ଘରୁ ମା’ ପାଖରୁ ଝାମ୍ପିନେଲା ବାଘ; ଜଙ୍ଗଲରୁ ମିଳିଲା ହାଡ଼

ନୂଆପଡ଼ା: ମା’ ପାଖରୁ ପିଲାକୁ ଝାମ୍ପିନେଲା ବାଘ। ଏହି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ହଳଦୀ ଗାଁରେ । ଗତକାଲି ରାତିରେ ମା’ ପାଖରେ ଶୋଇଥିବା ବେଳେ ୪ ବର୍ଷର ଶିଶୁ ପୁତ୍ରକୁ  କଲରାପତ୍ରିଆ ବାଘ ଝାମ୍ପି ନେଇଥିଲା।

ଆଜି ସକାଳେ ଗାଁ ନିକଟ ଜଙ୍ଗଲ ଭିତରୁ ଶିଶୁଟିର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୋଲିସ୍ ଓ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।