଜ ଭାଗ୍ୟର ପରିବର୍ତ୍ତନ କରିବ ବୋଲି ଆଶା କରିଥିଲା। ହେଲେ ଅଷ୍ଟ୍ରେଲିଆ ଏହା କରିବାକୁ ଦେଇନାହିଁ। ବର୍ତ୍ତମାନ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି ଏହି ଟେଷ୍ଟ ମ୍ୟାଚ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story