ଗଛରେ ପିଟି ହେବା ପରେ ଜଳିଗଲା କାର୍‌, ୩ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ସୁଖାଜୋର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ କାରରେ ଲାଗି ଯାଇଥିଲା ନିଆଁ। କାର୍‌ରେ ବସିଥିବା ୩ ଜଣ ଯାକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନଙ୍କ ମଧ୍ୟରୁ ଜଣେ କୋରାପୁଟର ଓ ଅନ୍ୟ ଦୁଇ ଜଣ ଛଟେନପାଲ୍ଲୀ ଗାଁର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ସେମାନେ ଛଟେନପାଲ୍ଲୀରୁ ହେମଗିରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରିଛି।