ଆଇସିସି ବିଶ୍ୱକପର ବହୁଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ: କଥାରେ ଅଛି ବିନା ବିବାଦରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଶେଷ ହୁଏ ନାହିଁ। ତେଣୁ କ୍ରିକେଟ୍ ବିଶ୍ୱକପ୍ କିପରି ଏଥିରୁ ବାଦ୍ ପଡ଼ିବ। ପ୍ରାରମ୍ଭିକ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ଦୁଇଥର ବିଜେତା ହୋଇଥିବା ବେଳେ ତୃତୀୟ ସଂସ୍କରଣରେ କପିଲ୍ ଦେବଙ୍କ ନେତୃତ୍ୱାଧୀନ ଭାରତ ପ୍ରଥମଥର ପାଇଁ ବିଶ୍ୱ ବିଜେତା ହୋଇଥିଲା। ଏହି ତିନି ସଂସ୍କରଣ ପରେ ପ୍ରଥମଥର ଏସିଆ ମହାଦେଶକୁ ବିଶ୍ୱକପ୍ ଫେରିଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ ହୋଇଥିଲେ। ଏହି ପ୍ରଥମ ଚାରି ବିଶ୍ୱକପ ଶୃଙ୍ଖଳିତ ଭାବେ […]

wc-contro

wc-contro

Hemant Lenka
  • Published: Friday, 17 May 2019
  • Updated: 17 May 2019, 04:44 PM IST

ନୂଆଦିଲ୍ଲୀ: କଥାରେ ଅଛି ବିନା ବିବାଦରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଶେଷ ହୁଏ ନାହିଁ। ତେଣୁ କ୍ରିକେଟ୍ ବିଶ୍ୱକପ୍ କିପରି ଏଥିରୁ ବାଦ୍ ପଡ଼ିବ। ପ୍ରାରମ୍ଭିକ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ଦୁଇଥର ବିଜେତା ହୋଇଥିବା ବେଳେ ତୃତୀୟ ସଂସ୍କରଣରେ କପିଲ୍ ଦେବଙ୍କ ନେତୃତ୍ୱାଧୀନ ଭାରତ ପ୍ରଥମଥର ପାଇଁ ବିଶ୍ୱ ବିଜେତା ହୋଇଥିଲା। ଏହି ତିନି ସଂସ୍କରଣ ପରେ ପ୍ରଥମଥର ଏସିଆ ମହାଦେଶକୁ ବିଶ୍ୱକପ୍ ଫେରିଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ ହୋଇଥିଲେ। ଏହି ପ୍ରଥମ ଚାରି ବିଶ୍ୱକପ ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ବେଳେ ବାକି କିଛି ସଂସ୍କରଣ ବିବାଦ ଘେରରେ ରହିଥିଲା। ଆସନ୍ତୁ ଜାଣିବା ବିଶ୍ୱକପର ଏହି ଚର୍ଚ୍ଚିତ ବିବାଦ ସମ୍ବନ୍ଧରେ।

୧୯୯୨-: ଦକ୍ଷିଣ ଆଫ୍ରିକା ବିଜୟରେ ବର୍ଷା ବାଧକ: ଅଷ୍ଟ୍ରେଲିଆରେ ଆୟୋଜିତ ଏହି ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୩ ବଲରେ ୨୨ ରନ୍ ଆବଶ୍ୟକ ହେଉଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଆଶା କରାଯାଉଥିଲା, ଦକ୍ଷିଣ ଆଫ୍ରିକା ମ୍ୟାଚକୁ ସହଜରେ ଜିତି ଫାଇନାଲରେ ପହଞ୍ଚିଯିବ। ବର୍ଷା ଛାଡ଼ିବା ପରେ ନୂଆ ଟାର୍ଗେଟ୍ ୭ ବଲରେ ୨୨ ରନ୍ ମିଳିଥିଲା। କିନ୍ତୁ କିଛି ସମୟରେ ପୁନର୍ବାର ନୂଆ ଟାର୍ଗେଟ୍ ଦ୍ୱାରା ପ୍ରୋଟିସ୍ ଦଳକୁ ୧ ବଲରେ ୨୨ ରନ୍ ମିଳିଥିଲା, ଯାହାକୁ ହାସଲ କରିବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ଏହି ସମୟରେ ବ୍ୟାଟିଂ କରୁଥିବା ବ୍ରାଏନ୍ ମ୍ୟାକମିଲାନ୍ ୧ ରନ୍ ନେବା ପରେ ରାଗିକି ପ୍ୟାଭିଲିୟନ୍ ଅଭିମୁଖେ ଚାଲିଯାଇଥିଲେ। ତେବେ ବିଶ୍ୱକପରେ ଲାଗୁ ହୋଇଥିବା ଏହି ନୂଆ ନିୟମ (ଏମପିଓଏମ୍)କୁ ନେଇ ବିବାଦ ଦେଖା ଦେଇଥିଲା।

