ଟସ୍ ଜିତିଲେ ସ୍ମିଥ, ବୋଲିଂ କରିବ ରାଜସ୍ଥାନ: ଫେରିଲେ ବଟଲର
ଦୁବାଇ: ଚଳିତ ଆଇପିଏଲର ୯ମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଞ୍ଜାବ ବ୍ୟାଟିଂ କରିବ।
ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍ ଜିତିଥିଲେ। ରାଜସ୍ଥାନ ଶକ୍ତିଶାଳୀ ଚେନ୍ନାଇକୁ ହରାଇଥିବା ବେଳେ ପଞ୍ଜାବ ପ୍ରତିପକ୍ଷ ବେଙ୍ଗାଲୁରୁକୁ ବିଶାଳ ୯୭ ରନ୍ରେ ହରାଇଥିଲା। ୱିନିଂ ଫର୍ମକୁ ଆଗକୁ ଜାରି ରଖିବା ପାଇଁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି।
Steve Smith has won the toss and #RR will bowl first in Match 9 of #Dream11IPL.#RRvKXIP pic.twitter.com/XXSqoCx2HY
— IndianPremierLeague (@IPL) September 27, 2020
ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଅର୍ଥାତ କ୍ରିସ୍ ଗେଲ୍ଙ୍କୁ ପୁଣି ଅପେକ୍ଷା କରିବା ପଡ଼ିଛି। ତେବେ ରାଜସ୍ଥାନ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଦଳ ଆଜି ଚୂଡ଼ାନ୍ତ ଏକାଦଶରୁ ଡାଭିଡ ମିଲରଙ୍କୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ବିସ୍ଫୋରକ ଜୋଶ ବଟଲରଙ୍କୁ ସାମିଲ କରାଯାଇଛି। ସେହିପରି ଯଶସ୍ୱୀ ଜୈସୱାଲଙ୍କ ବଦଳରେ ଅଙ୍କିତ ରାଜପୁତଙ୍କୁ ସୁଯୋଗ ମିଳିଛି। ସ୍ମିଥ ଓ ବଟଲର ଆଜି ରାଜସ୍ଥାନ ପକ୍ଷରୁ ଇନିଂସ ଆରମ୍ଭ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।