କରୋନାରେ ଆଖିବୁଜିଲେ ପୂର୍ବତନ କ୍ରୀଡ଼ାବିତ୍ ମଧୁଲିତା ରାଉତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ଜାତୀୟ ଭରୋତ୍ତୋଳକ ତଥା ରାଉରକେଲା ଇସ୍ପାତ କାରଖାନାରେ ଲୋକ ସମ୍ପର୍କ ବିଭାଗର କର୍ମଚାରୀ  ମଧୁଲିତା ରାଉତ(୪୪)ଙ୍କର କରୋନାରେ ଦେହାନ୍ତ ହୋଇଛି। ୧୯୯୦ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ମଧୁଲିତା ଜାତୀୟ ସ୍ତରରେ ଡିସକସ୍ ଓ ଭରୋତ୍ତୋଳନ କ୍ରୀଡ଼ାରେ ଭାଗ ନେବା ସହ ବିଭିନ୍ନ ବର୍ଗରେ ପଦକ ଜିତିଥିଲେ। ପରେ ରାଉରକେଲା ଇସ୍ପାତ କାରଖାନାର ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ଥିଲେ। ଆଇଜିଏଚ୍ କୋଭିଡ ହସ୍ପିଟାଲରେ ପ୍ରାୟ ଏକ ସପ୍ତାହ ଧରି ଚିକିତ୍ସାଧୀନ […]

madhusmita-rout

madhusmita-rout

Ranjit Kumar Jena
  • Published: Monday, 17 May 2021
  • Updated: 17 May 2021, 07:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ଜାତୀୟ ଭରୋତ୍ତୋଳକ ତଥା ରାଉରକେଲା ଇସ୍ପାତ କାରଖାନାରେ ଲୋକ ସମ୍ପର୍କ ବିଭାଗର କର୍ମଚାରୀ  ମଧୁଲିତା ରାଉତ(୪୪)ଙ୍କର କରୋନାରେ ଦେହାନ୍ତ ହୋଇଛି। ୧୯୯୦ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ମଧୁଲିତା ଜାତୀୟ ସ୍ତରରେ ଡିସକସ୍ ଓ ଭରୋତ୍ତୋଳନ କ୍ରୀଡ଼ାରେ ଭାଗ ନେବା ସହ ବିଭିନ୍ନ ବର୍ଗରେ ପଦକ ଜିତିଥିଲେ। ପରେ ରାଉରକେଲା ଇସ୍ପାତ କାରଖାନାର ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ଥିଲେ।

ଆଇଜିଏଚ୍ କୋଭିଡ ହସ୍ପିଟାଲରେ ପ୍ରାୟ ଏକ ସପ୍ତାହ ଧରି ଚିକିତ୍ସାଧୀନ ରହିବା ପରେ ରବିବାର ବିଳମ୍ବିତ ରାତିରେ ତାଙ୍କର ବିୟୋଗ ହୋଇ ଯାଇଥିଲା। ସୋମବାର କୋଭିଡ ନିର୍ଦ୍ଧେଶାବଳୀ ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ଏକମାତ୍ର ପୁତ୍ର ଅମିତ କୁମାର ମୁଖାଗ୍ନି ଦେଇଥିଲେ।

ଅନ୍ତର୍ଜାତୀୟ ଭରୋତ୍ତୋଳନ ଖେଳାଳି ତଥା ପ୍ରଶିକ୍ଷକ ଅଶୋକ ପ୍ରସାଦ ହେଉଛନ୍ତି ତାଙ୍କର ସ୍ୱାମୀ ଏବଂ ସେ ସ୍ଥାନୀୟ ଭବିଷ୍ୟନିଧି କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଜଣେ ଖେଳାଳି ଓ ଖେଳ ପରିବାରରୁ ଆସିଥିବା ମଧୁଲିତା ଗତ କିଛିବର୍ଷ ଧରି ପାନପୋଷ କ୍ରୀଡା ସଂଗଠନର ଆଜୀବନ ସଦସ୍ୟ ରହି ସଂଗଠନର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଆସୁଥିଲେ।

ତାଙ୍କ ଦେହାନ୍ତରେ ସଂଗଠନର ସଭାପତି ରଶ୍ମିତ ସାହାଣୀ, କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ, ଉପସଭାପତି ମହେନ୍ଦ୍ର ମିଶ୍ର, ବିଜୟ ବଡାଇକ, ନିଖିଳ ପ୍ରଧାନ, ଟି ରାଜେଶ୍ୱରୀ, କୋଷାଧ୍ୟକ୍ଷ ସୁଚିତ୍ରା ଦାସ, ସଂଗଠନ ସମ୍ପାଦକ ସତ୍ୟରଞ୍ଜନ ପଣ୍ଡା, ଉପଦେଷ୍ଟା ଅରବିନ୍ଦ ଦାସ, ଦେବକାନ୍ତ ନାୟକ, ରାଜେଶ ମହାପାତ୍ର ସଦସ୍ୟ ମଧୁର ବାଣୀ, ସ୍ୱାଗତିକା ମହାନ୍ତି, କନ୍ୟା କୁମାରୀ ସାମଲ ଓ ଗୋପୀନାଥ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଶୋକ ସମସ୍ତ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos