Advertisment

ଡକୱର୍ଥ ଲୁଇସ୍ ପଦ୍ଧତିର ପ୍ରତିଷ୍ଠାତାଙ୍କ ପରଲୋକ

ଲଣ୍ଡନ: ସୀମିତ ଓଭର କ୍ରିକେଟରେ ବର୍ଷା ପ୍ରଭାବିତ ମ୍ୟାଚ୍ ପାଇଁ ଡକୱର୍ଥ-ଲୁଇସ୍‌-ଷ୍ଟର୍ନ ପଦ୍ଧତିକୁ ଆବିଷ୍କାର କରିବାରେ ପ୍ରମୁଖ ଭୂମିକା ବହନ କରିଥିବା ଟୋନି ଲୁଇସଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଛି। ୧୯୯୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହି ପଦ୍ଧତିକୁ ସ୍ୱୀକୃତି ପ୍ରଦାନ କରିଥିଲା। ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି ଯେ ଟୋନିଙ୍କ ବିୟୋଗରେ ଆମେ ଦୁଃଖିତ। ଟୋନି ନିଜ ସାଥୀ ଗଣିତଜ୍ଞ ଫ୍ରାଙ୍କ ଡକୱର୍ଥଙ୍କ ସହ ମିଶି ଡକୱର୍ଥ […]

author-image
Ranjit Kumar Jena
ଡକୱର୍ଥ ଲୁଇସ୍ ପଦ୍ଧତିର ପ୍ରତିଷ୍ଠାତାଙ୍କ ପରଲୋକ

lewis

ଲଣ୍ଡନ: ସୀମିତ ଓଭର କ୍ରିକେଟରେ ବର୍ଷା ପ୍ରଭାବିତ ମ୍ୟାଚ୍ ପାଇଁ ଡକୱର୍ଥ-ଲୁଇସ୍‌-ଷ୍ଟର୍ନ ପଦ୍ଧତିକୁ ଆବିଷ୍କାର କରିବାରେ ପ୍ରମୁଖ ଭୂମିକା ବହନ କରିଥିବା ଟୋନି ଲୁଇସଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଛି। ୧୯୯୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହି ପଦ୍ଧତିକୁ ସ୍ୱୀକୃତି ପ୍ରଦାନ କରିଥିଲା।

Advertisment

ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି ଯେ ଟୋନିଙ୍କ ବିୟୋଗରେ ଆମେ ଦୁଃଖିତ। ଟୋନି ନିଜ ସାଥୀ ଗଣିତଜ୍ଞ ଫ୍ରାଙ୍କ ଡକୱର୍ଥଙ୍କ ସହ ମିଶି ଡକୱର୍ଥ ଲୁଇସ୍ ପଦ୍ଧତି ପ୍ରସ୍ତୁତ କରିଥିଲେ, ଯାହାକୁ ୧୯୯୭ରେ ଆବିଷ୍କାର କରାଯାଇଥିଲା ଏବଂ ଆଇସିସି ୧୯୯୯ରେ ଆନୁଷ୍ଠାନିକ ଭାବେ ଏହାକୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ତେବେ ୨୦୧୪ରେ ଏହି ପଦ୍ଧତିକୁ ଡକୱର୍ଥ-ଲୁଇସ୍‌-ଷ୍ଟର୍ନ (ଡିଏଲଏସ୍‌)ରେ ନାମରେ ନାମିତ ହୋଇଥିଲା।

ଏହି ଗଣିତ ଫର୍ମୂଲା ଏବେବି ପୂରା ବିଶ୍ୱରେ ବର୍ଷା ପ୍ରଭାବିତ ସୀମିତ ଓଭର କ୍ରିକେଟ୍ ମ୍ୟାଚରେ ଉପରେ ଉପଯୋଗ କରାଯାଉଛି। ଲୁଇସ୍ କୌଣସି କ୍ରିକେଟର୍ ନଥିଲେ, କିନ୍ତୁ ସେ କ୍ରିକେଟ୍ ଏବଂ ଗଣିତରେ ନିଜର ଯୋଗଦାନ ପାଇଁ ୨୦୧୦ରେ ବ୍ରିଟିଶ ସାମ୍ରାଜ୍ୟର ବିଶିଷ୍ଟ ସମ୍ମାନ ଏମବିଇରେ ସମ୍ମାନିତ କରାଯାଇଥିଲା।

Advertisment