/odisha-reporter/media/post_attachments/uploads/2018/04/Sukant-mao-story-1.jpg)
Sukant-mao story
କୋଟ୍ ଓ ଟାଇ ପିନ୍ଧାଇ ଦେଉ ଦେଉ ଅନିନ୍ଦିତା କହିଲା, ଆଜି ଶ୍ରେୟାଂଶର ଜନ୍ମଦିନ।ଜଲ୍ଦି ଅଫିସ୍ କାମ ସାରି ଫେରିବ।ପୂର୍ବବର୍ଷ ପରି ଯେମିତି ନ କୁହ, ମାଓବାଦୀ ଇଲାକାରେ ଜରୁରୀ ବୈଠକ ପାଇଁ ହଠାତ୍ ନିଷ୍ପତ୍ତି ନିଆଗଲା। ଆଇ ଆମ୍ ଭେରି ଭେରି ସରି।
- ଚେଷ୍ଟା କରିବି।ସିଏମ୍ଙ୍କ ସହିତ ଜରୁରୀ ବୈଠକ।ଓଡ଼ିଶାର କିଛି ଜିଲ୍ଲାକୁ ମାଓବାଦୀମାନେ କବଜାରେ ରଖିଛନ୍ତି।ମାଓନେତା ମିଷ୍ଟର ଜର୍ଜଙ୍କ ଗିରଫ ପରେ ପରେ ସେମାନେ ଖାଲି ଧମକ ଦେବାରେ ଲାଗିଛନ୍ତି।କେତେବେଳେ କହୁଛନ୍ତି, ମନ୍ତ୍ରୀଙ୍କୁ ଉଠାଇନେବୁ ପୁଣି କେତେବେଳେ ଜିଲାପାଳଙ୍କୁ।ବରଂ ଭଲ ଥିଲା ପୂର୍ବର ଜିଲ୍ଲା।ସରକାର କାହିଁକି ଯେ ଏହି ମାଓ ଅଧ୍ୟୁଷିତ ଅଞ୍ଚଳକୁ ମୋତେ ପଠାଇଲେ।ବେଳେବେଳେ ଏସବୁ ଭାବିଲେ ସରକାରଙ୍କ ଉପରେ ମୋର କ୍ଷୋଭ ଆସେ। ଏ ଚାକିରି ଉପରେ ମଧ୍ୟ ମୋହ ତୁଟାଇ ଦେବାକୁ ଇଚ୍ଛା ହୁଏ।ହେଲେ କେଉଁ ଏକ ଅନାହତ ଆକର୍ଷଣରେ କରିପାରେନି।ଚାକିରି କରିଛି ଯେତେବେଳେ, ଯୁଆଡେ଼ ପଠାଇବେ ସିଆଡେ଼ ଯିବାକୁ ପଡ଼ିବ।ଦେଖୁନ, ବୈଠକ ଆଗରୁ କରୁ ନଥିଲେ, ଠିକ୍ ମାଓ ଧମକ ପରେ ସରକାରଙ୍କ ଚେତା ପଶୁଛି।ଶେୟାଂଶ ଜନ୍ମଦିନ ସରିଥିଲେ ବୈଠକ କରି ନ ଥାନ୍ତେ!!! ଫେରିବା ବିଳମ୍ୱ ହୋଇପାରେ।ତମେ କିଛି ବ୍ୟସ୍ତ ହେବନି।ଶ୍ରେୟାଂଶ ସ୍କୁଲରୁ ଆସିଲେ ବାହାରକୁ ଛାଡ଼ିବନି ଖେଳିବାକୁ।କିଛି ଡ୍ରାଏଫୁଡ୍ ଖାଇବାକୁ ଦେଇଦେବ।ମୁଁ ଆସିଲେ ବାକି ମସ୍ତି।ରାତି ୧୨ଟା ପୂର୍ବରୁ ନିଶ୍ଚୟ ଫେରିବି। ଏବର୍ଷ ଡେରି କଲେ ତମେ କ’ଣ ମୋତେ ଆଉ ରଖିବ। ମାଓବାଦୀ ଗୁଳି କରିବା ଆଗରୁ ତମେ ଗୁଳି କରିଦେବ। ଗାଲରେ ଗୋଟେ ଚୁମ୍ୱନ ଆଙ୍କି ଦେଇ କହିଲେ ଅନିନାଶ।
- ସବୁଦିନ ପରି ଆଜି ବି ଗଲାବେଳେ ଦୂରରୁ ଥାଇ ପବନରେ ଉଡ଼ାଇ ଦେଲେ ଅନିନ୍ଦିତାଙ୍କ ଉଦ୍ଦେଶ୍ୟରେ କିଛି ପ୍ରେମ।ଆଉ ଅନିନ୍ଦିତା ଟିକେ ଫୁଲେଇ ହୋଇ କହିଲେ, ହଉ ଥାଉ, ତମକୁ ତ ଲାଗୁଛି ଏ ବୟସ ଆମର କଲେଜ ପଢ଼ା ସମୟର ବୋଲି।ଯାଅ, ପ୍ରେମ ନିଷିଦ୍ଧ ତମେ ଅଫିସରୁ ଫେରିବା ପର୍ଯ୍ୟନ୍ତ।ମାନେ ଲଭ୍ ବ୍ୟାନ।ଏଇଟା ମୋ ଘୋଷଣା।ଗାଡ଼ି ଷ୍ଟାର୍ଟ କଲେ।ଫୁଲ୍ ଗିଅରରେ ବିଏମ୍ଡବ୍ଲୁ।
ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁପ୍ତ ବୈଠକ ।କେହି ବି ଜାଣିଲେ ବିପଦ ବଢ଼ିଯାଇପାରେ।ଏମିତି କି କିଛି ଦକ୍ଷ ଅଫିସରଙ୍କୁ ବାଦ ଦେଲେ ବାକି କେହି ବି ଜାଣି ନାହାନ୍ତି ବୈଠକର ତାରିଖ ଆଉ ସ୍ଥାନ।ଦୀର୍ଘ ୨୦ ବର୍ଷର ଚାକିରି କାଳ ମଧ୍ୟରେ ଅନେକ ସମସ୍ୟାକୁ ଅତ୍ୟନ୍ତ ବିଜ୍ଞ ଭାବେ ସମାଧାନ କରିଛି।ସେଥିପାଇଁ ୨୦ ବର୍ଷରେ ୨୩ ଥର ବଦଳି ହୋଇଛି। ତଥାପି ଡର ଡର ଲାଗୁଥାଏ।କାରଣ ପୂର୍ବର ଅଭିଜ୍ଞତା ଆଉ ଏବେର ସମୟ ମଧ୍ୟରେ ଆକାଶ ପାତାଳ ଫରକ୍ ।ଯଦିଓ ପୂର୍ବରୁ କିଛି ମାଓବାଦୀ ଇଲାକାରେ କାର୍ଯ୍ୟ କରିଛନ୍ତି।କିନ୍ତୁ ସେ ସମୟରେ ସରକାର ଆଉ ମାଓବାଦୀଙ୍କ ମଧ୍ୟରେ ତିକ୍ତତା ଏତେ ନ ଥିଲା।ଯେଉଁଥିପାଇଁ ସମସ୍ୟା ସମସ୍ୟା ପରି ଲାଗୁ ନ ଥିଲା ନା ଅଫିସରଙ୍କୁ ନା ସରକାରଙ୍କୁ।ଜିଲ୍ଲା କାର୍ଯ୍ୟାଳୟ ଠାରୁ ବୈଠକ ସ୍ଥାନ ୨୦୦ ଶହ କିଲୋମିଟର।ପୁଣି ନିଜ କାରରେ ଯିବା ଅତ୍ୟନ୍ତ ଜଟିଳ ବ୍ୟାପାର।
ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁପ୍ତ ବୈଠକ ପୁଣି ରାତିରେ।ମାଓବାଦୀଙ୍କୁ କିଛି ବି ଖୋରାକ୍ ଯେପରି ନ ମିଳେ।ଏ ରାସ୍ତାରେ କାର ଡ୍ରାଇଭିଂ କରିବା ଅତ୍ୟନ୍ତ କଷ୍ଟ।ଖାଲ ଢ଼ିପ ପୁଣି ଜଙ୍ଗଲୀ ପଶୁଙ୍କ ଉପଦ୍ରବ ବେଶୀ।ଗାଡ଼ି ଆଡ଼କୁ ବି ହାତୀମାନେ ପଶି ଆସନ୍ତି।କିନ୍ତୁ ଯାହା ବି ହେଲେ ବୈଠକକୁ ଯିବାକୁ ପଡ଼ିବ, ନହେଲେ ପୁଣି ଥରେ ବଦଳି ହୋଇପାରେ।
କିଛି ବାଟ ଗଲା ପରେ ରାସ୍ତାରେ ବିରାଟ ପଥର ଆଉ ୪ ଜଣ ମୁହଁରେ କଳାପଟି ବାନ୍ଧି କାର ସାମନାରେ ଛିଡ଼ା ହେଲେ ଆଉ ବନ୍ଧୁକ ଦେଖାଇ କାର୍ ଷ୍ଟାର୍ଟ ବନ୍ଦ କରିବାକୁ ଇସାରା ଦେଲେ।କିଛି ଉପାୟ ନ ଥିଲା ଆଉ।ବାଧ୍ୟ ହୋଇ ଷ୍ଟାର୍ଟ ବନ୍ଦ କଲେ ଅବିନାଶ।ଷ୍ଟାର୍ଟ ବନ୍ଦ କରିବା ପରେ କାରରେ ୪ ଜଣ ବସିଲେ ଆଉ ଇସାରା ଦେଲେ ଅବିନାଶଙ୍କୁ ଚୁପ୍ ହୋଇ ବସିବାକୁ। କାର ସେଇ ୪ ଜଣଙ୍କ ମଧ୍ୟରୁ ଛୋଟୁ ସର୍ଦ୍ଦାର ଚଳାଇଲେ।ଅବିନାଶ ଖାଲି କହୁଥାନ୍ତି- ତୁମେମାନେ କୁହ, ମୋତେ କାହିଁକି ଆଉ କୁଆଡେ଼ ନେଇଯାଉଛ।ମୁଁ ତମର କି କ୍ଷତି କରିଛି କି।ମୋ ପୁଅର କାଲି ଜନ୍ମ ଦିନ।ମୋତେ ଯେମିତି ହେଲେ ତା ବାର୍ଥଡେ ପାର୍ଟିରେ ସାମିଲ ହେବାକୁ ପଡ଼ିବ।ଦେଖ, ସିଏମ୍ଙ୍କ ସହିତ ଜରୁରୀ ବୈଠକ।ପୁଣି ଗୁପ୍ତରେ।ଦୟାକରି ତମେମାନେ ମତେ ଛାଡ଼ିଦିଅ।ପହଞ୍ଚିବା ବିଳମ୍ୱ ହେଲେ କିମ୍ୱା ନ ଗଲେ ଚାକିରି ପ୍ରତି ବିପଦ ଆସିଯିବ।
- ଭୟ କରନି ସାହେବ ଅବିନାଶ।ଆମେ ଅନ୍ୟମାନଙ୍କ ପରି କାହାର କ୍ଷତି କରୁନା କି କାହାର କ୍ଷତି ବି ସହି ପାରୁନା।ଆମର ବି ଘର ସଂସାର ଅଛି।ପତ୍ନୀ ପିଲାମାନେ ଅଛନ୍ତି।ତମକୁ ଆମେ ବିଶ୍ୱାସ ପାଇଲେ ନିଶ୍ଚୟ ତମ ପୁଅର ଜନ୍ମ ଦିନ ପାଳିବ।ଆମେମାନେ ପ୍ରତିଶ୍ରୁତିର ମାନେ ବୁଝୁ, କିନ୍ତୁ ତମ ସରକାରିଆ ଲୋକମାନେ ଏସବୁ ଜାଣନ୍ତିନି।
- କିନ୍ତୁ ତମେମାନେ କାହିଁକି ମୋତେ ନେଉଯାଉଛ ସେକଥା କୁହନ୍ତୁ ତ ଆଗେ।ତା ପରେ ଯାଇ ଅନ୍ୟ ସବୁ କଥା।
- ସାହେବ ଅବିନାଶ, ସ୍ୱାଧୀନତାର ୭୦ ବର୍ଷ ପରେ ବି ଦେଖିପାରୁଛ ଏଇ ଇଲାକାର ସ୍ଥିତି।ରାସ୍ତା ନାହିଁ, ପାଣି ନାହିଁ, ସ୍କୁଲ ନାହିଁ, ଡାକ୍ତରଖାନା ନାହିଁ।ଅପୁଷ୍ଟିର ଶିକାର ହୋଇ ମରୁଛନ୍ତି ଶହ ଶହ ଶିଶୁ।ଦିନ ଆଲୁଅରେ ନାବାଳିକାକୁ କରାଯାଉଛି ବଳାତ୍କାର।ଆଉ ସରକାର ଠିକ୍ ନିର୍ବାଚନ ବେଳ ଆସିଲେ ମେଞ୍ଚେ ସ୍ୱପ୍ନ ଦେଖାଇ ଭୋଟରଙ୍କୁ ଭୁତେଇ ନିର୍ବାଚନ ଜିତିଯିବ।କିନ୍ତୁ ଜିତିବା ପରେ ପ୍ରତିଶ୍ରୁତି ସବୁ ଭୁଲିଯାଏ।ମନ୍ତ୍ରୀ ନେତା ଆଉ ରାଜନୈତିକ ନେତା, ଅଫିସର କେବେ ଥରେ ତଳମାଳ ଅଞ୍ଚଳକୁ ବୁଲିଯାଇଛନ୍ତି।ବୁଲିଯାଇଥିଲେ ସେମାନେ ଜାଣିଥାନ୍ତେ କେତେ ଦୟନୀୟ ସେମାନଙ୍କ ଜୀବନ।ପାଣି ଟୋପାଏ ପାଇଁ ସେମାନଙ୍କୁ ଯିବାକୁ ପଡେ଼ ୫ କିଲୋମିଟର।ରୋଗ ବଇରାଗ ହେଲେ ଯିବାକୁ ପଡେ଼ ୩୦ କିଲୋମିଟର।ସରକାରଙ୍କ କୋଟି କୋଟି କୋଟି କେଉଁଠି କେମିତି ଖର୍ଚ୍ଚ ହେଉଛି ସେକଥା ଆମେ ବୁଝୁନା।ଆମେ ଏତିକି ଜାଣୁ ଆମ ସରକାର ଏଥର ସ୍କୁଲ ତିଆରି କରିବେ, ଡାକ୍ତରଖାନା କରିବେ ଆଉ ରାସ୍ତା ବି କରିବେ।କିନ୍ତୁ ଏ ଭାବନା ଆମର ସେମିତି ରହିଯାଏ।
ତମକୁ ଆଜି ଅପହରଣ କରିବା ଆମର ନୂଆ ନୁହେଁ।ଏହା ଆଗରୁ ବି ଅନେକ ଥର ଏହି ଉପାୟ ବାଛିଛୁ।କିନ୍ତୁ ସରକାର ସବୁଥର ଖାଲି ଆମ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ଠିକଣା ବେଳେ ପଛଘୁଞ୍ଚା ଦିଅନ୍ତି।ସରକାର ଜାଣିଛନ୍ତି ମାଓବାଦୀଙ୍କ କଥାକୁ ମାନିଲେ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥରେ ବାଧା ଉପୁଜିପାରେ।କିନ୍ତୁ ସାହେବ ଅନିବାଶ, ଆମ ଇତିହାସରେ ତମେ କେବେ ପଢ଼ି ନ ଥିବ ଆମେ କେବେ ସରକାରୀ ଲୋକଙ୍କୁ ଅପହରଣ କରି ମାରିଛୁ ବା ହତ୍ୟା କରିଛୁ।ସେମାନଙ୍କୁ ଆମେ ନିର୍ଭରରେ ରହିବାକୁ କହିଛୁ।ଆଜି ତମକୁ ବି ସେଇ ସମାନ କଥା ଶୁଣାଉଛୁ।କିନ୍ତୁ ଆମେ ସରକାର ସହିତ ଆଲୋଚନା ନ କରିବା ପର୍ଯ୍ୟନ୍ତ ତମକୁ ଛାଡ଼ିବୁନି। ଏବେ ବି ଅନେକ ଜିଲ୍ଲାର ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟ ଲୋକଙ୍କୁ ଏବେବି ଦିନକୁ ଦି’ଓଳି ପେଟପୂରା ଖାଇବାକୁ ମିଳୁ ନାହିଁ।ପ୍ରାଚୁର୍ଯ୍ୟରେ ଭରପୂର ଥିବା ଜିଲାଗୁଡ଼ିକର ଆଦିବାସୀମାନେ ଦାରିଦ୍ର୍ୟତାର କଷାଘାତରେ ଜର୍ଜରିତ।ପେଟକୁ ମୁଠାଏ ଦାନା ପାଇଁ ଏମାନେ ବାଧ୍ୟ ହୋଇ ଦୈନିକ ହଜାର ହଜାର ଗଛ କାଟିଥାନ୍ତି।ବିଶେଷକରି ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟର ଲୋକେ ଜଙ୍ଗଲ ସମ୍ପଦକୁ ନିର୍ଭର କରି ବର୍ଷତମାମ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି।ଏହି ଆଦିମ ଜନଜାତିର ପୁରୁଷମାନେ ଦୈନିକ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଯାଇ ଗଛକୁ କାଟି ଚାଲି ଆସିଥାନ୍ତି।ଗଛ ତଳେପଡି ଶୁଖିଯିବା ପରେ ଏହାକୁ ଜାଳେଣି କାଠ ଭାବେ କାଟି ମହିଳାମାନେ ଛୋଟ ଛୋଟ ଶିଶୁଙ୍କୁ କୋଳରେ ଧରି ଅତିକମ୍ରେ ୧୦ରୁ ୧୫ କି.ମି.ଦୂର ବିପଦଶଙ୍କୁଳ ଅବସ୍ଥାରେ କାଠକୁ ମୁଣ୍ଡେଇ ନିକଟସ୍ଥ ସହରକୁ ଦୈନିକ ବିକ୍ରି ପାଇଁ ଆସିଥାନ୍ତି।ଜାଳେଣି କାଠ ବିକିଲେ ଏମାନଙ୍କର ଚୁଲି ଜଳେ।ଆଦିବାସୀଙ୍କ ଜୀବିକା ନିବାର୍ହ ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ ହୋଇ କାର୍ଯ୍ୟକାରୀ ହେଉଥିଲେ ହେଁ ଜିଲ୍ଲାରେ ଏହାର ସଠିକ୍ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ବହୁ ପରିବାର ଓଳିଏ ଖାଇ ଓଳିଏ ଉପାସରେ ଦିନ କାଟିବାକୁ ବାଧ୍ୟ ହୋଇଥାନ୍ତି।ଫଳସ୍ୱରୂପ ଭୋକ ମେଣ୍ଟାଇବା ପାଇଁ ଏହି ନିରୀହ ଜନଜାତି ଘଞ୍ଚ ଜଙ୍ଗଲରୁ ଦୈନିକ ହଜାର ହଜାର ମୂଲ୍ୟବାନ ଗଛ କାଟି ଜାଳେଣି କାଠ ଭାବେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି।ଏହାର ସୁଯୋଗ ନେଇ କାଠ ମାଫିଆ ମାନେ ନୀରିହ ଏହି ଆଦିବାସୀଙ୍କୁ ଢ଼ାଲ କରି ବହୁ ପୁରାତନ ଶାଳ ପିଆଶାଳ ଭଳି ମୂଲ୍ୟବାନ ଗଛକୁ କାଟି ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରି ମାଲେମାଲ ହେବା ଘଟଣା କାହାକୁ ଅଛପା ନୁହେଁ।