/odisha-reporter/media/post_attachments/uploads/2018/03/Biswajita.jpg)
Biswajita
ମାଆର ମାନେ ସମସ୍ତେ ବୁଝନ୍ତି
କିନ୍ତୁ ମାଆ କ'ଣ ମୁଁ ପରେ ବୁଝିଲି।
ମାଆ... ଯିଏ ଜନ୍ମରୁ ଶେଷ ଯାଏଁ
ଛାଇ ପରିଥାଏ ଆମ ପାଖରେ।
ମାଆ... ମୋ ଫେରିବା ବାଟକୁ ଚାହିଁ ରହିଥାଏ
ମାଆ ସିଏ, ଯିଏ ଦେଖେ ମୋ ଖୁସିରେ ତା' ଦୁନିଆ
ମାଆ ସିଏ, ଯିଏ ମୋ ଦେହ ଖରାପ ହେଲେ
ରାତି ରାତି ଉଜାଗର ରହେ...
ସବୁ କଷ୍ଟକୁ ଆଖି ବୁଜି ପିଇଦିଏ
ହେଲେ ମୋ ଆଗରେ ସବୁବେଳେ ହସୁଥାଏ
ସତରେ ମାଆ ହେବା ଓ ମାଆର ଅର୍ଥ ବୁଝିବା,
ଆଉ ମାଆର ମମତାକୁ ବୁଝିବା ଏତେ ସହଜ ନୁହେଁ...
ସବୁ ବୁଝିବା ପରେ, ସବୁ ଅବୁଝା ରହିବା ପରେ
ମାଆ କେବଳ ମାଆ।
- ବିଶ୍ୱଜିତା ଖଡ଼ିରତ୍ନ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
