କ୍ଷମତା ପ୍ରୟୋଗ କରି ଧୋନିଙ୍କ କ୍ୟାପ୍ଟେନଶିପ ବଞ୍ଚାଇଥିଲେ ଶ୍ରୀନିବାସନ!

ଚେନ୍ନାଇ: ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ତାଙ୍କ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବିସିସିଆଇର ପୂର୍ବତନ ସଭାପତି ଏନ ଶ୍ରୀନିବାସନ ଆଜି ଧୋନିଙ୍କ ଅଧିନାୟକ ପଦକୁ କେମିତି ରକ୍ଷା କରିଥିଲେ ସେକଥା କହିଛନ୍ତି। ୨୦୧୨ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ୪-୦ରେ ହାରିବା ପରେ ବିସିସିଆଇ ଚୟନ କମିଟି ଧୋନିଙ୍କୁ ଅଧିନାୟକ ପଦରୁ ବିଦା କରିବାକୁ ଚାହିଁଥିଲା। ୨୦୧୨ରେ ଅଷ୍ଟ୍ରେଲିଆରେ ଅୟୋଜିତ ଦିନିକିଆ ତ୍ରିପାକ୍ଷିକ ସିରିଜ୍ ପାଇଁ […]

c

c

Hemant Lenka
  • Published: Monday, 17 August 2020
  • Updated: 17 August 2020, 05:13 PM IST

Sports

Latest News

ଚେନ୍ନାଇ: ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ତାଙ୍କ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବିସିସିଆଇର ପୂର୍ବତନ ସଭାପତି ଏନ ଶ୍ରୀନିବାସନ ଆଜି ଧୋନିଙ୍କ ଅଧିନାୟକ ପଦକୁ କେମିତି ରକ୍ଷା କରିଥିଲେ ସେକଥା କହିଛନ୍ତି।

୨୦୧୨ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ୪-୦ରେ ହାରିବା ପରେ ବିସିସିଆଇ ଚୟନ କମିଟି ଧୋନିଙ୍କୁ ଅଧିନାୟକ ପଦରୁ ବିଦା କରିବାକୁ ଚାହିଁଥିଲା। ୨୦୧୨ରେ ଅଷ୍ଟ୍ରେଲିଆରେ ଅୟୋଜିତ ଦିନିକିଆ ତ୍ରିପାକ୍ଷିକ ସିରିଜ୍ ପାଇଁ ଖେଳାଳି ଚୟନ ବେଳେ ସିଲେକ୍ସନ ପ୍ୟାନେଲ ଧୋନିଙ୍କୁ ଅଧିନାୟକ ପଦରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଶ୍ରୀନିବାସନ ହିଁ ବିସିସିଆଇ ସଭାପତି ଭାବେ ନିଜ ଭିଟୋ ପାୱର ପ୍ରୟୋଗ କରି ଧୋନିଙ୍କ ଅଧିନାୟକ ପଦ ରକ୍ଷା କରିଥିବା କହିଛନ୍ତି।

ସେ କହିଛନ୍ତି, ୨୦୧୧ରେ ଭାରତ ବିଶ୍ୱକପ ଜିତିଥିଲା। ଏହାପରେ ଆମେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିପାରି ନଥିଲୁ। ଏହି ସମୟରେ ଚୟନ କମିଟିରେ ଥିବା ଜଣେ ସଦସ୍ୟ ଧୋନିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବାକୁ ପ୍ରସ୍ତାବ ଦେଇଥିଲେ।

କିନ୍ତୁ ଯେଉଁ ଧୋନି କିଛି ମାସ ତଳେ ଆମକୁ ଦିନିକିଆ ବିଶ୍ୱକପ ଦେଇଛନ୍ତି, ତାଙ୍କୁ କେମିତି ଏହି ପଦରୁ ହଟାଯିବ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା। ସେହିପରି ତାଙ୍କ ବଦଳରେ କିଏ ଅଧିନାୟକ ହେବେ, ସେକଥା ମଧ୍ୟ ଚୟନ କମିଟି ଚିହ୍ନଟ କରିପାରି ନଥିଲା। ଏହାକୁ ନେଇ ଆଲୋଚନା ହୋଇଥିଲା।

ତେବେ ଏହା ପରେ ଗୋଟିଏ ଛୁଟି ଦିନ ପଡ଼ିଥାଏ। ମୁଁ ଗଲ୍ଫ ଖେଳୁଥିଲି। ମୁଁ ଖେଳ ସାରି ଆସିବା ପରେ ମୋତେ ତତ୍କାଳୀନ ବିସିସିଆଇ ସାମ୍ପାଦକ ସଞ୍ଜୟ ଜଗଦଲେ କହିଥିଲେ ଯେ ସାର୍‌! ସେମାନେ(ସିଲେକ୍ଟର) ଅଧିନାୟକ ଚୟନ କରିବାକୁ ମନା କରୁଛନ୍ତି। ସେମାନେ ଧୋନିଙ୍କୁ ଟିମ୍‌ରେ ନେଉଥିଲେ ହେଁ ଅଧିନାୟକ କରୁ ନାହାନ୍ତି।

ଏହା ପରେ ମୁଁ ପ୍ୟାନେଲ ଭିତରେ ପ୍ରବେଶ କରି ଧୋନି ହିଁ ଅଧିନାୟକ ରହିବେ ବୋଲି କହିଥିଲି। ଏହି ସମୟରେ ବିସିସିଆଇ ସଭାପତି ଭାବେ ମୋ ପାଖରେ ଥିବା ସମସ୍ତ କ୍ଷମତାକୁ ମୁଁ ବ୍ୟବହାର କରିଥିଲି। ମୋ ଘୋଷଣା ପରେ ଧୋନି ଅଧିନାୟକ ପଦ ବଜାୟୀ ରଖିଥିଲେ ବୋଲି ସେ କହିଛନ୍ତି।

ପୂର୍ବରୁ ବିସିସିଆଇରେ ପ୍ରଦତ୍ତ ନିୟମ ଅନୁଯାୟୀ, ଚୟନ କମିଟି ବାଛୁଥିବା ଖେଳାଳି ତାଲିକା ବିସିସିଆଇ ସଭାପତି ହିଁ ଅନୁମୋଦନ କରିବେ। ଏହାପରେ ଏହା ସାର୍ବଜନୀନ ହେବ। କିନ୍ତୁ ଏବେ ଏହି କ୍ଷମତା ଚୟନ କମିଟି ମୁଖ୍ୟଙ୍କ ପାଖରେ ରହିଛି। ଏଥିରେ ବିସିସିଆଇ ବସ୍‌ ହସ୍ତକ୍ଷେପ କରିପାରିବେ ନାହିଁ।

୨୦୧୧ ବିଶ୍ୱକପ ପରେ ଭାରତ ପ୍ରଥମ ଇଂଲଣ୍ତ ଠାରୁ ୪-୦ ଓ ଅଷ୍ଟ୍ରେଲିଆ ଠାରୁ ୪-୦ରେ ଟେଷ୍ଟ ସିରିଜ୍‌ରେ ପରାସ୍ତ ହୋଇଥିଲା। ଏହାକୁ ନେଇ କ୍ରିକେଟ ପ୍ରେମୀ ବେଶ ନିରାଶ ହୋଇଥିଲେ। ଧୋନିଙ୍କ କ୍ୟାପ୍ଟେନଶିପକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story