Advertisment

ଆରୋଗ୍ୟ ଆପ୍‌‌କୁ ନେଇ ଚିନ୍ତାବ୍ୟକ୍ତ କଲେ ଏକ୍ସପର୍ଟ

ମୁମ୍ୱାଇ: କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌କୁ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏହି ଆପ୍ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନଙ୍କ ଡାଟା କେତେ ସୁରକ୍ଷିତ ସେ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିନ୍ତାବ୍ୟକ୍ତ କରିବା ପରେ ଏହାକୁ ନେଇ ତର୍କ ଜାରି ରହିଛି। ସରକାର କିନ୍ତୁ ସ୍ପଷ୍ଟ କରିଛନ୍ତି ଏହି ଆପ୍ ବିଶ୍ୱର ଅନ୍ୟ ସମସ୍ତ ଆପ୍ ଅପେକ୍ଷା ଉନ୍ନତ ଧରଣର। ଏଥିରେ ସମସ୍ତଙ୍କ ଡାଟା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଠିକ୍ ହେଲା ଆରୋଗ୍ୟ ସେତୁ ଆପ୍

Arogya-setu-app

ମୁମ୍ୱାଇ: କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌କୁ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏହି ଆପ୍ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନଙ୍କ ଡାଟା କେତେ ସୁରକ୍ଷିତ ସେ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିନ୍ତାବ୍ୟକ୍ତ କରିବା ପରେ ଏହାକୁ ନେଇ ତର୍କ ଜାରି ରହିଛି। ସରକାର କିନ୍ତୁ ସ୍ପଷ୍ଟ କରିଛନ୍ତି ଏହି ଆପ୍ ବିଶ୍ୱର ଅନ୍ୟ ସମସ୍ତ ଆପ୍ ଅପେକ୍ଷା ଉନ୍ନତ ଧରଣର। ଏଥିରେ ସମସ୍ତଙ୍କ ଡାଟା ସୁରକ୍ଷିତ। ତେବେ ଏହାକୁ ନେଇ କିଛି ପ୍ରଶ୍ନ ଉଠିଛି ଯାହାର ଜବାବ ଦେଇଛନ୍ତି ସରକାର।

Advertisment

ଆପ୍ ଇନଷ୍ଟଲ କରିବା ପାଇଁ ଏକ ଆଗ୍ରିମେଣ୍ଟ ଏବଂ ଆକନଲେଜମେଣ୍ଟ ସ୍ୱୀକାର କରିବାକୁ ପଡ଼ିବ। ଏଥିରେ ଲେଖା ରହିଛି ଆପ୍‌ ଦ୍ୱାରା ଅନ୍ୟ କୌଣସି ଡାଟା ପରିବର୍ତ୍ତନ ହେଲେ ସରକାର ସେଥିପାଇଁ ଦାୟୀ ନୁହେଁ। ଏହା ଆଇଟି ଆକ୍ଟକୁ ଉଲ୍ଲଂଘନ କରିବା ସହିତ ଆପ୍ ବ୍ୟବହାରକାରୀଙ୍କ ଗୋପନୀୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛି ବୋଲି ଦିଲ୍ଲୀର ଟେକ୍ ଲେଜିସ ଆଡଭୋକେଟସ ଏବଂ ସଲିସିଟର ନାମକ ଆଇନ ସଂସ୍ଥା କହିଛନ୍ତି।

ସରକାର ଉତ୍ତରଦାୟୀ ନରହିବାର ଅର୍ଥ ଦୁର୍ବଳତାକୁ ଦର୍ଶାଉଛି। ଯଦି ଡାଟା ଚୋରୀ ହେବ ତା’ହେଲେ ନ୍ୟାୟପାଳିକା ହିଁ ଏ ନେଇ କୌଣସି ରାୟ ଦେଇପାରିବେ ବୋଲି ଫ୍ରିଡମ ଲ ସେଣ୍ଟର କହିଛି।

