ଭାରତ ପାଇଁ ଟିଟିରେ ସ୍ୱର୍ଣ୍ଣ ଜିତିଲେ ଶରତ-ଶ୍ରୀଜା ଯୋଡ଼ି

ବର୍ମିଂହାମ: ଭାରତୀୟ ଟେବୁଲ ଟେନିସର କିମ୍ବଦନ୍ତୀ ଖେଳାଳି ଶରତ କମଲ ଓ ଯୁବ ତାରକା ତଥା ଡେବ୍ୟୁଟାଣ୍ଟ ଶ୍ରୀଜା ଅକୁଳା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶରତ କମଲ ଓ ଶ୍ରୀଜା ଯୋଡ଼ି ମିକ୍ସଡ ଡବଲ୍ସ ଇଭେଣ୍ଟରେ ଦେଶ ପାଇଁ ଏହି ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍‌ରେ ଏମାନଙ୍କ ମୁକାବିଲା ମାଲେସିୟାର ଜେଭେନ ଚୋଙ୍ଗ ଓ କାରେନ ଲୟନେଙ୍କ ସହ ହୋଇଥିଲା। ମ୍ୟାଚ୍‌ର ଦ୍ୱିତୀୟ ସେଟକୁ ଛାଡ଼ି ଦେଲେ ଶରତ ଓ ଶ୍ରୀଜାଙ୍କ ଯୋଡ଼ି କମାଲ କରିଥିଲେ। […]

TT

TT

Hemant Lenka
  • Published: Monday, 08 August 2022
  • Updated: 08 August 2022, 09:00 AM IST

Sports

Latest News

ବର୍ମିଂହାମ: ଭାରତୀୟ ଟେବୁଲ ଟେନିସର କିମ୍ବଦନ୍ତୀ ଖେଳାଳି ଶରତ କମଲ ଓ ଯୁବ ତାରକା ତଥା ଡେବ୍ୟୁଟାଣ୍ଟ ଶ୍ରୀଜା ଅକୁଳା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶରତ କମଲ ଓ ଶ୍ରୀଜା ଯୋଡ଼ି ମିକ୍ସଡ ଡବଲ୍ସ ଇଭେଣ୍ଟରେ ଦେଶ ପାଇଁ ଏହି ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍‌ରେ ଏମାନଙ୍କ ମୁକାବିଲା ମାଲେସିୟାର ଜେଭେନ ଚୋଙ୍ଗ ଓ କାରେନ ଲୟନେଙ୍କ ସହ ହୋଇଥିଲା।

ମ୍ୟାଚ୍‌ର ଦ୍ୱିତୀୟ ସେଟକୁ ଛାଡ଼ି ଦେଲେ ଶରତ ଓ ଶ୍ରୀଜାଙ୍କ ଯୋଡ଼ି କମାଲ କରିଥିଲେ। ଏହି ଯୋଡ଼ି ଗୋଲ୍ଡ ମ୍ୟାଚ୍‌କୁ ୧୧-୪, ୯-୧୧, ୧୧-୫ ଓ ୧୧-୬ରେ ଜିତି ନେଇଛନ୍ତି। ଏହି ବିଜୟ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ଶରତ ଓ ଶ୍ରୀଜା ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ଶରତ କମଲ ଆଜି ପୁରୁଷ ଏକକ ଟିଟିର ଫାଇନାଲ ଖେଳିବେ। ସେ ଇଂଲଣ୍ଡର ପଲ ଡ୍ରିଙ୍କହଲଙ୍କୁ ୧୧-୮, ୧୧-୮, ୮-୧୧, ୧୧-୭, ୯-୧୧ ଓ ୧୧-୮ରେ ହରାଇ ସ୍ୱର୍ଣ୍ଣ ପଦକ ଲଢ଼େଇରେ ପ୍ରବେଶ କରିଛନ୍ତି। ୨୦୦୬ରେ ଶରତ କମଲ ଶେଷଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିଲେ। ଏବେ ତାଙ୍କ ପାଖରେ ଆଉ ଥରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି। ଏହାପୂର୍ବରୁ ପୁରୁଷ ଡବଲ୍ସ ଫାଇନାଲରେ ଶରତ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ଇଂଲଣ୍ଡଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ୨୦୧୮ରେ ମଧ୍ୟ ଏହି ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story