୪୧ ବର୍ଷ ଅପେକ୍ଷାର ଅନ୍ତ: ପ୍ରଥମଥର ୱିମ୍ବଲଡନ ଟ୍ରଫି ଜିତିଲେ ବାର୍ଟି

ଲଣ୍ଡନ: ଦୀର୍ଘ ୪୧ ବର୍ଷ ଧରି ଅଷ୍ଟ୍ରେଲିଆ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଷ୍ଟ୍ରେଲିଆ ୪୧ ବର୍ଷ ମଧ୍ୟରେ କେବେ ହେଲେ ମହିଳା ଏକକ ବର୍ଗରେ ୱିମ୍ବଲଡନ ଟ୍ରଫି ଜିତି ନଥିଲା। ହେଲେ ଶନିବାର ଇତିହାସ ରଚିଛନ୍ତି ଆଶେଲଗ ବାର୍ଟି। ସେ ମହିଳା ଏକକ ବର୍ଗରେ ଚାମ୍ପିୟନ ହୋଇ ନିଜ ଟେନିସ କ୍ୟାରିୟରର ପ୍ରଥମ ତଥା ଅଷ୍ଟ୍ରେଲିଆ ପାଇଁ ୪୧ ବର୍ଷ ପରେ ୱିମ୍ବଲଡନ ଟ୍ରଫି ଜିତିଛନ୍ତି। ଶେଷ ଥର ପାଇଁ ୧୯୮୦ରେ ଅଲ ଇଂଲଣ୍ଡ ବ୍ଲକରେ […]

Ash-Barty

Ash-Barty

Hemant Lenka
  • Published: Saturday, 10 July 2021
  • Updated: 10 July 2021, 09:27 PM IST

Sports

Latest News

ଲଣ୍ଡନ: ଦୀର୍ଘ ୪୧ ବର୍ଷ ଧରି ଅଷ୍ଟ୍ରେଲିଆ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଷ୍ଟ୍ରେଲିଆ ୪୧ ବର୍ଷ ମଧ୍ୟରେ କେବେ ହେଲେ ମହିଳା ଏକକ ବର୍ଗରେ ୱିମ୍ବଲଡନ ଟ୍ରଫି ଜିତି ନଥିଲା। ହେଲେ ଶନିବାର ଇତିହାସ ରଚିଛନ୍ତି ଆଶେଲଗ ବାର୍ଟି।

ସେ ମହିଳା ଏକକ ବର୍ଗରେ ଚାମ୍ପିୟନ ହୋଇ ନିଜ ଟେନିସ କ୍ୟାରିୟରର ପ୍ରଥମ ତଥା ଅଷ୍ଟ୍ରେଲିଆ ପାଇଁ ୪୧ ବର୍ଷ ପରେ ୱିମ୍ବଲଡନ ଟ୍ରଫି ଜିତିଛନ୍ତି। ଶେଷ ଥର ପାଇଁ ୧୯୮୦ରେ ଅଲ ଇଂଲଣ୍ଡ ବ୍ଲକରେ ଅଷ୍ଟ୍ରେଲିଆ ପାଇଁ ୱିମ୍ବଲଡନ ଟ୍ରଫି ଇଭୋନେ ଗୋଲାଗୋଙ୍ଗ ଜିତିଥିଲେ।

ଶନିବାର ଖେଳା ଯାଇଥିବା ଏହି ଫାଇନାଲ ମ୍ୟାଚ୍‌ରେ ବାର୍ଟିଙ୍କ ମୁକାବିଲା ପୂର୍ବତନ ନଂ୧ ଖେଳାଳି ଚେକ ଗଣରାଜ୍ୟର କାରୋଲିନା ପ୍ଲିସକୋଭାଙ୍କ ସହ ହୋଇଥିଲା। ପ୍ରଥମ ସେଟ୍‌କୁ ବାର୍ଟି ଏକତରଫା ଭେବେ ୬-୩ରେ ଜିତି ନେଇଥିଲେ। ସମସ୍ତେ ଭାବୁଥିଲେ ଯେ ୱିମ୍ବଲଡନରେ ବାର୍ଟି ହିଁ ଚାମ୍ପିୟନ ହେବେ। ହେଲେ ଦ୍ୱିତୀୟ ସେଟ୍‌ରେ ଜବରଦସ୍ତ କମବ୍ୟାକ କରିଥିଲେ ପ୍ଲିସକୋଭା।

ସେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେଟ୍‌କୁ ୭-୬ରେ ଜିତି ନେଇ ସ୍ଥିତି ୧-୧ରେ ବରାବର କରି ଦେଇଥିଲେ। ତୃତୀୟ ସେଟ୍‌ରେ ବାର୍ଟି ପୁଣି ନିଜର ଦବଦବା ଦେଖାଇଥିଲେ। ସେ ଏହି ସେଟ୍‌କୁ ୬-୩ରେ ଜିତି ନେଇ ଇତିହାସ ପୃଷ୍ଠାରେ ନିଜ ନାଁକୁ ଲେଖି ଦେଇଥିଲେ। ଏଥିସହ ଅଷ୍ଟ୍ରେଲିଆ ପାଇଁ ୪୧ ବର୍ଷ ପରେ ମହିଳା ଏକକ ବର୍ଗରେ ୱିମ୍ବଲଡନ ଟ୍ରଫି ଜିତିବାର ରେକର୍ଡ କରିଛନ୍ତି।

ଅନ୍ୟପକ୍ଷରେ ପ୍ଲିସକୋଭା କ୍ରମାଗତ ଦ୍ୱିତୀୟ ଥର ପାଇଁ କୌଣସି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ୨୦୧୬ରେ ସେ ୟୁଏସ ଓପନ ଫାଇନାଲରେ ବି ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story