eden୧୯୯୬-: ଇଡେନରେ ଦର୍ଶକଙ୍କ ହଙ୍ଗାମା: ୧୯୯୬ ବିଶ୍ୱକପ୍ ସେମିଫାଇନାଲ୍ ପରାଜୟକୁ ଭାରତ ଆଜି ଯାଏ ଭୁଲିପାରି ନାହିଁ। ସେମିଫାଇନାଲ୍ ପର୍ଯ୍ୟନ୍ତ ଭାରତର ଅଭିଯାନ ଦମଦାର ରହିଯାଇଥିଲା। ସେମିରେ ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ୨୫୨ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ଲଗାତାର ୱିକେଟ୍ ହରାଇ ଚାଲିଥିଲା। ବିଶ୍ୱକପର ସର୍ବାଧିକ ସ୍କୋରର ସଚିନ ତେନ୍ଦୁଲକର ଅର୍ଦ୍ଧଶତକ ମାରି କ୍ରିଜରେ ଜମି ରହିଥିଲେ, କିନ୍ତୁ ସେ ମଧ୍ୟ ବ୍ୟକ୍ତିଗତ ୬୫ ରନ୍ କରି ଆଉଟ୍ ହୋଇଥିଲେ। ଏହିପରି ଭାବେ ଭାରତ ୩୪ ଓଭର ସୁଦ୍ଧା ୮ ୱିକେଟ୍ ହରାଇ ୧୨୦ ରନ୍ କରି ପରାଜୟଦ୍ୱାରରେ ପହଞ୍ଚିଥିଲା। ଭାରତର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନରେ ଉତକ୍ଷିପ୍ତ ହୋଇ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ପ୍ରବଳ ହଙ୍ଗାମା କରିଥିଲେ। କିଛି ଦର୍ଶକ ଗ୍ରାଉଣ୍ଡ ଭିତରକୁ ପାଣି ବୋତଲ ଫୋଫାଡିବା ସହ ଗ୍ୟାଲେରୀରେ ଥିବା ସିଟରେ ନିଆଁ ଲଗାଇଥିଲେ। ଏହା ଦେଖି ଅମ୍ପାୟାର ମ୍ୟାଚକୁ ସେହିଠାରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶ୍ରୀଲଙ୍କାକୁ ବିଜୟୀ ଘୋଷିତ କରିଥିଲେ।

୧୯୯୬-: ଶ୍ରୀଲଙ୍କାରେ ଖେଳିବାକୁ ମନା କଲେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍: ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ୍ ଇଲମ୍ (ଏଲଟିଟିଇ) ଦ୍ୱାରା କଲମ୍ବୋର ସେଣ୍ଟ୍ରାଲ୍ ବ୍ୟାଙ୍କରେ ବୋମାମାଡ଼ ପରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀଲଙ୍କା ନଯିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ଶ୍ରୀଲଙ୍କା ସହ ସେମାନଙ୍କ ମ୍ୟାଚ୍ ରୋକିବାକୁ ପଡ଼ିଥିଲା। କିନ୍ତୁ ଏହାର ଫାଇଦା ଶ୍ରୀଲଙ୍କାକୁ ମିଳିଥିଲା ଏବଂ ସେମାନେ ଗ୍ରୁପ ଶୀର୍ଷରେ ରହିଥିଲେ। ଏହାଛଡ଼ା ଫାଇନାଲରେ ମଧ୍ୟ ଶ୍ରୀଲଙ୍କା ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଶ୍ୱକପ୍ ଟାଇଟଲ୍ କବଜା କରିଥିଲା।

୧୯୯୯-: କ୍ରୋନିଏଙ୍କ ଇୟରଫୋନ୍ ବିବାଦ: ୧୯୯୯ରେ ହୋଇଥିବା ବିଶ୍ୱକପରେ ମଧ୍ୟ ଏକ ବିବାଦ ଦେଖିବାକୁ ମିଳିଥିଲା। ଭାରତ ବିପକ୍ଷ ମ୍ୟାଚରେ ହାନସୀ କ୍ରୋନିଏଙ୍କୁ ଇୟରଫୋନ୍ ଯୋଗେ କୋଚ୍ ବବ୍ ଉଲମରଙ୍କ ସହ କଥା ହେଉଥିବାରୁ ଦେଖିବାକୁ ମିଳିଥିଲା। ତେବେ ବ୍ୟାଟିଂ କରୁଥିବା ବେଳେ ସୌରଭ ଗାଙ୍ଗୁଲିଙ୍କ ନଜରରେ ଏହା ପଡ଼ିଥିଲା ଏବଂ ସେ ଅମ୍ପାୟାରଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ଫଳସ୍ୱରୂପ କ୍ରୋନିଏଙ୍କୁ ଇୟରଫୋନ୍ କାଢ଼ିବାକୁ ପଡ଼ିଥିଲା। ତେବେ ଟେକ୍ନିକାଲ୍ ଦୃଷ୍ଟିରୁ ଏହା ଆଇନ ବିରୋଧୀ ନଥିଲା।

