ଗୋଟିଏ ମ୍ୟାଚ୍‌ରେ ବିରାଟ୍‌ଙ୍କ ରେକର୍ଡ ବର୍ଷା

ବିଶାଖାପାଟନମ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। ତେବେ ଆଜି ସ୍ଥାନୀୟ ୱାଇଏସ୍‌ଆର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ବିରାଟ୍‌ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ଗୋଟିଏ ମ୍ୟାଚ୍‌ରେ ଏଭଳି ଏକାଧିକ ରେକର୍ଡ ସୃଷ୍ଟି ହେବା ଏକ ବିରଳ ଘଟଣା। କିନ୍ତୁ ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ବିରାଟ୍‌ ଏହା କରି ଦେଖାଇଛନ୍ତି। ବିରାଟ୍‌ ଏହି ମ୍ୟାଚ୍‌ରେ ୧୫୭ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। […]

v8

v8

Hemant Lenka
  • Published: Wednesday, 24 October 2018
  • Updated: 24 October 2018, 09:47 PM IST

ବିଶାଖାପାଟନମ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। ତେବେ ଆଜି ସ୍ଥାନୀୟ ୱାଇଏସ୍‌ଆର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ବିରାଟ୍‌ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ଗୋଟିଏ ମ୍ୟାଚ୍‌ରେ ଏଭଳି ଏକାଧିକ ରେକର୍ଡ ସୃଷ୍ଟି ହେବା ଏକ ବିରଳ ଘଟଣା। କିନ୍ତୁ ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ବିରାଟ୍‌ ଏହା କରି ଦେଖାଇଛନ୍ତି।

ବିରାଟ୍‌ ଏହି ମ୍ୟାଚ୍‌ରେ ୧୫୭ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। ଏଥିରେ ୧୩ଟି ଚୌକା ଓ ୪ଟି ଆକର୍ଷଣୀୟ ଛକା ରହିଥିଲା। ଏହା ବିରାଟ୍‌ଙ୍କ ୩୭ ତମ ଦିନିକିଆ ଶତକ। ସେ ମହାନ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କ ତୁଳନାରେ ୧୧୬ଟି ଇନିଂସ୍‌ ପୂର୍ବରୁ ଦିନିକିଆରେ ୩୭ଟି ଶତକ ହାସଲ କରି ରେକର୍ଡ କରିଛନ୍ତି। ବିରାଟ୍‌ ୨୦୫ଟି ଇନିଂସ୍‌ରେ ୩୭ ତମ ଶତକ ହାସଲ କରିଥିବା ବେଳେ ତେନ୍ଦୁଲକର ୩୨୧ଟି ଇନିଂସ୍‌ରେ ଏହି ମାଇଲ୍‌ଷ୍ଟୋନ୍‌ ସୃଷ୍ଟି କରିଥିଲେ।

ସେହିପରି ବିରାଟ୍‌ ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ ସବୁଠାରୁ କମ୍‌ ଅର୍ଥାତ ୨୦୫ଟି ଇନିଂସ୍‌ରେ ୧୦ ହଜାର ରନ୍‌ ସଂଗ୍ରହ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ସଚିନ୍‌ ତେନ୍ଦୁଲକରଙ୍କ ନାଁରେ ଥିଲା। ସଚିନ୍‌ ୨୫୯ଟି ଇନିଂସ୍‌ରେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍‌ କରିଥିଲେ।

ଏହି ମାଇଲ୍‌ଷ୍ଟୋନ୍‌ ହାସଲ୍‌ କରିବାରେ ବିରାଟ୍‌ ବିଶ୍ୱର ଦ୍ୱିତୀୟ ସର୍ବ କନିଷ୍ଠ କ୍ରିକେଟର୍‌। ବିରାଟ୍‌ ୨୯ ବର୍ଷ ୩୫୩ ଦିନ ବୟସରେ ୧୦ ହଜାର ରନ୍‌ କରିଥିବା ବେଳେ ତେନ୍ଦୁଲକର ୨୭ ବର୍ଷ ୩୪୧ ଦିନରେ ଏହାକୁ ହାସଲ କରିଥିଲେ। ସଚିନ୍‌ ୨୦୦୧ ମସିହା ମାର୍ଚ୍ଚ ୩୧ରେ ଦିନିକିଆ କ୍ରିକେଟରେ ୧୦ ହଜାରତମ ରନ୍‌ ହାସଲ କରିଥିଲେ।

ବିରାଟ୍‌ ମ୍ୟାଚ୍‌ର ୪୭ ଓଭର୍‌ରେ ଗୋଟିଏ କ୍ୟାଲେଣ୍ଡର୍‌ ୟର୍‌ରେ ୧ ହଜାର ରନ୍‌ କରିବାର ରେକର୍ଡ କରିଛନ୍ତି। ମାତ୍ର ୧୧ଟି ମ୍ୟାଚ୍‌ରେ ବିରାଟ୍‌ ଏପରି କରିଛନ୍ତି। ସେ ଚଳିତ ବର୍ଷ ୧୪୩.୪୩ ହାର୍‌ରେ ଏତେ ରନ୍‌ ସଂଗ୍ରହ କରିଛନ୍ତି।
ପୂର୍ବରୁ ବିରାଟ୍‌ ୨୦୧୨ରେ ମାତ୍ର ୧୫ଟି ଇନିଂସ୍‌ରେ ୧ ହଜାର ରନ୍‌ କରି ରେକର୍ଡ କରିଥିଲେ। ଦକ୍ଷିଣ ଆଫ୍ରିକାର ହାସିମ ଆମଲା ମଧ୍ୟ ଗୋଟିଏ ବର୍ଷରେ ମାତ୍ର ୧୫ଟି ଇନିଂସ୍‌ରେ ଏକ ହାଜାର ରନ୍‌ କରି ବିରାଟ୍‌ଙ୍କ ସହ ସମାନ ରହିଥିଲା।

କିନ୍ତୁ ବିରାଟ୍‌ ୨୦୧୮ରେ ନିଜ ରେକର୍ଡ ସହ ଆମଲାଙ୍କୁ ପଛରେ ପକାଇ ଦେଇଛନ୍ତି। ବିରାଟ୍‌ଙ୍କ ପର୍ବରୁ ୨୦୧୮ରେ ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ଥିଲେ। ସେ ଚଳିତ ବର୍ଷ ୨୨ଟି ଇନିଂସ୍‌ରେ ୧୦୨୫ ରନ୍‌ କରିଥିଲେ। କିନ୍ତୁ ବିରାଟ୍‌ ୧୧ଟି ଇନିଂସ୍‌ରେ ୧୦୪୬ ରନ୍‌ କରି ଏକ ନମ୍ବର ଖେଳାଳି ହୋଇଛନ୍ତି।

ବିରାଟ୍‌ ୬ଷ୍ଠ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧ହଜାର ରନ୍‌ କରିଛନ୍ତି। ପୂର୍ବରୁ ସେ ୨୦୧୧, ୨୦୧୨, ୨୦୧୩, ୨୦୧୪ ଓ ୨୦୧୭ରେ ଏକ ହଜାରରୁ ଅଧିକ ରନ୍‌ କରିଥିଲେ।
ଦିନିକିଆରେ ୪ର୍ଥ ଥର ପାଇଁ ୧୫୦ରୁ ଅଧିକ ରନ୍‌ କରିପାରିଥିବା ବିଶ୍ୱର ୪ର୍ଥ ଖେଳାଳି ହୋଇଛନ୍ତି। ସୂଚନାଯୋଗ୍ୟ, ରୋହିତ ଶର୍ମା ୬ଥର, ସଚିନ ତେନ୍ଦୁଲକର ଓ ଡେଭିଡ୍‌ ୱାର୍ଣ୍ଣର ୫ଥର ଲେଖାଏ ୧୫୦ରୁ ଅଧିକ ରନ୍‌ କରିଛନ୍ତି।

ବୁଧବାର ବିରାଟ୍‌ ଦିନିକିଆରେ ଘରୋଇ ମାଟିରେ ୪ ହଜାର ରନ୍‌ ହାସଲ କରିଛନ୍ତି। ଘରୋଇ ମାଟିରେ ସବୁଠାରୁ କମ୍‌ ଇନିଂସ୍‌ରେ ୪ ହଜାର ରନ୍‌ କରିବାରେ ବିରାଟ୍‌ ଏବେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇଛନ୍ତି। ବିରାଟ୍‌ ମାତ୍ର ୭୮ଟି ଇନିଂସ୍‌ରେ ଏହି ମାଇଲ୍‌ଷ୍ଟୋନ୍‌ ହାସଲ କରିଥିବା ବେଳେ ପୂର୍ବରୁ ସଚିନ୍‌ ତେନ୍ଦୁଲକର ଘରୋଇ ମାଟିରେ ୯୨ଟି ଇନିଂସ୍‌ରେ ୪ ହଜାର ରନ୍‌ କରିଥିଲେ।

ସେହିପରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସର୍ବାଧିକ ରନ୍‌ ସ୍କୋର କରିବାରେ ମଧ୍ୟ ବିରାଟ୍‌ ସଚିନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story