ଜିଲାର ଏହି ଆଦିମ ଜନଜାତିଙ୍କ ପେଟର ଭୋକ ମେଣ୍ଟି ପାରୁନଥିବା ବେଳେ ଏମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ଆବଶ୍ୟକତା ସାତସପନ।ଏଭଳିକି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏମାନଙ୍କ ନିକଟରେ ସଭ୍ୟତା ଏବେ ବି ଅପହଞ୍ଚ।ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଏହି ଆଦିମ ଜନଜାତି ସର୍ବଦା ନିଶାସକ୍ତ ହୋଇ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କଥାକଥାକେ ଜଘନ୍ୟ ହତ୍ୟାକାଣ୍ଡ କରୁଛନ୍ତି ।କୁହନ୍ତୁ ସାହେବ, ଏସବୁ ସରକାର ଦେଖିପାରୁଛନ୍ତି ନା, ଦେଖି ନ ଦେଖିଲା ପରି ରହୁଛନ୍ତି।
କୁହନ୍ତୁ ସାହେବ ଅବିନାଶ, କୁନ୍ଦୁଲି ମାମଲାରେ ରାଜ୍ୟ ସରକାର ବାରମ୍ୱାର ମତ ବଦଳାଇଲେ।ନିରୀହା ୧୪ ବର୍ଷିୟା ନାବାଳିକା ନ୍ୟାୟ ନପାଇ ଆତ୍ମହତ୍ୟା କଲା।ଖାଲି କୁନ୍ଦୁଲୀ ନୁହେଁ, କୁନ୍ଦୁଲୀ ଆଗରୁ ଏମିତି ଅନେକ ନ୍ୟାୟ ନ ପାଇ ଆତ୍ମହତ୍ୟାର ପଥକୁ ବାଛି ନିଅନ୍ତି।ଏହା ବ୍ୟତିତ ସେମାନଙ୍କ ନିକଟରେ କୌଣସି ରାସ୍ତା ହିଁ ନ ଥାଏ।ସେମାନେ ଚାହୁଁଥିଲେ ସମାଜରେ ସ୍ୱାଭିମାନ ଆଉ ସମ୍ମାନର ସହ ବଞ୍ଚିବା ପାଇଁ।କିନ୍ତୁ ତମ ସରକାର ସେମାନଙ୍କୁ ବଞ୍ଚିବାକୁ ଦେଲାନି।ପ୍ରତିଦିନ ମରିବା ଅପେକ୍ଷା ଥରେ ମରିବା ଅତ୍ୟନ୍ତ ଶ୍ରେୟସ୍କର ବୋଲି ଭାବିନେଲେ ସେମାନେ।ଆଉ ତମ ସରକାର ସମବେଦନା ଜଣାଇ କର୍ତ୍ତବ୍ୟ ସାରିଦିଏ।କୁହନ୍ତୁ ସାହେବ; କ’ଣ ଥିଲା ସେମାନଙ୍କର ଦୋଷ! ସେମାନେ ଯଦି ତମ ଭଉଣୀ କି ତମର ନିକଟ ସମ୍ପର୍କିୟ ହୋଇଥାନ୍ତେ, ତେବେ କ’ଣ କରିଥାନ୍ତ ? ରାଜ୍ୟର ଦକ୍ଷ ପୁଲିସ ଓ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ଅପରାଧୀଙ୍କୁ ନିଶ୍ଚିତ ଧରିପାରି ଥାନ୍ତେ।କିନ୍ତୁ ଆରମ୍ଭରୁ ସତ ଲୁଚାଇବାକୁ ସମସ୍ତ ଘଟଣା ପଛରେ ହୋଇଥାଏ ଷଡ଼ଯନ୍ତ୍ର।ଷଡ଼ଯନ୍ତ୍ର ତ ନୁହେଁ, ସାଂଘାତିକ ଷଢ଼ଯନ୍ତ୍ର। ତେବେ ଦୀର୍ଘ ବର୍ଷ ଧରି ଶାସନ କ୍ଷମତା ସାବାଳକ ହୋଇଥିବା ମୁଖ୍ୟମନ୍ତ୍ରୀ ନାରୀମାନଙ୍କୁ ନ୍ୟାୟ ଦେବା ପାଇଁ କାହିଁକି ପଛାଉଛନ୍ତି।ସରକାରଙ୍କ ହାତରେ ସମସ୍ତ କ୍ଷମତା ଥାଇ ବି ଅନ୍ଧ ମୂକ ବଧିର ପରି କାର୍ଯ୍ୟ କରୁଛନ୍ତି।ସବୁ ରାଜ୍ୟ ସରକାର ପ୍ରଥମେ ସ୍ଥାନୀୟ ପୁଲିସକୁ ତଦନ୍ତ ପାଇଁ ଦାୟିତ୍ୱ ଦେଇଥିଲେ।ସ୍ଥାନୀୟ ପୁଲିସ ଆରମ୍ଭରୁ ଧର୍ଷିତାକୁ ଜେରା ନକରି ଏହାକୁ ମିଛ ଘଟଣା ବୋଲି ରଙ୍ଗ ଦେବାକୁ ଚେଷ୍ଟା କରିଥିଲା।ଧର୍ଷିତାକୁ ଜେରା ନକରି ଧର୍ଷିତାର ୪ଜଣ ଆତ୍ମୀୟଙ୍କୁ ଉଠାଇ ନେଇ ଅଭିଯୋଗକୁ ମିଥ୍ୟା ବୋଲି କହିବା କିମ୍ୱା ନିଜେ ଦୁଷ୍କର୍ମ କରିଛନ୍ତି ବୋଲି ମନାଇବା ପାଇଁ ବଳପୂର୍ବକ ଉଦ୍ୟମ କରିଥିଲେ।ସେଥିରେ ମଧ୍ୟ ଫଳ କିଛି ହେଲାନି।ଏହାପରେ ସରକାର ରାଜ୍ୟ ମାନବାଧିକାର କମିଶନ ସେଲ୍କୁ ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଥିଲେ।ସେଠି ମଧ୍ୟ କମିଶନ ମାତ୍ର ଦୁଇ ଦିନରେ ତଦନ୍ତ ସାରି ଧର୍ଷଣ ହୋଇନି ବୋଲି କହିଥିଲେ।ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି କିଛି ତଦନ୍ତ ପୂର୍ବରୁ ଘଟଣା ଧର୍ଷଣ ନୁହେଁ ବରଂ ପ୍ରେମ ଜନିତ ଘଟଣା ବୋଲି କହି ତଦନ୍ତ ପ୍ରକ୍ରିୟାକୁ ସାରିଦେଲେ।ଏହାପରେ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ନିଦ୍ଦେର୍ଶ ଦେଇଥିଲେ।ନ୍ୟାୟିକ ତଦନ୍ତ ନିଦ୍ଦେର୍ଶ ଦେବା ପୂର୍ବରୁ ରାଜ୍ୟ ସରକାର ସୁପ୍ରିମକୋର୍ଟ କିମ୍ୱା ହାଇକୋର୍ଟଙ୍କ ଅନୁମତି ନେବାର ସାମ୍ୱିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ଏହା ନକରି ଉପରଠାଉରିଆ ଭାବରେ ଘୋଷଣା କରିଥିଲେ।ଏହା ପରେ ଆସିଲା ରାଜ୍ୟର ଉପନିର୍ବାଚନ ପାଳି।ଦିନ କେଇଟାରେ ଭୁଲିଗଲେ କୁନ୍ଦୁଲୀକୁ । ଉପନିର୍ବାଚନକୁ କବ୍ଜା କରିବା ନିଶାରେ ଲାଗିପଡ଼ିଲେ ସରକାର ଆଉ ସରକାରିଆ କର୍ମଚାରୀ।କୁହନ୍ତୁ, ସାହେବ, ଏଥିରୁ କି ଲାଭ ପାଇଲା ନାବାଳିକାର ପରିବାର।
ଆଉ ଦାନ ମାଝି।ତା’ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଆଣିଲା।ଢ଼େର ପ୍ରଶଂସା କଲେ ସରକାର ତା କାର୍ଯ୍ୟକୁ।ରାତାରାତି ମହାପ୍ରୟାଣ ଯୋଜନା ପୁନଃକ୍ଷମ ହେଲା।ଦାନ ମାଝିର ଗାଁ ଦେଖି ନଥିବା ନେତା, ମନ୍ତ୍ରୀଙ୍କ ମେଳି ଲାଗିଲା।ଗୋଟାଏ ଦିନରେ ରାସ୍ତା ତିଆରି ହେଲା।ସ୍ତ୍ରୀକୁ ହରାଇ ଯେଉଁ ଅବସାଦ ଭିତରେ ଦାନ ମାଝୀ ଥିବ, ସେଇ ଅବସାଦ ଭିତରେ ତାକୁ ଥାନାରେ ଜେରା କରାଯାଉଥିଲା।କୁହନ୍ତୁ, ସାହେବ, ସରକାରଙ୍କ ଭୁଲ୍ ନା ଦାନ ମାଝୀର ଉପେକ୍ଷିତ ଭାଗ୍ୟର।
ଲକ୍ଷ ଲକ୍ଷ ଯୁବକ ଚାକିରି ନ ପାଇଁ ଦାଦନ ଖଟି ଯାଉଛନ୍ତି।ଆତଙ୍କବାଦୀଙ୍କ ସହିତ ସମ୍ପର୍କ ବାନ୍ଧିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।ପଇସାଟିଏ ନ ଥାଏ ବୋଲି ଭୋକ ଓପାସରେ ମାଆ ପିଲାକୁ ପଠାଇଦିଏ ଦାଦନ ଖଟିବାକୁ; ଆଉ ସେଠାରେ ତାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଏ।ସରକାର ଏସବୁକୁ ଗୁରୁତର ଭାବେ ନ ନେଇ ଦିନ କେଇଟା ପରେ ସବୁ ଯେମିତି ନାଟକର ଦୃଶ୍ୟ ପରି ଭୁଲିଯାଆନ୍ତି।ତମେ କୁହ ସାହେବ, ଆମେ ମାଓବାଦୀଙ୍କ ସହିତ ହାତ ମିଳେଇ କ’ଣ ଭୁଲ୍ କରିଛୁ।
ଏବେ ବି ମାଆ ତା ସନ୍ତାନକୁ ଟଙ୍କା କେଇଟା ପାଇଁ ବିକି ଦିଏ ଆୁ ସରକାରୀ ବାବୁମାନେ ଟଙ୍କା ଫୋପାଡ଼ିଲେ ସବୁ କିଛି ପାଦ ତଳେ କେଇ ମିନିଟ୍ ଭିତରେ ପହଞ୍ଚି ଯାଏ।କେବେ ଉପର ଅଫିସର ବୁଲି ଯାଇଛନ୍ତି ତା ଗାଁକୁ।କେବେ ପଚାରିଛନ୍ତି ମାଆଟିଏ କାହିଁକି ତା ପିଲାକୁ ଟଙ୍କା କେଇଟା ପାଇଁ ବିକିଦେଲା।କୁହନ୍ତୁ ସାହେବ, ଆମେ ତମ ପରି ମଣିଷ, ଆମର ବି ହସ ଖୁସିରେ ଦିନ କାଟିବାକୁ ମନ।ଆମ ବାପା ମାଆ ବି ଆମକୁ ଅପେକ୍ଷା କରିଥିବେ। ସାହି ଭାଇରେ ସେମାନଙ୍କୁ ଆକ୍ଷେପ କରନ୍ତି-ତମ ପୁଅ ବା ମାଓବାଦୀଙ୍କ ସହିତ ମିଶିଛି।ସାହେବ, ଆମେ ମାଓବାଦୀ ସତ କିନ୍ତୁ କାହାର କିଛି ବି କ୍ଷତି କରୁନା।ସରକାର ଆମକୁ ଅଯଥାରେ ଦୋଷ ଲଦିଦିଅନ୍ତି ଆଉ ଆମେମାନେ ମାନିନେଉ।ରାଜନୈତିକ ଆକ୍ରୋଶ ରଖି କୁଜି ନେତା ବି ମାଓବାଦୀଙ୍କ ନାମରେ ପୋଷ୍ଟର ଛାପନ୍ତି।ଦୋଷ ବୋହୁ ଆମେ।
ଓଡ଼ିଶାରେ ଏତେ ପରିମାଣରେ ଖଣିଜ ସମ୍ପଦ ଥିବା ସେତ୍ତ୍ୱ ବି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କିପରି ମିଳିବ ସେ ନେଇ ଦାବି କରୁଛି।ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ହେଲେ ଯେଉଁ ସବୁ ନିୟମକୁ ପୂର୍ଣ୍ଣ କରିବା ତାହା ମଧ୍ୟ ଓଡ଼ିଶା ପୂରଣ କରୁନାହିଁ।ଖାଲି କାଗଜ କଲମରେ ଏସବୁ କରିଦେଲେ କ’ଣ ଏହି ମାନ୍ୟତା ମିଳିଯିବ।ରାଜସ୍ୱ ରେକର୍ଡ଼ର ଡିଜିଟାଇଜେସନ, ଭାଗଚାଷୀଙ୍କୁ ଜମିର ସ୍ୱତ୍ତ୍ୱ ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ତାହା ହୋଇପାରିନାହିଁ।ଏମିତି ବର୍ଷ ବର୍ଷ ବିତେ, ଯୋଜନା ପ୍ରଣୟନ ହୁଏ କିନ୍ତୁ ଶେଷରେ ବିକାଶ କିନ୍ତୁ ଯେଉଁ ଶୂନକୁ ସେଇ ଶୂନ।ଆମ ସଂଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବାକଥା। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ଅସମ୍ଭବ।କେନ୍ଦ୍ର ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କେବିକେ ଏବଂ ଆଇ.ଏ.ପି. କାର୍ଯ୍ୟକ୍ରମ ପାଇଁ ଦେଉଥିବା ଅନୁଦାନକୁ ବନ୍ଦ କରିଦେବା ଫଳରେ ଏହି ସବୁ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି ବୋଲି ସରକାର କହୁଛନ୍ତି।କିନ୍ତୁ ସାହେବ, ଆମ ରାଜ୍ୟରେ ଯେତେ ଖଣିଜ ସମ୍ପଦ ଭର୍ତ୍ତି ରହିଛି, ତାହାକୁ ଯଦି ରାଜନୀତି ନ କରି ଉପଯୋଗ କରାଯାଏ ତେବେ କେନ୍ଦ୍ରର ଅନୁଦାନ ଦରକାର ନାହିଁ।ଏକଥା କିନ୍ତୁ ସରକାର ନ ବୁଝି ମାଓବାଦୀଙ୍କୁ ଦମନ କରିବାକୁ ବୈଠକ ବୈଠକ ଡାକୁଛନ୍ତି।କିନ୍ତୁ କେବେ ଥରେ ବୈଠକ ହୋଇଛି-ସେମିତି ସାଧାରଣ ଲୋକଟିଏ ଆପଣମାନଙ୍କ ପରି ଶାନ୍ତିରେ ଜୀବନ କାଠିପାରିବ।ଆମେମାନେ କେତେ ଆଶା କରୁ ଭୋଟ ଦେଉ, କିନ୍ତୁ ସେମାନେ ଜିତିଗଲା ପରେ ଆଉ କିଛି ବୁଝନ୍ତିନି।ନିଜର ବ୍ୟକ୍ତିଗତ ଭାବେ ସମ୍ପତ୍ତି ବଢ଼ିଚାଲେ, ଯାହା ଆମ ଆଖିରେ ଦେଖି ବି ଦେଖିପାରୁନା।କୁହନ୍ତୁ ସାହେବ, ଆମ ପାଖେ ଆଉ କ’ଣ ଅସ୍ତ୍ର ରହିଛି।ଦୀର୍ଘ ବର୍ଷ ଧରି ଆମେ ଘର ପରିବାର ଛାଡ଼ି ଦୂରେ ଦୂରେ ରହୁଛୁ।ଏମିତି କି ପରିବାର ସହିତ ସମ୍ପର୍କ ଛିନ୍ନ କରି।ଆମର କେଉଁଠି ଟିକେଟ୍ ପାଇବାର ନାହିଁ କି ରାଜନୀତିରେ ମିଶିବାର ନାହିଁ।ରାତାରାତି ବଡ଼ଲୋକ ହେବାର ସ୍ୱପ୍ନ ବି ଆମର ନାହିଁ।ଏସବୁ ସେତ୍ତ୍ୱ ବି ଆମେ ସ୍ୱପ୍ନ ଦେଖୁ ସେଇମାନଙ୍କ ପାଇଁ।ଯେଉଁମାନେ ଖାଦ୍ୟ ବିନା ଜୀବନ ହାରନ୍ତି।ଔଷଧ ଟିକିଏ ପାଇଁ ଜୀଇଁବାକୁ ଚାହୁଁଥିବା ଜୀବନ ଅଟକିଯାଏ। ଆମେ ଆମ୍ୱ ଟାକୁଆର ଶୁଷ୍କ ପେଟରେ ବି ସ୍ୱପ୍ନ ଭରିଦେବାକୁ ଚେଷ୍ଟା ଚଳାଇଛୁ।କିନ୍ତୁ ଏତକ ମନେରଖ ସାହେବ, ଆମେ କାହାର କୌଣସି କ୍ଷତି କରୁନା।ସମାଜ ଆମକୁ ଯେଉଁ ଦୃଷ୍ଟିରେ ଦେଖେ, ଆମେ ସେମିତି ନୁହେଁ।
ସାହେବ, ଆପଣ ଜମା ଭୟ କରନ୍ତୁ ନାହିଁ।ପୁଅ ଜନ୍ମ ଦିନ ନିଶ୍ଚୟ ପାଳିବ।ଖାଲି ତମେ ନୁହେଁ, ଆମେ ସମସ୍ତେ ମିଶି ପୁଅର ଜନ୍ମଦିନ ପାଳିବା ଠିକ୍ ରାତି ୧୨ଟାରେ।
ଏଇ ନିଅନ୍ତୁ ଆପଣଙ୍କ ଫୋନ୍।ଆପଣଙ୍କ ପତ୍ନୀ ବ୍ୟସ୍ତ ହେଉଥିବେ ତମ ଫେରିବା ବିଳମ୍ୱ ହେବାରୁ।କିନ୍ତୁ ତା ପୂର୍ବରୁ ଆମ ସର୍ତ୍ତରେ ରାଜି ହେବାକୁ ପଡ଼ିବ, ନହେଲେ...
