ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

କଟକ, (ଓଡ଼ିଶା ରିପୋର୍ଟର୍): ବିସିସିଆଇ ପକ୍ଷରୁ ଆୟୋଜିତ ସମ୍ମାନଜନକ ବିଜୟ ହଜାରେ ଟ୍ରଫି ଏଲିଟ୍- ବି ଲିଗ୍ ପାଇଁ ଓଡ଼ିଶା ସିନିୟର୍ କ୍ରିକେଟ୍ ଦଳର ଚୟନ କରାଯାଇଛି। ସୋମବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସିନିୟର ଚୟନ କମିଟି ଓଡ଼ିଶାର ପ୍ରଥମ ଦୁଇଟି ମ୍ୟାଚ୍ ୧୫ଜଣିଆ ଦଳର ଘୋଷଣା କରିଛି। ଟିମର କ୍ୟାପଟେନ୍ ଭାବେ ଶୁଭ୍ରାଂଶୁ ସେନାପତିଙ୍କୁ ନିଯୁକ୍ତ କରାଯାଇଛି। ତେବେ ଟିମରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ଅଭିଜ୍ଞ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ […]

subhransu

subhransu

Ranjit Kumar Jena
  • Published: Monday, 16 September 2019
  • Updated: 16 September 2019, 09:11 PM IST

Sports

Latest News

କଟକ, (ଓଡ଼ିଶା ରିପୋର୍ଟର୍): ବିସିସିଆଇ ପକ୍ଷରୁ ଆୟୋଜିତ ସମ୍ମାନଜନକ ବିଜୟ ହଜାରେ ଟ୍ରଫି ଏଲିଟ୍- ବି ଲିଗ୍ ପାଇଁ ଓଡ଼ିଶା ସିନିୟର୍ କ୍ରିକେଟ୍ ଦଳର ଚୟନ କରାଯାଇଛି। ସୋମବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସିନିୟର ଚୟନ କମିଟି ଓଡ଼ିଶାର ପ୍ରଥମ ଦୁଇଟି ମ୍ୟାଚ୍ ୧୫ଜଣିଆ ଦଳର ଘୋଷଣା କରିଛି। ଟିମର କ୍ୟାପଟେନ୍ ଭାବେ ଶୁଭ୍ରାଂଶୁ ସେନାପତିଙ୍କୁ ନିଯୁକ୍ତ କରାଯାଇଛି।

ତେବେ ଟିମରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ଅଭିଜ୍ଞ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କୁ ବାଦ୍ ଦିଆଯାଇଛି। ୱିକେଟକିପର ଭାବେ ସୁଜିତ୍ ଲେଙ୍କାଙ୍କ ଉପରେ ଚୟନକର୍ତ୍ତା ଭରସା ଦେଖାଇଛନ୍ତି। ଏହାଛଡ଼ା ୯ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି।

ସୂଚନାଯୋଗ୍ୟ, ବିଜୟ ହଜାରେ ଟ୍ରଫିର ଏଲିଟ୍-ବି ଲିଗ୍ ଚଳିତ ମାସ ୨୪ରୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ବରୋଦାରେ ଅନୁଷ୍ଠିତ ହେବ। ଓଡ଼ିଶା  ୨୪ ତାରିଖରେ ତା'ର ପ୍ରଥମ ମ୍ୟାଚରେ ବରୋଦାକୁ ଏବଂ ୨୬ ତାରିଖରେ ଦ୍ୱିତୀୟ ମ୍ୟାଚରେ ହରିଆଣାକୁ ଭେଟିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆସନ୍ତା ୨୧ ତାରିଖରେ ଓଡ଼ିଶା ଦଳ ବରୋଦା ଅଭିମୁଖେ ଗସ୍ତ କରିବ। ଏହି ୧୫ଜଣ ଖେଳାଳି ମଙ୍ଗଳବାର ସକାଳ ୧୦ଟା ସମୟରେ ଟିମ୍ କୋଚଙ୍କୁ ରିପୋର୍ଟ କରିବେ।

ଓଡ଼ିଶା ଦଳ: ସନ୍ଦୀପ ପଟ୍ଟନାୟକ, ସ୍ୱସ୍ତିକ୍ ସାମଲ୍, ଶାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି (କ୍ୟାପଟେନ୍), ଅଭିଷେକ ଯାଦବ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରୟାସ କୁମାର ସିଂହ, ସୁଜିତ୍ ଲେଙ୍କା (ୱିକେଟକିପର), ପପୁ ରୟ, ଦୀପକ ରଞ୍ଜନ ବେହେରା।

ସପୋର୍ଟ ଷ୍ଟାଫ୍: କୋଚ୍- ରଶ୍ମିରଞ୍ଜନ ପରିଡ଼ା, ଫିଜିଓ- ଶୁଭକାନ୍ତ ସାହୁ, ଟ୍ରେନର୍- ମନୋଜ କୁମାର ବିଶ୍ୱାଳ।

ଷ୍ଟାଣ୍ଡ-ବାଇ: ଶୁଭମ୍ ନାୟକ, ଅଙ୍କିତ ଯାଦବ, ରାଜକିଷନ ପଟେଲ୍, ଅୟସକାନ୍ତ ସାହୁ, ପ୍ରୀତ କୁଅଁର ସିଂ ଚୋହାନ୍, କ୍ରିଷ୍ଣା ପଲେଇ, ଆଶୁତୋଷ ଦାସ, ଆଶିଷ ରାୟ, ପ୍ରବୀଣ ଲୋହା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos