ରାସ୍ତା ଉପରେ ଜଳିଗଲା ଚଳନ୍ତା ବସ୍‌

କଟକ: ଜଳିଗଲା ଚଳନ୍ତା ବସ୍। କଟକ-ଭୁବନେଶ୍ୱର ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ବସ୍‌। ତେବେ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ସୂଚନା ଅନୁଯାୟୀ ନିସା ନାମକ ଏକ ଘରୋଇ ବସ କଟକ-ଭୁବନେଶ୍ୱର ରାସ୍ତାରେ ଆସୁଥିବା ବେଳେ କଟକର ସଦର ଥାନା ନିକଟରେ ଏକ ବାଇକ୍‌କୁ ଧକ୍କା ଦେବା ପରେ ବସ୍‌ଟି ଅକଷ୍ମାତ୍‌ ଜଳି ଯାଇଥିଲା। ଏଥିରେ ବାଇକ୍‌ ଆରୋହୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବା ଜଣାପଡ଼ଛି।