ହ୍ୟାପି ବାର୍ଥଡେ କୋହଲି: ବିରାଟ୍‌ଙ୍କ ‘ବିରାଟ’ ଯାତ୍ରା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ଆଜି ୩୧ ବର୍ଷରେ ପାଦ ଦେଇଛନ୍ତି। ୧୯୮୮ ମସିହା ଆଜିର ଦିନରେ ବିରାଟ୍‌ ଜନ୍ମ ଗ୍ରହଣ କରିଥିଲେ। ବିଶ୍ୱର ଏକ ନମ୍ବର ବ୍ୟାଟସମ୍ୟାନ୍‌ ବିରାଟ୍‌ ‘ଚିକୁ’ ନାଁରେ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ସମୟ ଅତିବାହିତ ହେବା ସହ ବିରାଟ୍‌ ନିଜ କ୍ରିକେଟ କ୍ୟାରିୟରେ ପାଇଁ ଏକାଧିକ ନୂଆ ନାଁ ହାସଲ କରିପାରିଛନ୍ତି। ସେ ଆଜି ‘ରନ୍‌ ମେସିନ’, କିଙ୍ଗ କୋହଲି […]

v3

v3

Hemant Lenka
  • Published: Tuesday, 05 November 2019
  • Updated: 05 November 2019, 03:33 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ଆଜି ୩୧ ବର୍ଷରେ ପାଦ ଦେଇଛନ୍ତି। ୧୯୮୮ ମସିହା ଆଜିର ଦିନରେ ବିରାଟ୍‌ ଜନ୍ମ ଗ୍ରହଣ କରିଥିଲେ। ବିଶ୍ୱର ଏକ ନମ୍ବର ବ୍ୟାଟସମ୍ୟାନ୍‌ ବିରାଟ୍‌ ‘ଚିକୁ’ ନାଁରେ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ସମୟ ଅତିବାହିତ ହେବା ସହ ବିରାଟ୍‌ ନିଜ କ୍ରିକେଟ କ୍ୟାରିୟରେ ପାଇଁ ଏକାଧିକ ନୂଆ ନାଁ ହାସଲ କରିପାରିଛନ୍ତି।

ସେ ଆଜି ‘ରନ୍‌ ମେସିନ’, କିଙ୍ଗ କୋହଲି ଓ ଚେଜ୍‌ ମାଷ୍ଟର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବ୍ୟାଟ୍‌ରେ ସ୍ଥିର ପ୍ରଦର୍ଶନ ହିଁ ବିରାଟ୍‌ଙ୍କ ନାଁ ସହ ଏସବୁ ନିକ୍‌ ନେମ୍‌କୁ ଯୋଡ଼ି ଦେଇଛି। ବିରାଟ୍‌ ମାତ୍ର ୧୦ ବର୍ଷ ମଧ୍ୟରେ ଏକାଧିକ ରେକର୍ଡକୁ ନିଜ ନାଁରେ କରିଛନ୍ତି।

ବିରାଟ୍‌ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦ୍ରୁତ ୨୦ ହଜାର ରନ୍‌ ସଂଗ୍ରହ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ସର୍ବାଧିକ ଦ୍ୱିତଶତକ ହାସଲ କରିବାରେ ବିରାଟ୍‌ର ବିଶ୍ୱର ଏକମାତ୍ର ଅଧିନାୟକ ଓ ଆଇସିସି ପୁରସ୍କାର କ୍ଲିନ୍‌ ସୁଇପ୍‌ କରିବାରେ ଏକମାତ୍ର ଖେଳାଳି ହେବାର କୀର୍ତ୍ତିମାନ ହାସଲ କରିଛନ୍ତି।

ଏହି ସଫଳତା ବିରାଟ୍‌ ରାତାରାତି ପାଇନାହାନ୍ତି। କ୍ରିକେଟ ପ୍ରତି ତାଙ୍କର ଥିବା ଭଲ ପାଇବ, ଉର୍ତ୍ସଗ ଓ କଠିନ ପରିଶ୍ରମ ହିଁ ତାଙ୍କୁ ଆଜି ସଫଳତାରର ଶୀର୍ଷରେ ପହଞ୍ଚାଇଛି।

୨୦୦୮ରେ ବିରାଟ୍‌ ଭାରତ ପାଇଁ ପ୍ରଥମେ ସଫଳତା ଆଣିଥିଲେ। ତାଙ୍କ କ୍ୟାପ୍ଟେନଶିପ୍‌ରେ ଭାରତ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା। ୨୦୦୮ରେ ବିରାଟ୍‌ ଜାତୀୟ ଟିମ୍‌ରେ ସାମିଲ ହୋଇ ଦିନିକିଆରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ୨୦୦୯ରେ ସେ ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରି ସମଗ୍ର ବିଶ୍ୱକୁ ନିଜର ଦକ୍ଷତାର ପରିଚୟ ଦେଇଥିଲେ। ତେବେ ଟେଷ୍ଟ ଡେବ୍ୟୁ ପାଇଁ ତାଙ୍କୁ ୨୦୧୧ ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ।

୨୦୧୪-୧୫ରେ ଭାରତ ଟେଷ୍ଟ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିଲା। ସିରିଜ୍‌ର ତୃତୀୟ ମ୍ୟାଚ୍‌ ପରେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦ ଛାଡ଼ିବାରୁ ବିରାଟ୍‌ ଟେଷ୍ଟ ଟିମ୍‌ର କମାଣ ସମ୍ଭାଳିଥିଲେ। ଟେଷ୍ଟରେ ବିରାଟ୍‌ ଭାରତର ସବୁଠାରୁ ସଫଳତମ ଅଧିନାୟକ ହୋଇପାରିଛନ୍ତି।

ଏଯାଏ ତାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ୩୧ଟି ଟେଷ୍ଟ ମ୍ୟାଚ୍‌ ଜିତି ରେକର୍ଡ କରିଛି। ୨୦୧୭ ଜାନୁଆରୀ ମାସରେ ଧୋନି ସୀମିତ ଓଭର କ୍ରିକେଟର କ୍ୟାପ୍ଟେନ ପଦ ଛାଡ଼ିବା ପରେ ବିରାଟ୍‌ ଭାରତର ନେତୃତ୍ୱ ନେଇଥିଲେ। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ଭାରତ ବିରାଟ୍‌ଙ୍କ ନେତୃତ୍ୱରେ ଖେଳିଥିଲା।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଟେଷ୍ଟରେ ୨୫ଟି ଶତକ ହାସଲ କରିଥିବା ବେଳେ ଦିନିକିଆରେ ୪୩ଟି ଶତକ ମାରିଛନ୍ତି। ସଚିନ୍‌ ତେନ୍ଦୁଲକର ଦିନିକିଆରେ ସର୍ବାଧିକ ଶତକ (୪୯) ହାସଲ କରିଥିବା ବେଳେ ବିରାଟ୍‌ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ସେ ଏଯାଏ ୬୯ଟି ଶତକ ମାରିଥିବା ବେଳେ ରିକି ପଣ୍ଟିଂ ୭୧ ଓ ସଚିନ ୧୦୦ଟି ଶତକ ମାରିଛନ୍ତି।

ବିରାଟ୍‌ ଦିନିକିଆରେ ୬୦.୩୧ ହାରରେ ୧୧,୫୨୦ ରନ୍‌ ହାସଲ କରିଥିବା ବେଳେ ଟେଷ୍ଟରେ ୭ଟି ଦ୍ୱିଶତକ ସହ ୭୦୬୬ ରନ୍‌ କରିଛନ୍ତି।
ଏବେ କ୍ରିକେଟରୁ ବିଶ୍ରାମ ନେଇଥିବା ବିରାଟ ବାଂଲାଦେଶ ବିପକ୍ଷ ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ରେ ପଡ଼ିଆକୁ କମବ୍ୟାକ୍‌ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story