ଆଇସିସିକୁ ନ୍ୟୁଜିଲ୍ୟାଣ୍ଡ୍ ଗଣମାଧ୍ୟମ ଓ କ୍ରିକେଟରଙ୍କ ସମାଲୋଚନା

ଲଣ୍ଡନ: ପ୍ରଥମଥର ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ଇଂଲଣ୍ଡ ଟିମର ମନୋବଳ ଏବେ ବେଶ ଉପରେ ଅଛି, କିନ୍ତୁ ଫାଇନାଲ୍ ରେଜଲ୍ଟ ପରେ ନ୍ୟୁଜିଲ୍ୟାଣ୍ଡ୍ ଗଣମାଧ୍ୟମ ସମେତ କିଛି କ୍ରିକେଟ୍ ବିଶେଷଜ୍ଞ ଚୌକା ଓ ଛକା ଆଧାରରେ ଆୟୋଜକ ଟିମର ବିଜୟର କଡ଼ା ସମାଲୋଚନା କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ମିଡିଆ ନିଜ ଟିମ୍ ସହ ‘ଛଳନା’ କରାଯାଇଥିବା ଦର୍ଶାଇଛି। କିଛି ପୂର୍ବତନ ଖେଳାଳି ଆଇସିସି ନିୟମକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ୨୨ ଖେଳାଳିଙ୍କୁ ନେଇ କ୍ରିକେଟ୍ ବିଶ୍ୱକପର […]

eng vs nz

eng vs nz

Hemant Lenka
  • Published: Monday, 15 July 2019
  • Updated: 15 July 2019, 05:56 PM IST

Sports

Latest News

ଲଣ୍ଡନ: ପ୍ରଥମଥର ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ଇଂଲଣ୍ଡ ଟିମର ମନୋବଳ ଏବେ ବେଶ ଉପରେ ଅଛି, କିନ୍ତୁ ଫାଇନାଲ୍ ରେଜଲ୍ଟ ପରେ ନ୍ୟୁଜିଲ୍ୟାଣ୍ଡ୍ ଗଣମାଧ୍ୟମ ସମେତ କିଛି କ୍ରିକେଟ୍ ବିଶେଷଜ୍ଞ ଚୌକା ଓ ଛକା ଆଧାରରେ ଆୟୋଜକ ଟିମର ବିଜୟର କଡ଼ା ସମାଲୋଚନା କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ମିଡିଆ ନିଜ ଟିମ୍ ସହ 'ଛଳନା' କରାଯାଇଥିବା ଦର୍ଶାଇଛି। କିଛି ପୂର୍ବତନ ଖେଳାଳି ଆଇସିସି ନିୟମକୁ ହାସ୍ୟାସ୍ପଦ ବୋଲି କହିଛନ୍ତି।

୨୨ ଖେଳାଳିଙ୍କୁ ନେଇ କ୍ରିକେଟ୍ ବିଶ୍ୱକପର ଫାଇନାଲ୍ ଏବଂ କେହି ବିଜେତା ନୁହଁନ୍ତି, ନ୍ୟୁଜିଲ୍ୟାଣ୍ଡର ଏକ ଖବରକାଗଜରେ ସୋମବାର ଛପା ଯାଇଥିବା ଏହି ଶୀର୍ଷକ ସବୁକିଛି ବର୍ଣ୍ଣନା କରି ଦେଉଛି। ଏହି ମିଡିଆର କହିବା ଅନୁଯାୟୀ, ଆଇସିସିର ଅପଡେଟ୍ ନିୟମ କାରଣରୁ ତାଙ୍କ ଟିମ୍ ଛଳନାର ଶିକାର ହେଲା। ରବିବାର ଲର୍ଡ୍ସ ମଇଦାନରେ ରୋମାଞ୍ଚକର ଫାଇନାଲ ମୁକାବିଲା ନିର୍ଦ୍ଧାରିତ ଓଭର ଏବଂ ସୁପର ଓଭରରେ ସ୍କୋର ବରାବର ରହିବା ପରେ ଚୌକା ଓ ଛକା ସଂଖ୍ୟା ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷିତ କରିଥିଲା।

ସେହିପରି ନ୍ୟୁଜିଲ୍ୟାଣ୍ଡର ଅନ୍ୟତମ ଅଗ୍ରଣୀ ଗଣମାଧ୍ୟମ ଷ୍ଟଫ୍ ଡଟ୍ କମ୍ ଲେଖିଛି ଯେ, କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍। ଚୌକା, ଛକାର ଗଣନା ନ୍ୟୁଜିଲ୍ୟାଣ୍ଡକୁ ବିଜୟରୁ ବଞ୍ଚିତ କଲା। ଅନ୍ୟଏକ ସ୍ତମ୍ଭ ଲେଖିଛି ଯେ, ଓଭର୍ ଥ୍ରୋ' ପାଇଁ ଇଂଲଣ୍ଡକୁ ୬ ନୁହେଁ, ୫ ରନ୍ ମିଳିବାର ଥିଲା।

ସେହିପରି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କୋଚ୍ ମାଇକ୍ ହେସନ୍ କହିଛନ୍ତି, "ବିଶ୍ୱକପ୍ ଫାଇନାଲର ନିଷ୍ପତ୍ତି ସୁପର ଓଭର୍ ଦ୍ୱାରା କରାଯିବାର ନଥିଲା। କେନ୍ ୱିଲିୟମସନ୍ ଓ ଇଅନ୍ ମୋର୍ଗାନ୍ ଉଭୟଙ୍କୁ କପ୍ ଦିଆଯିବାର ଥିଲା। ଏଭଳି ଫାଇନାଲ୍ କୌଣସି ଟିମ୍ ହାରିବାକୁ ଚାହିଁବ ନାହିଁ। ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ ୱିଲିୟମସନଙ୍କ ହାତରେ ମଧ୍ୟ କପ୍ ରହିବା ଦରକାର ଥିଲା। ନକଆଉଟ୍ ପର୍ଯ୍ୟାୟର ନିଷ୍ପତ୍ତି ସୁପର୍ ଓଭରରେ ହୋଇପାରିବ, କିନ୍ତୁ ଫାଇନାଲରେ ହେବା କଥା ନୁହେଁ।"

ସେହିପରି ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି, "ମୁଁ ବୁଝିପାରୁନି, ବିଶ୍ୱକପ୍ ଫାଇନାଲ୍ ଭଳି ମ୍ୟାଚର ବିଜେତାଙ୍କ ନିଷ୍ପତ୍ତି ଚୌକା, ଛକା ଆଧାରରେ କିପରି ହୋଇପାରିବ। ବାସ୍ତବରେ ଏହା ହାସ୍ୟାସ୍ପଦ। ଏହା ଟାଇ ହେବାର ଥିଲା। ଉଭୟ ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡକୁ ମୁଁ ଧନ୍ୟବାଦ ଜଣାଉଛି।"

୨୦୧୧ ବିଶ୍ୱକପର ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ରହିଥିବା ଭାରତର ଯୁବରାଜ ସିଂହ କହିଛନ୍ତି, "ମୁଁ ଏହି ନିୟମରେ ଆଦୌ ସହମତ ନୁହେଁ, କିନ୍ତୁ ନିୟମ ତ ନିୟମ। ଇଂଲଣ୍ଡକୁ ବିଶ୍ୱ କପ୍ ବିଜେତା ପାଇଁ ବଧେଇ। ନ୍ୟୁଜିଲ୍ୟାଣ୍ଡ୍ ପାଇଁ ମୁଁ ବହୁତ ଦୁଃଖୀ, ଯିଏ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା। ଚମତ୍କାର ଫାଇନାଲ୍।"

ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଲରାଉଣ୍ଡର ସ୍କଟ୍ ଷ୍ଟାଇରିସ୍ କହିଛନ୍ତି, "ଆଇସିସି ଦ୍ୱାରା ବହୁତ ବଢ଼ିଆ କାମ। ଆପଣ ଜଣେ ଷ୍ଟାଇଲିଷ୍ଟ।" ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଡିନ୍ ଜୋନ୍ସ କହିଛନ୍ତି, "ଡକୱର୍ଥ ଲୁଇସ୍ ପଦ୍ଧତି ରନ୍ ଏବଂ ୱିକେଟ୍ ଉପରେ ନିର୍ଭର କରେ। ଏହା ସତ୍ତ୍ୱେ ଫାଇନାଲରେ କେବଳ ଚୌକା ଓ ଛକା ଉପରେ ନିର୍ଣ୍ଣୟ ନେବାକୁ ପଡ଼ିଲା । ମୋ ମତରେ ଏହା ବହୁତ ଭୁଲ ହୋଇଛି।"

ନ୍ୟୁଜିଲ୍ୟାଣ୍ଡର ଅନ୍ୟତମ ଅଲରାଉଣ୍ଡର ଡିଅନ୍ ନାଶ କହିଛନ୍ତି, "ମୋତେ ଲାଗୁଛି ଆମ ସହ ଛଳନା ହୋଇଛି। ଏହା ସମ୍ପୂର୍ଣ୍ଣ ବକବାସ୍। ଟସ୍ କଲା ଭଳି ଏମିତି ନିଷ୍ପତ୍ତି ହୋଇପାରିବ ନାହିଁ। ନିୟମ ତ ପୂର୍ବରୁ ହୋଇସାରିଛି, ସେଥିପାଇଁ ଅଭିଯୋଗ କରି କୌଣସି ଫାଇଦା ନାହିଁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story