ଗାସିଭଙ୍କୁ ଇଣ୍ଟର ନ୍ୟାସନାଲ ବକ୍ସିଂ ଫେଡେରେସନ୍‌ ଟାଇଟଲ

ମସ୍‌କୋ: ରୁଷ୍‌ ବକ୍ସର ମୁରାତ ଗାସିଭ ନିଜ ଦେଶର ପ୍ରତିଦ୍ୱନ୍ଦୀ ଡେନିଜ୍‌ ଲେଭେଡେଫ୍‌ଙ୍କୁ ପରାସ୍ତ କରି ଇଣ୍ଟର ନ୍ୟାସନାଲ ବକ୍ସିଂ ଫେଡେରେସନ୍‌(ଆଇବିଏଫ୍‌) ଟାଇଟଲ ହାତେଇଛନ୍ତି।

ଗାସିଭ ଶକ୍ତିଶାଳୀ ହୋଇଥିବାରୁ ଲେଭେଡେଫ୍‌ଙ୍କୁ ପଞ୍ଚମ ସେଟ୍‌ରେ ପରାସ୍ତ କରି ଅପରାଜିତ ରହିଥିଲେ। ଏହା ଗାସିଓଙ୍କ କ୍ୟାରିଅର ୧୭ତମ ବିଜୟ।

ଲେଭେଡେଫ୍‌ ୩୨ଟି ମ୍ୟାଚ୍‌ ଖେଳିଥିବା ବେଳେ ୨୯ଟିରେ ବିଜୟୀ ହୋଇଛନ୍ତି। ସେଥିରୁ ୩ଟିରେ ପରାସ୍ତ ହୋଇଛନ୍ତି।