Advertisment

ଏହାକୁ ନେଇ ଆଇଟି ମନ୍ତ୍ରଣାଳୟର ଜଣେ ସଦସ୍ୟ କହିଛନ୍ତି, ସରକାର ଆପ୍ ବ୍ୟବହାରୀଙ୍କ ଡାଟା ସୁରକ୍ଷା କରିବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ଯିଏ ଡାଟା ଚୋରୀ କରିବ ତା’ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଯାବତ ୯୦ ନିୟୁତ ଲୋକ ଏହି ଆପ୍‌କୁ ଡାଉନଲୋଡ୍ କରିଛନ୍ତି। ଯେଉଁମାନେ କୋଭିଡ୍ -୧୯ ପରୀକ୍ଷାରେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ତଥ୍ୟକୁ ଏନକ୍ରିପ୍ଟ ଫର୍ମାଟରେ ସର୍ଭରରେ ଅପଲୋଡ୍ କରାଯାଇଛି ବୋଲି ସେ କହିଛନ୍ତି। ଦେଶରେ ଏଯାବତ ୪୬, ୪୩୩ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ହେଲେ ସେଥିମଧ୍ୟରୁ ଅଧିକ ଗୁରୁତର ଥିବା ୦.୦୫ ପ୍ରତିଶତ ଲୋକଙ୍କର ଡାଟା ସର୍ଭରରେ ରହିଛି ବୋଲି ସେ କହିଛନ୍ତି। ଏହି ଆପର ଉଦ୍ଦେଶ୍ୟ ଲୋକଙ୍କୁ ସୁରକ୍ଷା ଦେବ। ଟେକ୍ନୋଲଜି କେବଳ ମାଧ୍ୟମ ବୋଲି ସେ କହିଛନ୍ତି।

ୟୁଜରଙ୍କ ଲୋକେସନ କାହିଁକି ଠାବ କରୁଛି ଆପ୍?
ଆପ୍ ଲୋକେସନ ମାଧ୍ୟମରେ ହିଁ କାମ କରୁଛି। ଆପ୍ ଇନଷ୍ଟଲ ପୂର୍ବରୁ ପ୍ରାଇଭେସି ପଲିସିରେ ମଧ୍ୟ ଏ ବାବଦରେ ଉଲ୍ଲେଖ କରାଯାଇଛି। ୟୁଜର ନିଜର ଲୋକେସନ ଅନ୍ୟ କାହାକୁ ସେୟାର କରିପାରିବେ ନାହିଁ। ଲୋକେସନ କେବଳ ରେଜିଷ୍ଟ୍ରେସନ ବେଳେ, ମୋବାଇଲ୍ ଆକ୍ସେସ ଏବଂ କରୋନା ସ୍ଥାନ ଚିହ୍ନଟ ବେଳେ ନେଇଥାଏ ଏହି ଆପ୍।

ୟୁଜରଙ୍କ ପର୍ସନାଲ ଡାଟା ଚୋରୀ ହେଉଛି କି?
ଆରୋଗ୍ୟ ସେତୁ ଆପ୍ ତିଆରି କରିଥିବା ଟିମର ସଦସ୍ୟ କହିଛନ୍ତି, ଲୋକମାନେ ନିଜ ମୋବାଇଲକୁ ବାରମ୍ୱାର ଅପଡ଼େଟ କରୁଛନ୍ତି। ଏଯାବତ ସୁରକ୍ଷା ସମ୍ପର୍କୀତ କୌଣସି ମାମଲା ଆସି ନାହିଁ।

କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନଥିଲେ ମଧ୍ୟ ମୋବାଇଲର ଫ୍ରଣ୍ଟ ସ୍କ୍ରିନକୁ କାହିଁକି ଆସୁଛି ଆପ୍?
ଏହି ଆପ୍ ୫୦୦ ମିଟରରୁ ୧୦ କିଲୋମିଟର ଦୂରତା ମଧ୍ୟରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ସ୍ଥାନକୁ ଚିହ୍ନଟ କରିପାରିବ। ଆବଶ୍ୟକ ସମୟ ଏବଂ ଦୂରତା ପୂର୍ବରୁ ଆପ୍ ୟୁଜରଙ୍କୁ ଅବଗତ କରାଇବା ପାଇଁ ଏଭଳି ବ୍ୟବସ୍ଥା ରହିଛି।publive-image