ସସପେଣ୍ଡ ହେଲେ ମହିଳା ରେସଲର୍ ଭିନେଶ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଶୃଙ୍ଖଳିତ ଆଚରଣ କରିଥିବା ମହିଳା ରେସଲର୍ ଭିନେଶ୍ ଫୋଗାଟଙ୍କୁ ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲ୍ୟୁଏଫଆଇ) ଅସ୍ଥାୟୀ ଭାବେ ସସପେଣ୍ଡ କରିଦେଇଛି। କେବଳ ଏତିକି ନୁହେଁ, ତାଙ୍କ ସାଥୀ ରେସଲର୍ ସୋନମ ମଲିକଙ୍କୁ ମଧ୍ୟ ଡବ୍ଲ୍ୟୁଏଫଆଇ ନୋଟିସ୍ ଜାରି କରିଛି। ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର୍ ଫାଇନାଲରେ ଶୋଚନୀୟ ପରାଜୟ ପରେ ବିଦାୟ ନେଇଥିବା ଭିନେଶଙ୍କୁ ଅଗଷ୍ଟ ୧୬ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ ସମୟ ଦିଆଯାଇଛି। ଭିନେଶଙ୍କ ବିରୋଧରେ ବିଶୃଙ୍ଖଳିତ ଆଚରଣ ତିନୋଟି […]

vinesh-phogat

vinesh-phogat

Ranjit Kumar Jena
  • Published: Tuesday, 10 August 2021
  • Updated: 10 August 2021, 07:55 PM IST

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଶୃଙ୍ଖଳିତ ଆଚରଣ କରିଥିବା ମହିଳା ରେସଲର୍ ଭିନେଶ୍ ଫୋଗାଟଙ୍କୁ ଭାରତୀୟ ରେସଲିଂ ଫେଡେରେସନ୍ (ଡବ୍ଲ୍ୟୁଏଫଆଇ) ଅସ୍ଥାୟୀ ଭାବେ ସସପେଣ୍ଡ କରିଦେଇଛି। କେବଳ ଏତିକି ନୁହେଁ, ତାଙ୍କ ସାଥୀ ରେସଲର୍ ସୋନମ ମଲିକଙ୍କୁ ମଧ୍ୟ ଡବ୍ଲ୍ୟୁଏଫଆଇ ନୋଟିସ୍ ଜାରି କରିଛି। ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର୍ ଫାଇନାଲରେ ଶୋଚନୀୟ ପରାଜୟ ପରେ ବିଦାୟ ନେଇଥିବା ଭିନେଶଙ୍କୁ ଅଗଷ୍ଟ ୧୬ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ ସମୟ ଦିଆଯାଇଛି।

ଭିନେଶଙ୍କ ବିରୋଧରେ ବିଶୃଙ୍ଖଳିତ ଆଚରଣ ତିନୋଟି ଅଭିଯୋଗ ଲଗାଯାଇଛି। ଅଲିମ୍ପିକ୍ସରେ ଭିନେଶଙ୍କୁ ସ୍ୱର୍ଣ୍ଣ ପଦକର ଦୃଢ଼ ଦାବିବାର କୁହାଯାଉଥିଲା, କିନ୍ତୁ ବେଲାରୁଷର ଭେନେସା ତାଙ୍କୁ ଚିତ କରିଦେଇଥିଲେ। ହଙ୍ଗେରୀରେ କୋଚ୍ ଓଲୋର୍ ଏକୋସଙ୍କ ସହ ଟ୍ରେନିଂ କରୁଥିବା ଭିନେଶ ସିଧା ଟୋକିଓରେ ପହଞ୍ଚିଥିଲେ, ଯେଉଁଠାରେ ସେ କ୍ରୀଡ଼ା ଗ୍ରାମରେ ରହିବା ଏବଂ ଭାରତୀୟ ଟିମର ଅନ୍ୟ ସଦସ୍ୟଙ୍କ ସହ ଟ୍ରେନିଂ କରିବାକୁ ମନା କରିଦେଇଥିଲେ।

ଏହାସହ ସେ ଭାରତୀୟ ଦଳର ଅଫିସିଆଲ୍ ସ୍ପନସର୍ ଶିବ ନରେଶଙ୍କ ଜର୍ସି ପିନ୍ଧିବାକୁ ମନା କରି ନିଜ ମୁକାବିଲାରେ ନାଇକିର ଜର୍ସି ପିନ୍ଧିଥିଲେ। ଏ ନେଇ ଡବ୍ଲ୍ୟୁଏଫଆଇ କହିଛି ଯେ, ଏହା ଏକ ବିଶୃଙ୍ଖଳିତ ଆଚରଣ। ତାଙ୍କ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଉଛି ଏବଂ ରେସଲିଂର ସମସ୍ତ ଗତିବିଧିରୁ ବ୍ୟାନ୍ କରାଯାଉଛି। ଭିନେଶ ଜବାବ ନଦେବା ଯାଏ କୌଣସି ଜାତୀୟ କିମ୍ବା ଅନ୍ୟ ଘରୋଇ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏ ସମ୍ବନ୍ଧରେ ଡବ୍ଲ୍ୟୁଏଫଆଇ ଅନ୍ତିମ ନିଷ୍ପତ୍ତି ନେବ।

ସୂତ୍ରରୁ ଖବର ମିଳିଛି ଯେ ‘ନିଜ ଖେଳାଳିଙ୍କୁ ନିୟନ୍ତ୍ରଣ କରିପାରୁନଥିବାରୁ ଡବ୍ଲ୍ୟୁଏଫଆଇକୁ ଆଇଓଏ ଭର୍ତ୍ସନା କରିଥିଲା। ଆଇଓଏ ମଧ୍ୟ ଏ ସମ୍ବନ୍ଧରେ ଡବ୍ଲ୍ୟୁଏଫଆଇକୁ ନୋଟିସ୍ ଜାରି କରିଛି।‘

ସେହିପରି ୧୯ ବର୍ଷୀୟା ସୋନମଙ୍କୁ ଦୁର୍ବ୍ୟବହାର ପାଇଁ ମଧ୍ୟ ନୋଟିସ୍ କରାଯାଇଛି। ଏ ନେଇ ଡବ୍ଲ୍ୟୁଏଫଆଇର ଜଣେ ଅଧିକାରୀ କହିଛନ୍ତି, ଏମାନେ ଭାବୁଛନ୍ତି ଯେ ନିଜେ ନିଜେ ଗୋଟେ ଷ୍ଟାର୍ ହୋଇଯାଇଛନ୍ତି ଏବଂ ଏମାନେ କିଛି ବି କରିପାରିବେ। ଟୋକିଓ ଯିବା ପୂର୍ବରୁ ସୋନମ କିମ୍ବା ତାଙ୍କର ପରିବାରକୁ ଡବ୍ଲ୍ୟୁଏଫଆଇ କାର୍ଯ୍ୟାଳୟରୁ ପାସପୋର୍ଟ ନେବାର ଥିଲା। କିନ୍ତୁ ସେମାନେ ସାଇ ଅଧିକାରୀଙ୍କୁ ଏକାଠି କରି ନିର୍ଦ୍ଦେଶ ଦେଇଥିଲେ, ଯାହା ଆଦୌ ସ୍ୱୀକାର୍ଯ୍ୟ ନୁହେଁ ବୋଲି ଡବ୍ଲ୍ୟୁଏଫଆଇର ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story