- ପୁଣି ସର୍ତ୍ତ କ’ଣ ?
- ସାହେବ ସରକାରୀ ଲୋକଙ୍କୁ ବିଶ୍ୱାସ କରିବା ବିଲ୍କୁଲ୍ ଭୁଲ୍।ଦେଖୁନ, ସବୁ ପେପର ଆଉ ବୈଦ୍ୟୁତିକ ଗଣମାଧ୍ୟମରେ ବେକ୍ରିଂ ନ୍ୟୁଜ୍ ଦେଉଛି- ମାଓବାଦୀଙ୍କ କବ୍ଜାରେ ଏସ୍ପି।ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକକୁ ଯାଉଥିବାବେଳେ ଅପହରଣ କଲେ ମାଓବାଦୀ।ଯେମିତି ମାଓବାଦୀ ମାନେ ମଣିଷକୁ ମାରି ଦେଉଛନ୍ତି, ହତ୍ୟା ଧମକ ଦେଉଛନ୍ତି।ସର୍ତ୍ତ ଏହା କି-ପୁଅ ଜନ୍ମଦିନ ପାଳିବ ଆଉ ପୁଣି ଆମ ସହିତ ରାତିରେ ଫେରିବ।ଆମର ବି ପିଲାଛୁଆ ଅଛନ୍ତି।ଆମେ ଜାଣିଛୁ-ପୁଅ ପାଇଁ ବାପାର ମନ କେତେ ବ୍ୟାକୁଳ ହୁଏ।ଆଉ ସରକାର ଆମ ସର୍ତ୍ତ ନ ମାନିଲା ପର୍ଯ୍ୟନ୍ତ ତମକୁ ଆମ ଖୁଆଡ଼ରେ ରହିବାକୁ ପଡ଼ିବ; କିନ୍ତୁ ତମେ ଯେ ଆମ ପାଖରେ ସୁରକ୍ଷିତ ଏକଥା ତମ ପତ୍ନୀ ଛଡ଼ା ଆଉ କେହି ବି ଯେମିତି ନ ଜାଣନ୍ତି।
‘ଏଇ ମାଟି ବଦଳାଇଛି କେତେ କୁଖ୍ୟାତ ଦସ୍ୟୁ, ପୁଣି ଚୋରଙ୍କୁ। କିନ୍ତୁ ଜଣେ ବ୍ୟକ୍ତି ହେଉ ବା ସରକାରଙ୍କର ଗତି ବିଧି ବା ଚରିତ୍ର ସୁଧାରିବାକୁ ହେଲେ ଏମିତି ଉପାୟ କ’ଣ ଦରକାର।ସରକାର ସହିତ ଏମିତି ଶତ୍ରୁତା କରି ଆପଣମାନେ କ’ଣ ସମସ୍ୟାର ସମାଧାନ କରୁଛନ୍ତି।ଇତିହାସ ହେଉ ବା କିମ୍ୱଦନ୍ତୀ; ଅନେକ ନଜିର ରହିଛି ସତ୍ୟ ଏବଂ ନ୍ୟାୟରେ ରହିବେ ବିଜୟ ସୁନିଶ୍ଚିତ; ମାତ୍ର ଏହି ବିଜୟ ପାଇଁ ଅନେକ ସଂଘର୍ଷର ପଥ ଅତିକ୍ରମ କରିବାକୁ ପଡ଼ିଥାଏ।ନିଜ ଘର ସଂସାର ଛାଡ଼ି କାହିଁକି ଏମିତି ଏକ ଅନାହୂତ ଭବିଷ୍ୟତ ପଛରେ ପଡ଼ିଛନ୍ତି।କି ଲାଭ ମିଳୁଛି।ଯେଉଁ ରାସ୍ତାରେ କେବେ ଫୁଲ ଫୁଟିବାର ହିଁ ନାହିଁ।ଆଉ ଆପଣମାନେ ଭାବନ୍ତୁ ନାହିଁ ସରକାର ଏତେ ସହଜରେ ଆପଣମାନଙ୍କ ଦାବିକୁ ମାନି ନେବେ’- ଯଥାସମ୍ଭବ ବୁଝାଇବା ଭଙ୍ଗୀରେ କହିଲେ ଅବିନାଶ।
ନାଇଁ ସାହେବ; ଆମେମାନେ କେବେ ନିଜର ସ୍ୱାର୍ଥ ପାଇଁ ଏହି ଅପହଞ୍ଚ ଇଲାକାରେ ଜୀବନ କାଟୁନାହିଁ।ସାଧାରଣ ଜନତାଙ୍କୁ ଟିକେ ଶାନ୍ତିରେ ବଞ୍ଚିବାକୁ ଆମେ ଏଥିରେ ସାମିଲ୍ ହୋଇଛୁ ଆଉ ଆମର ଏହି ସ୍ୱପ୍ନ ଦିନେ ସତ ହେବ; ସ୍ୱପ୍ନ ସତ ନ ହେବା ପର୍ଯ୍ୟନ୍ତ ଆମେ ଆଖି ସେମିତି ଖୋଲା ରଖିଥିବୁ।
ହଉଁ ଠିକ୍ ଅଛି, ମୁଁ ଆପଣମାନଙ୍କ ସର୍ତ୍ତରେ ରାଜି।ମୋତେ କିନ୍ତୁ ମୋ ପୁଅ ସହିତ ଠିକ୍ ୧୨ଟା ବେଳେ ବାର୍ଥ ଡେ କେକ୍ କାଟିବାକୁ ଦେବ।
