ମାଆ

ମାଆର ମାନେ ସମସ୍ତେ ବୁଝନ୍ତି କିନ୍ତୁ ମାଆ କ’ଣ ମୁଁ ପରେ ବୁଝିଲି। ମାଆ… ଯିଏ ଜନ୍ମରୁ ଶେଷ ଯାଏଁ ଛାଇ ପରିଥାଏ ଆମ ପାଖରେ। ମାଆ… ମୋ ଫେରିବା ବାଟକୁ ଚାହିଁ ରହିଥାଏ ମାଆ ସିଏ, ଯିଏ ଦେଖେ ମୋ ଖୁସିରେ ତା’ ଦୁନିଆ ମାଆ ସିଏ, ଯିଏ ମୋ ଦେହ ଖରାପ ହେଲେ ରାତି ରାତି ଉଜାଗର ରହେ… ସବୁ କଷ୍ଟକୁ ଆଖି ବୁଜି ପିଇଦିଏ ହେଲେ ମୋ ଆଗରେ ସବୁବେଳେ ହସୁଥାଏ ସତରେ […]

Biswajita

Biswajita

Rakesh Mallick
  • Published: Friday, 09 March 2018
  • Updated: 09 March 2018, 09:55 PM IST

ମାଆର ମାନେ ସମସ୍ତେ ବୁଝନ୍ତି

କିନ୍ତୁ ମାଆ କ'ଣ ମୁଁ ପରେ ବୁଝିଲି।

ମାଆ... ଯିଏ ଜନ୍ମରୁ ଶେଷ ଯାଏଁ

ଛାଇ ପରିଥାଏ ଆମ ପାଖରେ।

ମାଆ... ମୋ ଫେରିବା ବାଟକୁ ଚାହିଁ ରହିଥାଏ

ମାଆ ସିଏ, ଯିଏ ଦେଖେ ମୋ ଖୁସିରେ ତା' ଦୁନିଆ

ମାଆ ସିଏ, ଯିଏ ମୋ ଦେହ ଖରାପ ହେଲେ

ରାତି ରାତି ଉଜାଗର ରହେ...

ସବୁ କଷ୍ଟକୁ ଆଖି ବୁଜି ପିଇଦିଏ

ହେଲେ ମୋ ଆଗରେ ସବୁବେଳେ ହସୁଥାଏ

ସତରେ ମାଆ ହେବା ଓ ମାଆର ଅର୍ଥ ବୁଝିବା,

ଆଉ ମାଆର ମମତାକୁ ବୁଝିବା ଏତେ ସହଜ ନୁହେଁ...

ସବୁ ବୁଝିବା ପରେ, ସବୁ ଅବୁଝା ରହିବା ପରେ

ମାଆ କେବଳ ମାଆ।

- ବିଶ୍ୱଜିତା ଖଡ଼ିରତ୍ନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos