Advertisment

ପ୍ରତ୍ୟାଖ୍ୟାତ ହେବା ପରେ ଗ୍ରାହକଙ୍କ ଭରସା ଜିଣିବା ପାଇଁ ଅଣ୍ଟା ଭିଡ଼ିଲା ଜୁମ୍

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ଜୁମ୍ ଆପ୍ ଏବେ ସାରା ବିଶ୍ୱରେ ପ୍ରତ୍ୟାଖ୍ୟାତ ହୋଇଛି। ଭାରତ, ତାଇଓ୍ୱାନ, ହଂକଂ, ଜର୍ମାନୀ ଆଦି ସରକାର ଏହି ଆପକୁ ବ୍ୟାନ କରିବା ପରେ ଏବେ ପୁଣିଥରେ ଗ୍ରାହକଙ୍କ ଭରସା ଜିତିବାକୁ ଆପରେ ନୂଆ ଫିଚର ଯୋଡ଼ିଛି ଜୁମ୍ ଆପ। ଲକଡାଉନ୍ ବେଳେ ଭିଡିଓ କନଫରେନସିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ। କେନ୍ଦ୍ର ସରକାର ଏ ନେଇ ନିକଟରେ କହିଥିଲେ।  ଲକଡାଉନ ବେଳେ ବ୍ୟବସାୟିକ ବୈଠକ ଏବଂ ଭିଡିଓ […]

author-image
Subhransu Sekhar
ଜୁମ୍ ଆପରେ ଚାଲିଥିଲା ଅନଲାଇନ୍ କ୍ଲାସ, ସ୍କ୍ରିନରେ ଚାଲିଲା ଅଶ୍ଳୀଳ ଭିଡିଓ

ZOOM APP

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ଜୁମ୍ ଆପ୍ ଏବେ ସାରା ବିଶ୍ୱରେ ପ୍ରତ୍ୟାଖ୍ୟାତ ହୋଇଛି। ଭାରତ, ତାଇଓ୍ୱାନ, ହଂକଂ, ଜର୍ମାନୀ ଆଦି ସରକାର ଏହି ଆପକୁ ବ୍ୟାନ କରିବା ପରେ ଏବେ ପୁଣିଥରେ ଗ୍ରାହକଙ୍କ ଭରସା ଜିତିବାକୁ ଆପରେ ନୂଆ ଫିଚର ଯୋଡ଼ିଛି ଜୁମ୍ ଆପ।

Advertisment

ଲକଡାଉନ୍ ବେଳେ ଭିଡିଓ କନଫରେନସିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ। କେନ୍ଦ୍ର ସରକାର ଏ ନେଇ ନିକଟରେ କହିଥିଲେ।  ଲକଡାଉନ ବେଳେ ବ୍ୟବସାୟିକ ବୈଠକ ଏବଂ ଭିଡିଓ କନଫରେନସିଂ ପାଇଁ ଏହି ଆପର ଲୋକପ୍ରିୟତା ବଢ଼ିଛି। ଅଧିକାଂଶ ଲୋକ ଏବେ ଏହି ଆପର ବ୍ୟବହାର କରୁଛନ୍ତି। ଜୁମ୍ ଆପର ବିଶେଷତ୍ୱ ହେଉଛି କମ୍ ଡାଟା ଖର୍ଚ୍ଚରେ ଉଚ୍ଚ ଗୁଣବତ୍ତାର ବାର୍ତ୍ତାଳାପ ହୋଇପାରିବ।

ଏହି ଆପରେ ଡାଟା ହ୍ୟାକିଂ ଓ ସାଇବର ଆକ୍ରମଣର ସମ୍ଭାବନା ରହିଥିବାରୁ ସରକାର ଏହି ଆପକୁ ବ୍ୟବହାର ନକରିବାକୁ ଆହ୍ୱାନ କରିଛନ୍ତି। ଏମିତିକି ଜୁମ୍ ଆପରେ ଲଗଇନ୍ କଲେ ବ୍ୟବହାର ହେଉଥିବା ଆଇଡି ପାସଓ୍ୱାର୍ଡ ମଧ୍ୟ ସୁରକ୍ଷିତ ନୁହେଁ। ଏହା ସୁରକ୍ଷିତ ନହେବାର କାରଣ ଏହି ଆପ୍ ଆମେରିକାନ କମ୍ପାନୀ ହେଲେ ମଧ୍ୟ ଅନେକ ସର୍ଭର ଚାଇନାରେ ରହିଛି। ଲୋକପ୍ରିୟ ଟିକଟକ ଆପର ସର୍ଭର ମଧ୍ୟ ଚାଇନାରେ ରହିଛି।

Advertisment

ଜୁମ୍ ୫.୦ରେ କ’ଣ ରହିଛି?

