ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ସାଂସଦ ଜୟରାମ ପାଙ୍ଗି
ଜୟପୁର: କୋରାପୁଟର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଜୟରାମ ପାଙ୍ଗି ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ସହ ଆସି ପାଙ୍ଗି ଦଳରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ମିଶ୍ରମ ପର୍ବ ଅନୁଷ୍ଠିତ ହୋଇଥିଲା। ଜୟରାମଙ୍କୁ ଫୁଲତୋଡ଼ା ଓ ବିଜେପି ଟୋପି ପିନ୍ଧାଇ ସ୍ୱାତ କରାଯାଇଥିଲା।
ମିଶ୍ରଣ କାର୍ଯ୍ୟକ୍ରମରେ ବିଶ୍ୱଭୂଷଣ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ଏବଂ ଗିରିଧାରୀ ଗମାଙ୍ଗ ଉପସ୍ଥିତ ଥିଲେ।
[vc_video link="" align="center"]
ବିଜେପିରେ ମିଶିବା ପରେ ପାଙ୍ଗି କହିଛନ୍ତି,“ଆଦିବାସୀମାନେ ସରଳ ବିଶ୍ୱାସୀ। ମୁଁ ଗଡିଆରୁ ଆସି ସମୁଦ୍ରରେ ମିଶିଛି। କୌଣସି ସର୍ତ୍ତ ଓ ପଦ ଆଶା ରଖି ଏ ଦଳକୁ ଆସିନାହିଁ।”
ସେ ଆହୁରି କହିଛନ୍ତି,“ବିଜେଡିରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଥିଲି। ଆଦିବାସୀ ହିସାବରେ ନବୀନଙ୍କୁ ନେତା ମାନୁଥିଲି। ୪୦ ବର୍ଷର କର୍ମୀଙ୍କୁ ୪୦ ସେକେଣ୍ଡରେ ତଡ଼ି ଦେଲେ।ଏହା ବିଜେଡିର ଏହା ବିନାଶ କାଳେ ବିପରୀତ ବୁଦ୍ଧି।”
ମାର୍ଚ୍ଚ ୧୨ ତାରିଖରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଶୃଙ୍ଖଳା ନେଇ ଜୟରାମ ପାଙ୍ଗିଙ୍କୁ ଦଳରୁ ନିଲମ୍ବନ କରିଥିଲେ ନବୀନ ପଟ୍ଟନାୟକ। କୋରାପୁଟ ଜିଲ୍ଲା ରାଜନୀତିରେ ପାଙ୍ଗିଙ୍କ ଦବଦବା ରହିଥିବାରୁ ଏହାର ପ୍ରଭାବ ବିଜେଡି ଉପରେ ପଡିବ ବୋଲି ଆଲୋଚନା ହେଉଛି। ପୂର୍ବରୁ ସେ ବିଜେଡିର କୋରାପୁଟ ଜିଲ୍ଲା ସଭାପତି ମଧ୍ୟ ରହି ସାରିଛନ୍ତି।
ପାଙ୍ଗି ବିଜେପିରେ ସାମିଲ ହେଲେ ଆଦିବାସୀ ଅଞ୍ଚଳରେ ଦଳ ମଜଭୁତ ହେବ ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଥିଲେ।
ପୂର୍ବତନ ବିଜେଡି ବିଧାୟକ ରବିନାରାୟଣ ନନ୍ଦ କହିଛନ୍ତି,“ଦଳ ବିରୋଧୀ କାର୍ଯ୍ୟ ପାଇଁ ଜୟରାମ ପାଙ୍ଗିଙ୍କୁ ନିଲମ୍ୱିତ କରାଯାଇଥିଲା। ସେ ଗଲେ ମଧ୍ୟରେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ। ବିଜେଡିକୁ ଆଗକୁ ନେବା ପାଇଁ ଏବେ କୋରାପୁଟ ଜିଲ୍ଲାରେ ବହୁ ଆଦିବାସୀ ଯୁବ ନେତୃତ୍ୱ ବାହାରି ସାରିଲେଣି। ଏହାଛଡ଼ା ବିଜେଡିକୁ ଶକ୍ତିଶାଳି କରିବା ପାଇଁ ବହୁ ଯୁବ ନେତୃତ୍ୱ ଦଳରେ ଯୋଗଦେବାକୁ ଇଚ୍ଛୁକ ଅଛନ୍ତି।”
Ordigital Desk
• Published: Tuesday, 09 May 2017
• Updated: 09 May 2017, 11:00 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos