କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପୁଣି ଜଣେ ମହିଳା: ସାରଥି ନାଁରେ ଆଣିଲେ ନିର୍ଯାତନା ଅଭିଯୋଗ

କଟକ: ସାରଥିଙ୍କ ବିରୋଧରେ ଆଉ ଜଣେ ମହିଳା ମୁହଁ ଖୋଲିଛନ୍ତି । ପୂର୍ବରୁ ବିବାଦୀୟ ଯୁବତୀଙ୍କ ସମେତ ଅନ୍ୟ ଜଣେ ମହିଳା ସାରଥିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଆଜି କେନ୍ଦ୍ରାପଡା ଜିଲ୍ଲା ବାରିମୂଳ ଅଞ୍ଚଳର ଜଣେ ମହିଳା କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଆସି ସାରଥି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ସାରଥିଙ୍କ ଆଶ୍ରମରେ ରହି କାମ କରୁଥିଲେ । ସାରଥି […]

sarathi

sarathi

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 02:09 PM IST

Sports

Latest News

କଟକ: ସାରଥିଙ୍କ ବିରୋଧରେ ଆଉ ଜଣେ ମହିଳା ମୁହଁ ଖୋଲିଛନ୍ତି । ପୂର୍ବରୁ ବିବାଦୀୟ ଯୁବତୀଙ୍କ ସମେତ ଅନ୍ୟ ଜଣେ ମହିଳା ସାରଥିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଆଜି କେନ୍ଦ୍ରାପଡା ଜିଲ୍ଲା ବାରିମୂଳ ଅଞ୍ଚଳର ଜଣେ ମହିଳା କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଆସି ସାରଥି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ସାରଥିଙ୍କ ଆଶ୍ରମରେ ରହି କାମ କରୁଥିଲେ । ସାରଥି ବିବାହ କରାଇ ଦେବାକୁ ପ୍ରତିଶ୍ରୁତି ତାଙ୍କୁ ଦେଇଥିଲେ । ଏପରି କି ବିବାହ କରାଇ ଦେବାକୁ ସାରଥି ତାଙ୍କ ପାଖରୁ ସୁନା ଓ ଟଙ୍କା ନେଇଛନ୍ତି । ପ୍ରତିଶ୍ରୁତି ରକ୍ଷା କରିବାକୁ କହିବାରୁ ସେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ଆଇନଜୀବୀ ମଧୁମାଧବ ଜେନା କହିଛନ୍ତି ଯେ, ଅଭିଯୋଗ ଅନୁଯାୟୀ ସାରଥିଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହେବ । କାରଣ ସେ ମହିଳାଙ୍କୁ ବିବାହରର ପ୍ରତିଶ୍ରୁତି ଦେଇ ଶାରୀରିକ ନିର୍ଯାତନା ଦେଇଛନ୍ତି । ଏହାସହ ସେ ସୁନା ଓ ଟଙ୍କା ମହିଳାଙ୍କ ଠାରୁ ନେଇଛନ୍ତି । ଏ ନେଇ ଲୁଟ ଓ ଠକାମୀ ଦଫା ଲାଗି ପାରେ ।

ଗତ ମଙ୍ଗଳବାର କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳର ଜଣେ ବିବାହିତା ମହିଳା ସାରଥିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସାରଥିଙ୍କ ସହ ତାଙ୍କ କୋଠରୀକୁ ନ ଯିବାରୁ, ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ସିଆରପିଏଫ ଧାରା ୧୬୪ରେ ମହିଳା ଜଣକ କେନ୍ଦ୍ରାପଡ଼ା ଜେଏମ୍ଏଫସିଙ୍କ ନିକଟରେ ନିଜ ବୟାନ ରେକର୍ଡ କରିଥିଲେ । ମହିଳାଙ୍କ ଅଭିଯୋଗ କରିଥିଲେ ଯେ, ଗତ ଜାନୁୟାରୀ ୧୮ ତାରିଖରେ ସେ ବିବାହ କରିଥିଲେ । ଚତୁର୍ଥୀ ଦିନ ତାଙ୍କ ସ୍ୱାମୀ ତାଙ୍କୁ ବାରିମୂଳ ଆଶ୍ରମକୁ ନେଇଯାଇଥିଲେ। ସାରଥିଙ୍କ ଆଶୀର୍ବାଦ ନେବା ପରେ, ମହିଳାଙ୍କ ସ୍ୱାମୀ ବାହାରକୁ ଚାଲି ଯାଇଥିଲେ। ପରେ ସେଠାରେ ଥିବା ସାରଥିଙ୍କ କେତେକ ସହଯୋଗୀ ତାଙ୍କୁ ବାବାଙ୍କ ସହ ତାଙ୍କ ରୁମକୁ ଯିବାକୁ ବାଧ୍ୟ କରିଥିଲେ। କିନ୍ତୁ ସେ ରାଜି ହୋଇ ନ ଥିଲେ। ଘରକୁ ଫେରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ବାରମ୍ୱାର ନିର୍ଯାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ ।

ସେହିପରି ଗତ ୧୫ ତାରିଖରେ ବିବାଦୀୟ ଯୁବତୀ ଜଣଙ୍କ ସାରଥିଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ୍ ନିକଟରେ ଏହି ମାମଲା ଦାୟର କରିଥିଲେ । ଏଥିରେ ଯୁବତୀ ଜଣଙ୍କ କହିଥିଲେ, ଚାପରେ ପଡ଼ି ସେ ମଙ୍ଗଳାବାଗ ଥାନାରେ ୪ ଜଣଙ୍କ ବିରୋଧରେ ବ୍ଲାକମେଲିଂ ଏତଲା ଦେଇଥିଲେ । ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ଜଣେ ମହିଳା ତାଙ୍କୁ ଫୋନ କରି ଏହି ମାମଲା ରୁଜୁ କରିବାକୁ କହିଥିଲେ । ଉକ୍ତ ମହିଳାଙ୍କ ନାଁ ମିଲି ବୋଲି ସେ ତାଙ୍କ ଏଫଆଇଆରରେ ଦର୍ଶାଇଥିବା କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ. ଶର୍ମା କହିଥିଲେ । ବିବାଦୀୟ ଯୁବତୀ ଜଣଙ୍କ ଆଉ ଜଣେ ମହିଳାଙ୍କ ନାଁରେ ବି ଏତଲା ଦେଇଥିଲେ । ସେ ସାରଥିଙ୍କ ଆଶ୍ରମର ଜଣେ ଭକ୍ତ ବୋଲି ଏଫଆଇଆରରେ ଦର୍ଶାଇଥିଲେ । ବିବାଦୀୟ ଯୁବତୀ ଜଣଙ୍କ ଆହୁରି ମଧ୍ୟ କହିଥିଲେ ଯେ,  ସାରଥି ତାଙ୍କୁ ଫୋନ କରି ଧମକ ଦେଇଥିଲେ । ଏପରି କି ତାଙ୍କୁ ମାରିବା ପାଇଁ ୧୦ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story