ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

ଅବୁଧାବି: ଜୋଶ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଚିତପଟାଙ୍ଗ ମାରିଛି ଚେନ୍ନାଇ ସୁପର କିଙ୍ଗସ। ବଟଲରଙ୍କ ଅପରାଜିତ ୭୦ ରନ୍‌ ବଳରେ ରାଜସ୍ଥାନ ରୟାଲ୍ସ ପ୍ରତିପକ୍ଷ ଚେନ୍ନାଇକୁ ୭ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଚାଲି ଯାଇଛି। ସେହିପରି ଚେନ୍ନାଇ ସୁପର କିଙ୍ଗସ ପଏଣ୍ଟ ଟେବୁଲର ସବୁଠାରୁ ତଳକୁ ଖସି ଯାଇଛି। ଆଜିର ମ୍ୟାଚ୍‌ ପୂର୍ବରୁ ରାଜସ୍ଥାନ ୮ମ ସ୍ଥାନରେ ଓ ଚେନ୍ନାଇ ୭ମ ସ୍ଥାନରେ ରହିଥିଲା। ଚଳିତ ସିଜନ୍‌ରେ ଚେନ୍ନାଇ ୧୦ଟି […]

dfd

dfd

Hemant Lenka
  • Published: Monday, 19 October 2020
  • Updated: 20 October 2020, 02:32 PM IST

Sports

Latest News

ଅବୁଧାବି: ଜୋଶ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଚିତପଟାଙ୍ଗ ମାରିଛି ଚେନ୍ନାଇ ସୁପର କିଙ୍ଗସ। ବଟଲରଙ୍କ ଅପରାଜିତ ୭୦ ରନ୍‌ ବଳରେ ରାଜସ୍ଥାନ ରୟାଲ୍ସ ପ୍ରତିପକ୍ଷ ଚେନ୍ନାଇକୁ ୭ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଚାଲି ଯାଇଛି। ସେହିପରି ଚେନ୍ନାଇ ସୁପର କିଙ୍ଗସ ପଏଣ୍ଟ ଟେବୁଲର ସବୁଠାରୁ ତଳକୁ ଖସି ଯାଇଛି। ଆଜିର ମ୍ୟାଚ୍‌ ପୂର୍ବରୁ ରାଜସ୍ଥାନ ୮ମ ସ୍ଥାନରେ ଓ ଚେନ୍ନାଇ ୭ମ ସ୍ଥାନରେ ରହିଥିଲା।

ଚଳିତ ସିଜନ୍‌ରେ ଚେନ୍ନାଇ ୧୦ଟି ମ୍ୟାଚ୍‌ରୁ ୭ଟିରେ ପରାସ୍ତ ହୋଇଥିବା ବେଳେ ୩ଟିରେ ଜିତିଛି। ସେହିପରି ରାଜସ୍ଥାନ ୧୦ଟି ମ୍ୟାଚ୍‌ରୁ ୪ଟିରେ ଜିତିଛି ଓ ୬ଟିରେ ହାରିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍‌ କରିଥିବା ବେଳେ ରାଜସ୍ଥାନ ୩ ୱିକେଟ ହରାଇ ୧୫ ବଲରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

୧୨୬ ରନ୍‌ର ଟାର୍ଗେଟ ପାଇଥିବା ରାଜସ୍ଥାନ ପାଇଁ ବେନ ଷ୍ଟୋକ୍ସ ଓ ରବିନ ଉଥାପ୍ପା ଦ୍ରୁତ ଆରମ୍ଭ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ଦଳୀୟ ସ୍କୋର ୨୬ ଥିବା ବେଳେ ଷ୍ଟୋକ୍ସ ୧୯ ରନ୍‌ କରି ଆଉଟ ହୋଇଥିଲେ। ସେହିପରି ଉଥାପ୍ପା ମାତ୍ର ୪ ରନ୍‌ କରିଥିଲେ। ସଞ୍ଜୁ ସାମସନ ଖାତା ଖୋଲିବା ପୂର୍ବରୁ ଦୀପକ ଚହରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

୨୮ ରନ୍‌ରେ ୩ ୱିକେଟ ହରାଇଥିବା ରାଜସ୍ଥାନ ପାଇଁ ବଟଲର ଓ ଅଧିନାୟକ ଷ୍ଟିଭ ସ୍ମିଥ ସଙ୍କଟମୋଚକ ସାଜିଥିଲେ। ବିଶେଷ କରି ବଟଲର ଦ୍ରୁତ ଗତିରେ ରନ୍‌ କରି ଚେନ୍ନାଇ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ଅପରାଜିତ ୯୮ ରନ୍‌ର ଭାଗିଦାରୀ କରି ଦଳକୁ ବିଜୟୀ କରାଇଥିଲେ।

ବଟଲର ୪୮ ବଲରେ ୭୦ ଓ ସ୍ମିଥ ୩୪ ବଲରେ ୨୬ ରନ୍‌ କରି ଶେଷ ଯାଏ ନଟଆଉଟ ରହିଥିଲେ। ବଟଲର ତାଙ୍କ ଇନିଂସ୍‌ରେ ୭ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଚେନ୍ନାଇ ପକ୍ଷରୁ ଜୋଶ ହେଜେଲଉଡ ଗୋଟିଏ ଓ ଦୀପକ ଚହର ୨ଟି ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story