ଗୁରୁବାର ୪ର୍ଥ ଦିନିକିଆ: ଡେବ୍ୟୁ କରିପାରନ୍ତି ଶୁଭମନ ଗିଲ

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌କୁ ଆଗୁଆ ୩-୦ରେ କବଜା କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ୪ର୍ଥ ଦିନିକିଆ ପାଇଁ ହାମିଲଟନ୍‌ ପଡ଼ିଆକୁ ଓହ୍ଲାଇବ। ଅଧିନାୟକ ବିରାଟ୍‌ କୋହଲି ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବାରୁ ଆସନ୍ତାକାଲି  ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହୋଇପାରେ। ବିରାଟ୍‌ଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ। ଭାରତ ଆଗୁଆ ସିରିଜ୍‌ ହାତେଇ ନେଇଥିବାରୁ ଟିମ୍‌ ମ୍ୟାନେଜମେଣ୍ଟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚିନ୍ତା କରୁଛି। […]

da

da

Hemant Lenka
  • Published: Wednesday, 30 January 2019
  • Updated: 30 January 2019, 06:14 PM IST

Sports

Latest News

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌କୁ ଆଗୁଆ ୩-୦ରେ କବଜା କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ୪ର୍ଥ ଦିନିକିଆ ପାଇଁ ହାମିଲଟନ୍‌ ପଡ଼ିଆକୁ ଓହ୍ଲାଇବ। ଅଧିନାୟକ ବିରାଟ୍‌ କୋହଲି ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବାରୁ ଆସନ୍ତାକାଲି  ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହୋଇପାରେ।

ବିରାଟ୍‌ଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ। ଭାରତ ଆଗୁଆ ସିରିଜ୍‌ ହାତେଇ ନେଇଥିବାରୁ ଟିମ୍‌ ମ୍ୟାନେଜମେଣ୍ଟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚିନ୍ତା କରୁଛି। ବିଶେଷ କରି ବିରାଟ୍‌ କୋହଲିଙ୍କ ସ୍ଥାନରେ ଯୁବ ତାରକା ଶୁଭମନ ଗିଲ ଆସନ୍ତାକାଲି ଡେବ୍ୟୁ କରିପାରନ୍ତି। ସେହିପରି ମଧ୍ୟକ୍ରମରେ ମଧ୍ୟ ଦଳ ପରୀକ୍ଷାନିରୀକ୍ଷା କରିପାରେ।

ତେବେ ୪-୦ରେ ବିଜୟ ହାସଲ କରିବାକୁ ରୋହିତ ସେନା ଚେଷ୍ଟା କରିବ। କାରଣ ୫୨ ବର୍ଷ ମଧ୍ୟରେ ଟିମ୍‌ ଇଣ୍ଡିଆ କେବେ ହେଲେ ନ୍ୟୁଜିଲ୍ୟାଣ୍ଡ ମାଟିରେ ୪-୦ରେ ସିରିଜ୍‌ ଜିତିନାହିଁ। ତେଣୁ ଦଳ ପାଖରେ ଆସନ୍ତାକାଲି ଏହି ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିବ।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ନିଜର ବେଞ୍ଚର ଶକ୍ତି ମାପିବାକୁ ଏହାଠାରୁ ଭଲ ସୁଯୋଗ ପାଇବ ନାହିଁ। ଗତ ମ୍ୟାଚ୍‌ରେ ମାଂସପେଷି ଯନ୍ତ୍ରଣା ଯୋଗୁ ମହେନ୍ଦ୍ର ସିଂହ ଧୋନି ଖେଳି ନଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ କୌଣସି ସୂଚନା ମିଳିନାହିଁ। ତେବେ ଆସନ୍ତାକାଲିର ଟସ୍‌ ପୂର୍ବରୁ ଧୋନି ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହେବ। ବିରାଟ୍‌ ନଥିବାରୁ ଟିମ୍‌କୁ ଜଣେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକ ପଡ଼ିବ। ତେଣୁ ସମ୍ଭବତଃ ଧୋନିଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଖେଳାଇବାକୁ ଲକ୍ଷ୍ୟ ରଖିବ। ଏପରି ସ୍ଥିତିରେ ଅମ୍ବାତି ରାୟୁଡୁ କିମ୍ବା ଦୀନେଶ କାର୍ତ୍ତିକଙ୍କ ବଦଳରେ ଶୁଭମନ ଗିଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ପାରେ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ମହମ୍ମଦ ଶାମି ନିରବଚ୍ଛିନ୍ନ ଭାବେ ଟିମ୍‌ରେ ଖେଳି ଆସୁଛନ୍ତି। ଗତ ମ୍ୟାଚ୍‌ରେ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପାଇଥିବା ଶାମିଙ୍କୁ ଦଳ ଆସନ୍ତାକାଲି ବିଶ୍ରାମ ଦେବାକୁ ଚିନ୍ତା କରିପାରେ। ଯଦି ଶାମି ବିଶ୍ରାମ ନିଅନ୍ତି, ତା’ହେଲେ ଖଲୀଲ ଅହମ୍ମଦ କିମ୍ବା ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ।

ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡ ଆସନ୍ତାକାଲି ସମ୍ମାନ ପାଇଁ ଖେଳିବ। ଆସନ୍ତାକାଲି ନୂଆ କରି ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡ୍‌ରେ ସାମିଲ ହୋଇଥିବା ଜମି ନିଶାମଙ୍କୁ ଚୂଡ଼ାନ୍ତ ଏକାଦଶରେ ଅଲରାଉଣ୍ଡର ଭାବେ ସୁଯୋଗ ମିଳିପାରେ। ଦଳ ସ୍ପିନରଙ୍କୁ ଖେଳିବାରେ ସମସ୍ୟାରେ ପଡ଼ୁଛି। ତେଣୁ ଆସନ୍ତାକାଲି ଦଳ ଏଦିଗରେ ଅଧିକ ଦୃଷ୍ଟି ଦେବ।

ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍‌ ୱିଲିୟମସନ୍‌(ଅଧିନାୟକ),ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ, ଲକି ଫରଗୁସନ୍‌,ମାର୍ଟିନ ଗପ୍ଟିଲ, ମ୍ୟାଟ୍‌ ହେନରୀ,ଟମ୍‌ ଲାଥାମ,କଲିନ୍‌ ମନରୋ, ହେନରୀ ନିକୋଲସ୍‌, ମିଚେଲ ସାଣ୍ଟନର, , ଟିମ୍‌ ସାଉଦି, ରସ୍‌ ଟେଲର, ଟୋଡ ଆଷ୍ଟେଲ ଓ ଜମି ନିଶାମ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ,ଅମ୍ବାତି ରାୟୁଡୁ,କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଶୁଭମାନ ଗିଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବେନ୍ଦର ଚହଲ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଖଲୀଲ ଅହମ୍ମଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story