ମୁମ୍ବାଇ: ସେ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ଜଣେ ସବୁଠୁ ଭଲ ଫିନିସର। ବୋଧ ହୁଏ ଆପଣମାନେ ଅନ୍ଦାଜ ଲଗାଇ ସାରିବେଣି ଯେ ସେ କିଏ? ହଁ, ସେ ହେଉଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ସେ ଅନେକ ଥର ଇନିଂସକୁ ଶେଷ ପର୍ଯ୍ୟନ୍ତ ନେଇଛନ୍ତି। ଖାଲି ଇନିଂସକୁ ଶେଷ ପର୍ଯ୍ୟନ୍ତ ନେଇ ନାହାଁନ୍ତି, ଅନେକ ଥର ଛକ୍କା ମାରି ଖେଳ ଶେଷ ମଧ୍ୟ କରିଛନ୍ତି। ତେଣୁ ତାଙ୍କ ନାଁରେ ଏହି ରେକର୍ଡ ରହିଛି। ସେ ୨୮ ଥର ଶେଷ ବଲ୍ରେ ଛକ୍କା ମାରିଛନ୍ତି। ସେ ଦିନିକିଆରେ ୧୨ ଥର ଅନ୍ତିମ ବଲ୍ରେ ଛକ୍କା ମାରିଛନ୍ତି। ସେହିପରି ଟ୍ୱେଣ୍ଟି ଟ୍ୱେଣ୍ଟିରେ ୭ ଥର ଓ ଆଇପିଏଲ୍ରେ ୯ ଥର ସେ ଅନ୍ତିମ ବଲ୍ରେ ଛକ୍କା ମାରିଛନ୍ତି।
ତଥ୍ୟ- ଉଜ୍ଜ୍ୱଲ ପ୍ରଭାତ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।