କନ୍ଦେଇଲା ଆଫଗାନିସ୍ତାନ, କଷ୍ଟେ ମଷ୍ଟେ ଜିତିଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଟିମ୍ ବିପକ୍ଷରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ଆଫଗାନିସ୍ତାନ ବିପକ୍ଷରେ ନାକେଦମ ହେବାକୁ ପଡ଼ିଛି। ଶନିବାର ବିଶ୍ୱକପର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ […]

HH

HH

Hemant Lenka
  • Published: Saturday, 22 June 2019
  • Updated: 22 June 2019, 11:08 PM IST

Sports

Latest News

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଟିମ୍ ବିପକ୍ଷରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ଆଫଗାନିସ୍ତାନ ବିପକ୍ଷରେ ନାକେଦମ ହେବାକୁ ପଡ଼ିଛି। ଶନିବାର ବିଶ୍ୱକପର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି।

ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ବିରାଟ୍ କୋହଲିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ସ୍ପିନରଙ୍କୁ ସାମ୍ନା କରିପାରିନଥିଲେ। ସେ ୬୩ ବଲରେ ୫ ଚୌକା ସହ ୬୭ ରନ୍ କରିଛନ୍ତି। ଏହାର ଜବାବରେ ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୩ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ମହମ୍ମଦ ଶାମି ଶେଷ ଓଭରରେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଭାରତ ବିଜୟରେ ମୁଖ୍ୟ ସୂତ୍ରଧର ବିବେଚିତ ହୋଇଛନ୍ତି। ଶାମି ୪୦ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଖେଳୁଥିବା ମହମ୍ମଦ ଶାମି ଆଫଗାନିସ୍ତାନ ଓପ୍ନର ହଜରତୁଲ୍ଲା ଜାଜାଇ (୧୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ଓପ୍ନର ତଥା କ୍ୟାପଟେନ୍ ଗୁଲବଦିନ୍ ନାଏବ ଓ ରେହମତ୍ ଶାହ ଟିମ୍ ଇଣ୍ଡିଆର ମଜଭୁତ୍ ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଥିଲେ।

ତେବେ ସେଟ୍ ହୋଇ ଆସୁଥିବା ଏହି ଯୋଡ଼ିକୁ ହାର୍ଦ୍ଦିକ ପାଣ୍ଡ୍ୟା ଭାଙ୍ଗିବାରେ ସଫଳ ହୋଇଥିଲେ। ନାଏବ ୨୭ (୪୨ ବଲ୍, ୪୨ ବଲ୍, ୨ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ରେହମତ ଓ ହଶମତୁଲ୍ଲା ଶାହିଦି ତୃତୀୟ ୱିକେଟ୍ ପାଇଁ ୪୨ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରି ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ରେହମତ୍ ୩୬ (୩ ଚୌକା) ଓ ଶାହିଦି ୨୧ (୨ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ପୂର୍ବତନ କ୍ୟାପଟେନ୍ ଅସଘର ଆଫଗାନଙ୍କଠାରୁ ଟିମ୍ ଆଶା ବାନ୍ଧିଥିଲେ ହେ, ସେ ନିରାଶ କରିଥିଲେ। ଅସଘର ୮ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ମହମ୍ମଦ ନବି ଓ ନାଜିବୁଲ୍ଲା ଜର୍ଦ୍ଦାନ ଦ୍ରୁତ ରନ୍ କରି ଆଫଗାନିସ୍ତାନକୁ ବିଜୟ ଅଭିମୁଖେ ନେଇଥିଲେ । ନାଜିବୁଲ୍ଲା ଭଲ ବ୍ୟାଟିଂ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୨୧ ରନ୍ କରି ପାଣ୍ଡ୍ୟାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହା ପରେ ରଶିଦ୍ ଖାନ୍ ୧୪ ରନ୍ କରି ଚହଲଙ୍କ ଆଉଟ୍ ହୋଇଥିଲେ।

ତେବେ ନବି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ନବିଙ୍କୁ ଅନ୍ତିମ ଓଭରରେ ଶାମି ଆଉଟ୍ କରି ଭାରତ ବିଜୟକୁ ପକ୍କା କରିଥିଲେ। ନବି ୫୫ ବଲରେ ୪ ଚୌକା ଓ ୧ ଛକା ସହ ୫୨ ରନ୍ କରି ଆଉଟ୍ ହୋଇଥିଲେ । ଇକ୍ରାମ୍ ଅଲୀ ଖିଲ୍ ୭ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ୟୁଜବେନ୍ଦ୍ର ଚହଲ୍ ଓ ପାଣ୍ଡ୍ୟା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ରୋଜ ବାଉଲରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ତା'ର ମୁଖ୍ୟ ଶକ୍ତି ସ୍ପିନରକୁ ହିଁ ପ୍ରଥମ ଓଭରରେ ଲଗାଇଥିଲା ଏବଂ ଟିମକୁ ଏହାର ଫାଇଦା ମଧ୍ୟ ମିଳିଥିଲା। ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଫର୍ମରେ ଥିବା ଓପ୍ନର ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ମୁଜୀବ ଉର୍-ରେହମାନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

ଏହା ପରେ ଲୋକେଶ ରାହୁଲ (୩୦) ଓ କୋହଲି ସ୍ଥିତି ସମ୍ଭାଳିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୫୭ ରନର ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ। ରାହୁଲ ଭଲ ଖେଳିଆସୁଥିବା ବେଳେ ଖରାପ ଶଟ୍ ଖେଳି ନିଜ ୱିକେଟ୍ ଦେଇ ବସିଥିଲେ। ମହମ୍ମଦ ନବିଙ୍କ ବଲରେ ରିଭର୍ସ ସୁଇପ୍ ମାରିବାକୁ ଯାଇ ରାହୁଲ ହଜରତୁଲ୍ଲାଙ୍କ ଦ୍ୱାରା ଧରା ପଡ଼ିଥିଲେ। ରାହୁଲଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜୟ ଶଙ୍କର ପ୍ରଥମରୁ ଧିମା ବ୍ୟାଟିଂ କରିଥିଲେ ହେଁ ପରେ ସେ ରନ୍ ଗତି ବଢ଼ାଇ ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ।

କିନ୍ତୁ ସେ ମଧ୍ୟ ରାହୁଲଙ୍କ ଭଳି ଖରାପ ଶଟ୍ ଖେଳି ଆଉଟ୍ ହୋଇଥିଲେ। ଶଙ୍କର ୪୧ ବଲରେ ୨ ଚୌକା ସହ ୨୯ ରନ୍ ରେହମତ୍ ଶାହଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଅଧିନାୟକ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି ୪୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ମ୍ୟାଚରେ କୋହଲିଙ୍କ ପାଖରେ ଶତକ ମାରିବାର ଭଲ ସୁଯୋଗ ଥିଲା, କିନ୍ତୁ ସେ ମଧ୍ୟ ଖରାପ ଶଟ୍ ଯୋଗୁ ଆଉଟ୍ ହୋଇଯାଇଥିଲେ। କୋହଲିଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ ନବି।

କୋହଲିଙ୍କ ଆଉଟ୍ ବେଳକୁ ଭାରତର ସ୍କୋର ୪ ୱିକେଟରେ ୧୩୫ ରନରେ ଥିଲା। ଏହା ପରେ ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ପଞ୍ଚମ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ି ଭାରତର ସ୍କୋରକୁ ୨୦୦ ନିକଟତର କରାଇଥିଲେ। ଧୋନି ଧିମା ବ୍ୟାଟିଂ କରି ୫୨ ବଲରେ ମାତ୍ର ୨୮ ରନ୍ କରିଥିଲେ। କେଦାର ମଧ୍ୟ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରି ୫୨ (୬୮ ବଲ୍, ୩ ଚୌକା, ୧ ଛକା) ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିଲେ।

ଶେଷଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା (୭), ମହମ୍ମଦ ଶାମି (୧) ଦୁଇ ଅଙ୍କ ଛୁଇଁପାରି ନଥିଲେ। କୁଲଦୀପ ଯାବଦ (୧) ଓ ଯଶପ୍ରୀତ ବୁମ୍ରା (୧) ଅପରାଜିତ ଥିଲେ । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ଓ କ୍ୟାପଟେନ୍ ଗୁଲବଦିନ୍ ନାଏକ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରଶିଦ୍ ଖାନ୍, ମୁଜୀବ-ଉର୍-ରେହମାନ୍ ଓ ରେହମତ୍ ଶାହ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story