  • ଜୁମ୍ ଆପରେ ପାସଓ୍ୱାର୍ଡ ପ୍ରୋଟେକସନ ଏବଂ ଅନଅଥୋରାଇଜଡ ଏକ୍ସେସକୁ ଚିହ୍ନଟ କରିବା ପାଇଁ ଅଧିକ କଣ୍ଟ୍ରୋଲ ସଂଖ୍ୟା ଖୋଲା ହୋଇଛି।
  • ଏହି ନୂଆ ଭର୍ସନ ଆପରେ ସବୁଠୁ ବଡ଼ ପରିବର୍ତ୍ତନ ଏଇଏସ ୨୫୬-ବିଟ୍ ଜିସିଏମ ଏନକ୍ରିପଶନ ଷ୍ଟାଣ୍ଡାର୍ଡ ରହିଛି।
  • ସିକ୍ୟୁରିଟି ଫିଚରକୁ ଆକ୍ସେସ କରିବା ପାଇଁ ସିକ୍ୟୁରିଟି ଆଇକନର ବ୍ୟବସ୍ଥା ଦିଆଯାଇଛି।
  • ଡିଫଲ୍ଟ-ଅନ୍ ଭୋଟିଂ ରୁମ୍ ନୂଆ ଫିଚର ଯୋଡ଼ା ହୋଇଛି।
  • କ୍ଲାଉଡ ରେକର୍ଡିଂ ପାଇଁ ପାସଓ୍ୱାର୍ଡ ପ୍ରୋଟେକସନ ଯୋଡ଼ା ହୋଇଛି।
  • ଭିଡିଓ କନଫରେନସିଂ ବେଳେ ଆକାଉଣ୍ଟ ଶେୟାରିଂ ବେଳେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ଭାରତ ସରକାର ଏହି ଭିଡିଓ କନଫରେନସିଂ ଆପ୍ ଉପରେ କଟକଣା ଲଗାଇବା ପରେ ଦେଶରେ ଜୁମ୍ ଆପକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ଚଣ୍ଡିଗଡରେ ଗୋଟିଏ ସ୍କୁଲର ଛାତ୍ରଛାତ୍ରୀ ମିଳିତ ଭାବରେ ଭିଡିଓ କନଫରେନସିଂ ଜରିଆରେ ବିଜ୍ଞାନ ପଢ଼ୁଥିଲେ। ଏହି ସମୟରେ ହଠାତ୍ ସ୍କ୍ରିନରେ ପର୍ଣ୍ଣ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ଟେକ୍ନୋଲଜି ଭାଷାରେ ଏହା ହ୍ୟାକିଂ। ଏଭଳି କାମ ହ୍ୟାକରଙ୍କର। ଏପରି କାମ ଚୋରି, ହତ୍ୟା ଆଦି ମାମଲା ସହିତ ସମାନ।

ଏହା ପୂର୍ବରୁ ସମାନ ଅଭିଯୋଗ ଆସିଥିଲା ଗୁଜରାଟରୁ। ଜୁମ୍ ଆପରେ ଭିଡିଓ କନଫରେନସିଂ ଜରିଆରେ ପାଠ ପଢ଼ୁଥିବା ବେଳେ ସ୍କ୍ରିନରେ ଅଶ୍ଳୀଳ ଭିଡିଓ ଚାଲିଥିବା ଅଭିଯୋଗ କରିଥିଲେ ଗୁଜରାଟ ଅହମଦାବାଦର ଜଣେ ଛାତ୍ରୀ। ସେ ଗୁଜରାଟର ନିର୍ମା ବିଶ୍ୱବିଦ୍ୟାଳୟର ଛାତ୍ରୀ।