ଆଇପିଏଲରେ ହାଇଦ୍ରାବାଦର ପ୍ରଥମ ବିଜୟ, ହାରିଲା ଦିଲ୍ଲୀ

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ରଥକୁ ଅଟକାଇବାରେ ସଫଳ ହୋଇଛି ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ଥିବା ସନରାଇଜର୍ସ ହାଇଦ୍ରାବାଦ। ଚଳିତ ଆଇପିଏଲରେ କ୍ରମାଗତ ଦୁଇଟି ପରାଜୟ ବରଣ କରିଥିବା ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ ଶେଷରେ ଦିଲ୍ଲୀ ବିପକ୍ଷରେ ଚତ୍ମକାର ବିଜୟ ହାସଲ କରିଛି। ଏଥିସହ ଆଇପିଏଲରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୬୨ ରନ୍‌ କରିଥିବା ବେଳେ ଦିଲ୍ଲୀ ୭ ୱିକେଟ ହରାଇ ୧୪୭ […]

fs

fs

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 11:24 PM IST

Sports

Latest News

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ରଥକୁ ଅଟକାଇବାରେ ସଫଳ ହୋଇଛି ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ଥିବା ସନରାଇଜର୍ସ ହାଇଦ୍ରାବାଦ। ଚଳିତ ଆଇପିଏଲରେ କ୍ରମାଗତ ଦୁଇଟି ପରାଜୟ ବରଣ କରିଥିବା ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ ଶେଷରେ ଦିଲ୍ଲୀ ବିପକ୍ଷରେ ଚତ୍ମକାର ବିଜୟ ହାସଲ କରିଛି। ଏଥିସହ ଆଇପିଏଲରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୬୨ ରନ୍‌ କରିଥିବା ବେଳେ ଦିଲ୍ଲୀ ୭ ୱିକେଟ ହରାଇ ୧୪୭ ରନ୍‌ କରିପାରିଛି।

୧୬୩ ରନ୍‌ର ଟାର୍ଗେଟ ପାଇଥିବା ଦିଲ୍ଲୀ ଆରମ୍ଭରୁ ପୃଥ୍ୱୀ ଶ’(୨)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଭୁବନେଶ୍ୱର କୁମାର ନେଇଥିଲେ। ଏହାପରେ ଅଧିନାୟକ ଶ୍ରେୟସ ଆୟର ଓ ଶିଖର ଧୱନ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୪୨ରେ ପହଞ୍ଚିଥିଲେ। ଏହି ସମୟରେ ରଶିଦ ଖାନ୍‌ ୧୭ ରନ୍‌ କରିଥିବା ଆୟରଙ୍କୁ ଆଉଟ କରି ଦେଇଥିଲେ। ଧୱନ(୩୪) ଦଳୀୟ ସ୍କୋର ୬୨ ଥିବା ବେଳେ ରଶିଦଙ୍କ ୨ୟ ଶିକାର ବନିଥିଲେ। ହେଟ ମେୟର ଓ ଋଷଭ ପନ୍ତଙ୍କ ସହ ମିଶି ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ।

ମାତ୍ର ୧୧ଟି ବଲରେ ହେଟମେୟର ୨୧ ରନ୍‌ କରିଥିବା ବେଳେ ତାଙ୍କ ୱିକେଟ ଭୁବନେଶ୍ୱର କୁମାରଙ୍କ ଖାତାକୁ ଯାଇଥିଲା। ଆବଶ୍ୟକ ରନ୍‌ ରେଟ୍‌ କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ପନ୍ତ ସବୁଠାରୁ ସଫଳ ବୋଲର ରଶିଦ ଖାନ୍‌ଙ୍କ ବଲରେ ରିସ୍କ ନେବାକୁ ଚେଷ୍ଟା କରିଥିଲେ। ହେଲେ ସେ ବାଉଣ୍ଡରୀ ପାଖରେ କ୍ୟାଚ୍‌ ଆଉଟ ହୋଇଯାଇଥିଲେ।

ଆଉଟ ହେବାବେଳକୁ ପନ୍ତ ୨୮ ବଲରେ ୨୭ ରନ୍‌ କରିଥିଲେ। ରଶିଦ ଖାନ ୪ ଓଭର୍‌ରେ ମାତ୍ର ୧୩ ରନ୍‌ ଦେଇ ୩ଟି ୱିକେଟ ଦଖଲ କରିବା ସହ ଦିଲ୍ଲୀର ବ୍ୟାଟିଂ ଲାଇନ ଅପ୍‌କୁ ଛିନଛତ୍ର କରିଦେଇଥିଲେ।

କ୍ରିଜ୍‌ରେ ମାର୍କସ ଷ୍ଟୋଇନିସ ଥିବାରୁ ଦିଲ୍ଲୀର ବିଜୟ ଆଶା ଉଜ୍ଜବୀତ ରହିଥିଲା। ହେଲେ ୧୮ତମ ଓଭରର ଶେଷ ବଲରେ ଯୁବ ବୋଲର ଟି ନଟରାଜନ ୧୧ ରନ୍‌ କରିଥିବା ଷ୍ଟୋଇନିସ୍‌ଙ୍କୁ ଆଉଟ କରିଦେଇଥିଲେ। ଶେଷ ଦୁଇ ଓଭରରେ ଦିଲ୍ଲୀକୁ ଜିତିବା ପାଇଁ ୩୭ ରନ୍‌ ଦରକାର ଥିଲା। ହେଲେ ଦିଲ୍ଲୀ ୧୯ତମ ଓଭରରେ ଭୁବନେଶ୍ୱର କୁମାର କେବଳ ୯ ରନ୍‌ ଦେଇଥିଲେ। ସେହିପରି ଖଲୀଲ ଅହମ୍ମଦ ଶେଷ ଓଭର ବୋଲିଂ କରି ୩ୟ ବଲରେ ଅକ୍ସର ପଟେଲ(୫)ଙ୍କୁ କ୍ଲିନ ବୋଲ୍ଡ କରି ହାଇଦ୍ରାବାଦକୁ ୧୫ ରନ୍‌ରେ ବିଜୟ କରାଇଥିଲେ।

ଏହାପୂର୍ବରୁ କେନ୍ ୱିଲିୟମସନଙ୍କ ୨୬ ବଲରେ ୪୧ ଓ ଜନ୍ନି ବେୟାରଷ୍ଟୋଙ୍କ ୫୩ ରନ୍‌ ବଳରେ ହାଇଦ୍ରାବାଦ ୧୬୨ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story