ଫେରିଲେ ରାଜ୍ୟପାଳ, ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ତ୍ୱରାନ୍ୱିତ

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚାଲିଛି କାଉଣ୍ଟଡାଉନ୍। ରାଜ୍ୟପାଳ ଏସ୍‌.ସି ଜମିର ଆଜି ସକାଳେ ନାଗାଲାଣ୍ଡରୁ ଫେରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯେଉଁ ମନ୍ତ୍ରୀମାନେ ବାଦ୍ ପଡିବେ ସେମାନଙ୍କୁ ଅାଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯିବ ସୂଚନା। ତା’ସହିତ ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କ ନିକଟକୁ ଯିବ ଫୋନ୍ କଲ୍‌। ଗତକାଲିଠାରୁ ସଂସଦୀୟ ବ୍ୟାପାର ବିଭାଗ  ଚଳଚଞ୍ଚଳ ହୋଇପଡ଼ି ଥିବା ବେଳେ ଅାସନ୍ତାକାଲି ନୂଅା ମନ୍ତ୍ରୀମାନେ ଶପଥ ନେଇପାରନ୍ତି।