ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅଭ୍ୟାସ ମ୍ୟାଚ୍: ଚତୁର୍ଥ ସ୍ଥାନ ଉପରେ ଟିମ୍ ଇଣ୍ଡିଆର ଫୋକସ୍

ଲଣ୍ଡନ: ଦୃଢ଼ ଦାବିଦାର ଭାରତୀୟ ଟିମ୍ ଶନିବାର ଏଠାରେ ବିଶ୍ୱକପ୍ ପାଇଁ ତା’ର ପ୍ରଥମ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଜରିଆରେ ଖେଳାଳିମାନେ ପରିସ୍ଥିତି ସହ ଖାପଖୁଆଇବାକୁ ପ୍ରୟାସ କରିବେ। ଭାରତ ପାଇଁ ଏବେବି ଚତୁର୍ଥ ସ୍ଥାନକୁ ନେଇ ଆଶଙ୍କା ଜାରି ରହିଛି। କେନିଙ୍ଗଟନ୍ ଓଭାଲରେ ହେବାକୁଥିବା ଏହି ମୁକାବିଲାରେ ଟିମ୍ ତା’ର ମଜଭୁତ୍ ବୋଲିଂ ଆକ୍ରମଣ ପ୍ରୟୋଗ କରିବା ବଦଳରେ ଲୋକେଶ ରାହୁଲ ଓ ବିଜୟ ଶଙ୍କରଙ୍କ ଉପରେ ଅଧିକ ଧ୍ୟାନ ଦେବ, […]

TEAM-INDIA

TEAM-INDIA

Hemant Lenka
  • Published: Friday, 24 May 2019
  • Updated: 24 May 2019, 06:09 PM IST

Sports

Latest News

ଲଣ୍ଡନ: ଦୃଢ଼ ଦାବିଦାର ଭାରତୀୟ ଟିମ୍ ଶନିବାର ଏଠାରେ ବିଶ୍ୱକପ୍ ପାଇଁ ତା'ର ପ୍ରଥମ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଜରିଆରେ ଖେଳାଳିମାନେ ପରିସ୍ଥିତି ସହ ଖାପଖୁଆଇବାକୁ ପ୍ରୟାସ କରିବେ। ଭାରତ ପାଇଁ ଏବେବି ଚତୁର୍ଥ ସ୍ଥାନକୁ ନେଇ ଆଶଙ୍କା ଜାରି ରହିଛି।

କେନିଙ୍ଗଟନ୍ ଓଭାଲରେ ହେବାକୁଥିବା ଏହି ମୁକାବିଲାରେ ଟିମ୍ ତା'ର ମଜଭୁତ୍ ବୋଲିଂ ଆକ୍ରମଣ ପ୍ରୟୋଗ କରିବା ବଦଳରେ ଲୋକେଶ ରାହୁଲ ଓ ବିଜୟ ଶଙ୍କରଙ୍କ ଉପରେ ଅଧିକ ଧ୍ୟାନ ଦେବ, ଯିଏ ଚତୁର୍ଥ ସ୍ଥାନ ଦୌଡ଼ରେ ସାମିଲ୍ ଅଛନ୍ତି। ବିରାଟ କୋହଲିଙ୍କ ଟିମ୍ ଆଇସିସି ଟୁର୍ଣ୍ଣାମେଣ୍ଟରେ ଆଉ ଏକ ଟାଇଟଲ୍ ଯୋଡ଼ିବା ଉଦ୍ଦେଶ୍ୟରେ ଏଠାରେ ପହଞ୍ଚିଛି।

ଭାରତ ୧୯୮୩ ଓ ୨୦୧୧ରେ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା । ଦିନିକିଆ ରାଙ୍କିଙ୍ଗରେ ଭାରତୀୟ ଟିମ୍ ଇଂଲଣ୍ଡ ପରେ ଦ୍ୱିତୀୟ ସ୍ଥାନରେ ଅଛି। ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ଆୟୋଜକ ଟିମ୍ ଏବଂ ପାଞ୍ଚଥରର ବିଜେତା ଅଷ୍ଟ୍ରେଲିଆକୁ ଟାଇଟଲ୍ ଦାବିଦାର କୁହାଯାଉଛି। ତେବେ ପ୍ରତିଦ୍ୱନ୍ଦ୍ୱୀ ଟିମର ନଜର ଭାରତୀୟ ଅଧିନାୟକ କୋହଲିଙ୍କ ଉପରେ ରହିବ, ଯିଏ ୫୦ ଓଭର କ୍ରିକେଟ୍ ବ୍ୟତୀତ ଟେଷ୍ଟ କ୍ରିକେଟରେ ମଧ୍ୟ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଅଛନ୍ତି। ଏଥିସହ ପ୍ରତିପକ୍ଷ ଟିମ୍ ମଧ୍ୟ ଭାରତୀୟ ପେସ୍ ଆକ୍ରମଣକୁ ପରଖିବାକୁ ଚାହିଁବ।

ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତ୍ ଶର୍ମା ଓ ଶିଖର ଧୱନଙ୍କ ପରେ ତୃତୀୟ ସ୍ଥାନରେ ବିରାଟ କୋହଲିଙ୍କ ଉପସ୍ଥିତି ଭାରତକୁ ମଜଭୁତ୍ କରିଛି। ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି, ଅଲରାଉଣ୍ଡର୍ କେଦାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତି ଦ୍ୱାରା ଲାଇନଅପ ସନ୍ତୁଳିତ ଲାଗୁଛି। ପ୍ରତିଦ୍ୱନ୍ଦ୍ୱୀ ଟିମ୍ ମଧ୍ୟ ଭାରତୀୟ ପେସ୍ ଆକ୍ରମଣ ଉପରେ ନଜର ରଖିଛି। ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଥିବା ଯଶପ୍ରୀତ ବୁମ୍ରା ପେସ୍ ଆକ୍ରମଣ ନେତୃତ୍ୱ ନେବେ, ଯେଉଁଥିରେ ମହମ୍ମଦ ଶାମି, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ୍ ଅଛନ୍ତି।

ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଉପସ୍ଥିତି ଦ୍ୱାରା ଭାରତୀୟ ଆକ୍ରମଣରେ ବିଭିନ୍ନତା ଦେଖିବାକୁ ମିଳିଛି। ତେଣୁ ମୋଟାମୋଟି ଭାରତର ସବୁ ଖେଳାଳି ଯଦି ନିଜ ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରନ୍ତି, ତାହେଲେ ଟିମ୍ ନିଶ୍ଚିତ ଭଲ ପ୍ରଦର୍ଶନ କରିବ। ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ହାଲକା ଭାବେ ନେବା ଭାରତ ପାଇଁ ମହଙ୍ଗା ପଡ଼ିପାରେ।

କ୍ୟାପଟେନ୍ କେନ୍ ୱିଲିୟମସନଙ୍କ ବ୍ୟତୀତ ରସ୍ ଟେଲର, ମାର୍ଟିନ୍ ଗପ୍ଟିଲ୍, ଟମ୍ ଲାଥାମ, କଲିନ୍ ମୁନରୋଙ୍କ ଉପସ୍ଥିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ବିଭାଗକୁ ଶକ୍ତିଶାଳୀ କରିଛି। ଦଳର ମୁଖ୍ୟ ଅସ୍ତ୍ର ହେଉଛି ପେସ୍ ଆକ୍ରମଣ, ଯେଉଁଥିରେ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍ ହେନରୀଙ୍କ ଦକ୍ଷ ବୋଲର ଅଛନ୍ତି।

ଭାରତୀୟ ଟିମ୍: ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା।

ନ୍ୟୁଜିଲ୍ୟାଣ୍ଡ୍ ଟିମ୍: କେନ୍ ୱିଲିୟମସନ୍ (ଅଧିନାୟକ), ଟମ୍ ଲାଥାମ, ଟମ୍ ବ୍ଲଣ୍ଡେଲ୍, ଟ୍ରେଣ୍ଟ୍ ବୋଲ୍ଟ, କଲିନ୍ ଡି'ଗ୍ରାଣ୍ଡହୋମ୍, ଲକି ଫର୍ଗୁସନ୍, ମାର୍ଟିନ୍ ଗପ୍ଟିଲ୍, ମ୍ୟାଟ୍ ହେନରୀ, କଲିନ୍ ମୁନରୋ, ଜିନ୍ନି ନିଶାମ, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର୍, ଈଶ ସୋଢୀ, ଟିମକ ସାଉଦି, ରସ୍ ଟେଲର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story