flower and olonga୨୦୦୩-: ଫ୍ଲାୱାର୍ ଓ ଓଲୋଙ୍ଗାଙ୍କ ବିରୋଧ: ଜିମ୍ବାୱେରେ ରବର୍ଟ ମୁଗାବେଙ୍କ ଶାସନ ଏବଂ 'ଲୋକତନ୍ତ୍ରର ମୃତ୍ୟୁ' ବିରୋଧରେ ଆଗକୁ ଆସିଥିଲେ ଆଣ୍ଡି ଫ୍ଲାୱାର ଓ ହେନରୀ ଓଲୋଙ୍ଗା। ଦୁହେଁ ପ୍ରେସ କନଫରେନ୍ସ ବେଳେ ଘୋଷଣା କରିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ବେଳେ ନିଜ ନିଜ କାନ୍ଧରେ କଳା ପଟି ବାନ୍ଧି ଖେଳିବେ। ସେମାନଙ୍କ ଏହି ପ୍ରତିବାଦକୁ ଅନ୍ତର୍ଜାତୀୟ ସ୍ତରରେ ତ ସମର୍ଥନ ମିଳିଥିଲା, କିନ୍ତୁ ଜିମ୍ବାୱେର ପାଲଟା ଆକ୍ରମଣ ଏଭଳି ଥିଲା ଯେ, ଦୁହିଁଙ୍କୁ ବିଶ୍ୱକପ୍ ପରେ କ୍ରିକେଟ୍ ଛାଡ଼ିବାକୁ ପଡ଼ିଥିଲା।

warne୨୦୦୩-: ଶେନ୍ ୱାର୍ଣ୍ଣଙ୍କ ବାସନ୍ଦ: ୨୦୦୩ ବିଶ୍ୱକପ୍ ଠିକ୍ ପୂର୍ବରୁ ଏକ ପ୍ରତିବନ୍ଧକ ପଦାର୍ଥ ମଡ୍ୟୁରେଟିକ୍ ଟେଷ୍ଟରେ ଶେନ୍ ୱାର୍ଣ୍ଣ ବିଫଳ ହୋଇଥିଲେ। ଏହା ପରେ ୱାର୍ଣ୍ଣଙ୍କୁ ଦକ୍ଷିଣ ଆଫ୍ରିକାରୁ ସ୍ୱଦେଶ ପଠାଇ ଦିଆଯାଇଥିଲା ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ଉପରେ ବର୍ଷକର ବ୍ୟାନ୍ ଲଗାଯାଇଥିଲା। ୱାର୍ଣ୍ଣ ସେହି ସମୟରେ ଜବରଦସ୍ତ ଫର୍ମରେ ଥିଲେ ଏବଂ ତାଙ୍କର ଅଚାନକ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଥିଲା। କିନ୍ତୁ ଟିମ୍ ନିଜକୁ ବ୍ୟବସ୍ଥିତ କରିଥିଲା ଏବଂ ୱାର୍ଣ୍ଣଙ୍କ ବିନା କୌଣସି ମ୍ୟାଚ୍ ହାରି ଟାଇଟଲ୍ ଜିତିଥିଲା।

୨୦୦୭-: ବବ୍ ଉଲମରଙ୍କ ମୃତ୍ୟୁ: ୨୦୦୭ରେ ପାକିସ୍ତାନ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ଶୋଚନୀୟ ଭାବେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଏହା ମଧ୍ୟରେ କୋଚ୍ ବବ୍ ଉଲମରଙ୍କ ମୃତ୍ୟୁ ଖବର ଆସିଥିଲା। ଏହା ଉପରେ ଘନଘନ ତଦନ୍ତ ହୋଇଥିଲା ଏବଂ ପରେ ଜଣାପଡ଼ିଥିଲା ଯେ, କୋଚଙ୍କ ମୃତ୍ୟୁ ପାକୃତିକ କାରଣରୁ ହୋଇଥିଲା। ପ୍ରାରମ୍ଭିକ ତଦନ୍ତରେ ବବଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ ସନ୍ଦେହ କରିଥିଲା, ଯେଉଁଥିରେ ପୂରା କ୍ରିକେଟ୍ ଜଗତ ସ୍ତବ୍ଧ ହୋଇପଡ଼ିଥିଲା।

୨୦୦୭-: ଉପଅଧିନାୟକ ପଦରୁ ଫ୍ଲିଣ୍ଟଫ୍ ବହିଷ୍କୃତ: ୨୦୦୭ ବିଶ୍ୱକପ୍ ସମୟରେ ଇଂଲଣ୍ଡର ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫଙ୍କୁ ଉପଅଧିନାୟକ ପଦରୁ ବହିଷ୍କାର କରାଯାଇଥିଲା। ସେ ମଦ୍ୟପାନ କରି ସେଣ୍ଟ ଲୁସିଆରେ ଏକ ବୋଟ୍ ଚଳାଉଥିଲେ ଏବଂ ସନ୍ତୁଳନ ରକ୍ଷା କରିନପାରି ସେ ତଳେ ପଡ଼ିଯାଇଥିଲେ। ଏହି ଘଟଣାକୁ ନେଇ ଅନେକ ବିବାଦ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story