ଭାରତର ଦିବାରାତ୍ର ଟେଷ୍ଟରେ ଭାଷ୍ୟକାର ସାଜିବେ କି ଧୋନି

ନୂଆଦସିଲ୍ଲୀ: ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିପାରେ। ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଏଥିରେ ଧୋନିଙ୍କୁ ଅତିଥି ଭାଷ୍ୟକାର ଭାବେ ଦର୍ଶକମାନେ ଦେଖିବାକୁ ପାଇ ପାରନ୍ତି। ଆସନ୍ତା ୨୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଐତିହାସିକ ଇଡେନ୍‌ ଗାର୍ଡେନରେ ପ୍ରଥମଥର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ଐତିହାସିକ ଟେଷ୍ଟକୁ ଅଧିକ ସ୍ମରଣୀୟ କରିବାକୁ […]

x

x

Hemant Lenka
  • Published: Tuesday, 05 November 2019
  • Updated: 05 November 2019, 05:36 PM IST

Sports

Latest News

ନୂଆଦସିଲ୍ଲୀ: ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିପାରେ। ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଏଥିରେ ଧୋନିଙ୍କୁ ଅତିଥି ଭାଷ୍ୟକାର ଭାବେ ଦର୍ଶକମାନେ ଦେଖିବାକୁ ପାଇ ପାରନ୍ତି।

ଆସନ୍ତା ୨୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଐତିହାସିକ ଇଡେନ୍‌ ଗାର୍ଡେନରେ ପ୍ରଥମଥର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ଐତିହାସିକ ଟେଷ୍ଟକୁ ଅଧିକ ସ୍ମରଣୀୟ କରିବାକୁ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋଟର୍ସ ନୂଆ ଯୋଜନା ପ୍ରସ୍ତୁତ କରିଛି। ଏହି ଟେଷ୍ଟ ମ୍ୟାଚରେ ସଂସ୍ଥା ଭାରତର ସମସ୍ତ ପୂର୍ବତନ ଟେଷ୍ଟ ଅଧିନାୟକଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଛି। ଯଦି ଏହା ସଫଳ ହେଲା, ତା’ହେଲେ ଧୋନି ଟେଷ୍ଟ ମ୍ୟାଚରେ ପ୍ରଥମଥର ପାଇଁ ଭାଷ୍ୟକାର ସାଜିବେ।

ଷ୍ଟାର ସଂସ୍ଥା ପକ୍ଷରୁ ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲିଙ୍କୁ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଦିଆଯାଇଛି। ସଂସ୍ଥା ଦିବାରାତ୍ର ଟେଷ୍ଟର ପ୍ରଥମ ଦୁଇଦିନ ପାଇଁ ସମସ୍ତ ପୂର୍ବତନ କ୍ୟାପ୍ଟେନମାନଙ୍କୁ ନିମନ୍ତ୍ରଣ କରିବାକୁ ଚାହୁଁଛି। ସେମାନେ ଏହି ଟେଷ୍ଟରେ ସାମିଲ ହୋଇ ସେମାନଙ୍କ ସ୍ମରଣୀୟ ଟେଷ୍ଟ ମ୍ୟାଚ୍‌ ବିଷୟରେ କିଛି କହିବେ।

ମ୍ୟାଚ୍‌ ଆରମ୍ଭରୁ ଏମାନେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ଟିମ୍‌ର ଅନ୍ୟ ସଦସ୍ୟ ଓ ଅତିଥିମାନଙ୍କ ସହ ପଡ଼ିଆରେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିବେ। ଏହାପରେ ସେମାନେ ମ୍ୟାଚ୍ ସମୟରେ ଭାଷ୍ୟକାର ସାଜି ନିଜ ନିଜର ଟେଷ୍ଟ ମ୍ୟାଚର କିଛି ସ୍ମରଣୀୟ ମୁହୂର୍ତ୍ତରେ ସମ୍ପର୍କରେ ସମସ୍ତଙ୍କୁ ଜଣାଇବେ।

ମ୍ୟାଚ୍‌ର ୪ର୍ଥ ଦିବସ ଠାରୁ ପଡ଼ିଆରେ ଲାଗିଥିବା ବଡ଼ ସ୍କ୍ରିନ୍‌ରେ ଭାରତୀୟ ଟିମ୍‌ର ସ୍ମରଣୀୟ ମୁହୂର୍ତ୍ତ ଗୁଡ଼ିକ ବ୍ରେକ ସମୟରେ ସମଗ୍ର ବିଶ୍ୱକୁ ପ୍ରଦର୍ଶିତ କରାଯିବ। ଖାଲି ସେତିକି ନୁହେଁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୦୦୧ରେ ଇଡେନ୍‌ ଗାର୍ଡେନରେ ହାସଲ କରିଥିବା ଐତିହାସିକ ବିଜୟର ମ୍ୟାଚ୍‌କୁ ତୃତୀୟ ଦିବସର ଲଞ୍ଚ ବେଳେ ବଡ଼ ସ୍କ୍ରିନ୍‌ରେ ପ୍ରଦର୍ଶିତ କରିବାକୁ ଷ୍ଟାର ପକ୍ଷରୁ ଯୋଜନା କରାଯାଇଛି।

ସେହିପରି ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ପିଙ୍କ ବଲରେ କେମିତି ଅଭ୍ୟାସ କରୁଛନ୍ତି, ତା’ର ଦୃଶ୍ୟ ମଧ୍ୟ ଷ୍ଟାର ସମସ୍ତଙ୍କୁ ଦେଖାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story