ଇଂଲଣ୍ଡ ୨୬୯, ଦକ୍ଷିଣ ଆଫ୍ରିକା ୨୧୫/୮

କେପ ଟାଉନ: ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଷ୍ଟେଟ ମଧ୍ୟ ରୋମାଞ୍ଚକର ହେବାରେ ଲାଗିଛି। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୨୬୯ ରନ କରି ଅଲଆଉଟ ହୋଇଯିବା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟ ହରାଇ ୨୧୫ ରନ କରିଛି। ଏବେ ବି ଘରୋଇ ଦଳ ଇଂଲଣ୍ଡର ସ୍କୋର ଠାରୁ ୫୪ ରନ ପଛରେ ଥିବା ବେଳେ ଦଳ ପାଖରେ ମାତ୍ର ଦୁଇଟି ୱିକେଟ ରହିଛି। […]

df

df

Hemant Lenka
  • Published: Saturday, 04 January 2020
  • Updated: 04 January 2020, 10:06 PM IST

କେପ ଟାଉନ: ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଷ୍ଟେଟ ମଧ୍ୟ ରୋମାଞ୍ଚକର ହେବାରେ ଲାଗିଛି। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୨୬୯ ରନ କରି ଅଲଆଉଟ ହୋଇଯିବା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟ ହରାଇ ୨୧୫ ରନ କରିଛି। ଏବେ ବି ଘରୋଇ ଦଳ ଇଂଲଣ୍ଡର ସ୍କୋର ଠାରୁ ୫୪ ରନ ପଛରେ ଥିବା ବେଳେ ଦଳ ପାଖରେ ମାତ୍ର ଦୁଇଟି ୱିକେଟ ରହିଛି।

ଦିବସର ଶେଷ ବ୍ୟାଟସମ୍ୟାନ ଭାବେ କେସବ ମହାରାଜ ଆଉଟ ହେବା ପରେ ଅମ୍ପାୟାର ଷ୍ଟମ୍ପ ଅପସାରଣ କରିଥିଲେ। ଏହି ସମୟରେ ଭେର୍ନନ ଫିଲାଣ୍ଡର ୧୩ ରନ୍‌ କରି ଅପରାଜିତ ରହିଥିଲେ।

ପ୍ରଥମ ଦିନରେ ଇଂଲଣ୍ଡ ୯ ୱିକେଟ ହରାଇ ୨୬୨ ରନ କରିଥିଲା। ଓଲି ପୋପ ୫୬ ଓ ଜେମ୍ସ ଆଣ୍ଡରସନ ୩ ରନ୍‌ କରିଥିଲେ। ଆଜି ପୋପ ୬୧ ରନ୍‌ କରି ଅପରାଜିତ ଥିବା ବେଳେ ଆଣ୍ଡରସନ ୪ ରନ୍‌ କରି ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ ହୋଇଯାଇଥିଲେ। ଫଳରେ ଇଂଲଣ୍ଡ ମାତ୍ର ୨୬୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏହାର ଜବାବରେ ଦକ୍ଷିଣ ଆଫ୍ରିକା ବେଶ ସତର୍କତାର ସହ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ତେବେ ଦଳୀୟ ସ୍କୋର ୨୬ ଥିବା ବେଳେ ପିଟର ମାଲାନ ବ୍ୟକ୍ତିଗତ ୫ ରନ୍‌ କରି ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ଆଉଟ ହୋଇଥିଲେ। ଜୁବେୟର ହାମଜା(୫) ଓ ଫାଫ ଡୁପ୍ଲେସିସ(୧) ମଧ୍ୟ ନିରାଶ କରିଥିଲେ। ୪୦ ରନରେ ୩ଟି ୱିକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା।

ଏହି ସମୟରେ ଅଭିଜ୍ଞ ଓପନର ଡିନ ଏଲଗାର ଓ ଯୁବ ତାରକା ରସେଇ ଭାନ ଡେର ଡୁସେନ ଦଳର ସ୍ଥିତି ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ଶତୀକୟ ଭାଗିଦାରୀ କରିଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଦଳୀୟ ସ୍କୋର ୧୫୭ ଥିବା ବେଳେ ବ୍ୟକ୍ତିଗତ ୮୮ ରନ୍‌ କରି ଏଲଗାର ପ୍ୟାଭିଲିୟନ ଫେରିଥିଲେ। କ୍ୱିଣ୍ଟନ ଡି’କକ୍ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ କେବଳ ୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ଦଳର ସ୍କୋର ୨୦୦ ଥିବା ବେଳେ ଡୁସେନ ମଧ୍ୟ ୬୮ ରନ୍‌ କରି ସାମ କରନାଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଡି ପ୍ରେଟୋରିୟସ(୪) ଓ କେଶବ ମହାରାଚ(୪) ସଅଳ ଆଉଟ ହୋଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏବେ ଦଳର ଭରସା ଅଲରାଉଣ୍ଡର ଫିଲାଣ୍ଡରଙ୍କ ଉପରେ ରହିଛି। ସେ କାଗିସୋ ରାବଡା ଓ ଅନରିଚ ନୋରଟେଜଙ୍କୁ ସାଥୀ କରି ଅଗ୍ରଣୀ ହାସଲ କରିପାରୁଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story