ରଣଜୀ ସେମିଫାଇନାଲ: ଗୁଜରାଟ ୨୮୩/୩

ନାଗପୁର: ନାଗପୁରରେ ଆରମ୍ଭ ହୋଇଥିବା ଝାଡ଼ଖଣ୍ଡ ବିପକ୍ଷ ରଣଜୀ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ଗୁଜରାଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ୩ ୱିକେଟ୍‌ ହରାଇ ୨୮୩ ରନ୍‌ କରିଛି। ଦଳ ପକ୍ଷରୁ ପି.କେ. ପଞ୍ଚାଲ ୧୪୪ ରନ୍‌ର ଶତକୀୟ ପାରି ଖେଳି ଅପରାଜିତ ଅଛନ୍ତି।

ଝାଡ଼ଖଣ୍ଡ ପକ୍ଷରୁ ବିକାଶ ୨ଟି ଓ କେ. ସିଂହ ଗୋଟିଏ ୱିକେଟ୍‌ ନେଇଛନ୍ତି।