ମେଳିରୁ ସାଙ୍ଗ ହୋଇ ବସିଲେ ବିଏମ୍ଡବ୍ଲୁରେ।ପାଖ ମାର୍କେଟରେ କିଛି ଚକୋଲେଟ୍, ଖେଳଣା ବି କିଣିଲେ।ଏତିକି ବେଳେ ସାହେବ ଅବିନାଶ ପଚାରିଲେ-ଏସବୁ କାହିଁକି ? ମାଓବାଦୀଙ୍କ ମଧ୍ୟରୁ ଜଣେ କହିଲା-ସେ ଆମର ବି ପୁଅ।ସେଥିପାଇଁ ଏସବୁ।ପହଞ୍ଚିଲେ ସାହେବ ଅବିନାଶଙ୍କ ଘରେ।ସେଠାରେ ମଧ୍ୟ ତାଙ୍କ ପତ୍ନୀ ଅନିନ୍ଦିତାଙ୍କୁ ସେଇ ସମାନ ସର୍ତ୍ତ ରଖିବାକୁ କହିଲେ; କହିଲେ ବି ଆପଣଙ୍କ ସ୍ୱାମୀଙ୍କର କିଛି କ୍ଷତି ହେବାକୁ ଦେବୁ ନାହିଁ।ଧୂମ୍ଧାମ୍ରେ ପାଳିଲେ ଜନ୍ମଦିନ।
ଜନ୍ମଦିନ ସରିବା ପରେ ଶ୍ରେୟାଂଶ କହିଲା-ବାବା ମୁଁ ବି ଏଇ ଅଙ୍କଲମାନଙ୍କ ସହିତ ଯିବି।ମାମା ଏକା ଥାଉ।ପ୍ଲିଜ୍ ବାବା ତମେ ମନା କରିବନି।
- ବାବା ପାଖରେ କିଛି ଉତ୍ତର ନ ଥିଲା।କହିବାକୁ ପଦେ ବି।ଯେଉଁ ମାନଙ୍କ ବିରୋଧରେ ସ୍ୱରଉେତ୍ତାଳନ କରୁଥିଲେ, ସେଇମାନେ ଯେ ଏତେ ଭଲ ମଣିଷ ଅନୁଭବ କଲେ।ଏଇ ସମୟରେ ମାଓବାଦୀ ଦଳର ଟପ୍ ଲିଡ଼ର କହିଲେ କି-ନାଇଁ ଶ୍ରେୟାଂଶ ଆମେ ପୁଣି ତମ ଘରକୁ ଆସିବୁ, ସେତେବେଳେ ତମକୁ ନେଇଯିବୁ।ଆମ ମେଳି ବୁଲିଆସିବ।ନାଇଁ ଅଙ୍କଲ, ଆଉ ଆସିବିନି।ସବୁଦିନ ସେଠାରେ ରହିବି।
ଅନିନ୍ଦିତା ଏସବୁ ଶୁଣୁଥାଏ।ଶୁଣି ସାରିବା ପରେ-ଅବିନାଶଙ୍କୁ ବେଡ଼ରୁମ୍ ଭିତରକୁ ଡାକି କହିଲେ-ତମେ ମୋତେ ଭଲପାଅ!
- ହଁ, ଦାମ୍ପତ୍ୟର ଏତେ ବର୍ଷ ପରେ ଏ ପ୍ରଶ୍ନ ? ତମର କ’ଣ କିଛି ସନ୍ଦେହ ହେଉଛି ନା କ’ଣ?
- ନାଇଁ ତମକୁ ଆଜି ମୋର କଥା ରଖିବାକୁ ପଡ଼ିବ।ଆଉ ମୋର ଆଶା ଏବଂ ବିଶ୍ୱାସ ତମେ ମୋ କଥା ରଖିବ।
- କୁହ ଅନିନ୍ଦିତା, ତମେ ସେ ଆଇପିଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନିଅ।ସରକାର ତମକୁ ସୁରକ୍ଷା ଦେଇନି।ଦେଇଛନ୍ତି, ଆଜି ଯେଉଁମାନେ ଆମ ପୁଅର ଜନ୍ମଦିନୁ ଧୂମ୍ଧାମରେ ପାଳିଛନ୍ତି।ତମକୁ ମୁଁ ଏତେ ପାଖରେ ପାଇଛି ଏମାନଙ୍କ ବିଶ୍ୱାସ ଆଉ ମଣିଷପଣିଆ ଯୋଗୁଁ।ମୁଁ ବି ଏମାନଙ୍କ ସହ ଯିବି।ଆମେ ସମସ୍ତେ ସେଠାରେ ରହିବା।ମୋର ବିଶ୍ୱାସ ଏ କୋଟି କୋଟି ଟଙ୍କା ଆମକୁ ଯେତେ ଶାନ୍ତି ଦେଇ ନାହିଁ, ଏମାନଙ୍କ ଭଲପାଇବା ଆମକୁ ସେତିକି ଶାନ୍ତି ଦେବ।
-ଏତକ କଥା କହିବାବେଳକୁ ଲୁହରେ ଗୋଟାପଣେ ଭିଜିଯାଇଥିଲା ଅନିନ୍ଦିତା।ଖୁବ୍ ପାଖକୁ ଜାକି ଆଣି ଅବିନାଶ କହିଲେ-ତମ କଥା ନିଶ୍ଚୟ ରଖିବି।
ତା’ ପରେ ଶ୍ରେୟାଂଶକୁ ଧରି କିଛି ଆସବାବ କାରରେ ଲଦି ଚାଲିଲେ ସେହି ଅପହଞ୍ଚ ଇଲାକାର ମାଓବାଦୀ ମେଳିକୁ।ଶ୍ରେୟାଂଶ ହସି ହସି ବେଦମ୍ ହୋଇ କହୁଥାଏ-ଦେଖିଲ ମମି ଆମ ଗାଁ ଅଙ୍କଲଙ୍କ ଠାରୁ ଏମାନେ କେତେ ଭଲ।ପର ଆପଣା ନାହିଁ।
ତା ପରଦିନ ସରକାରଙ୍କୁ ପଠାଇଦେଲେ ରେଜିନେସନ ଲେଟର ପଠାଇ ସରକାରୀ ଚାକିରୀରୁ ଅବ୍ୟାହତି ନେଇଗଲେ।ସେଇଦିନଠାରୁ ମାଓବାଦୀଙ୍କ ସହିତ ମିଶିଛନ୍ତି ସାହେବ ଅବିନାଶ।
ରାଘବପୁର, ଗେଡ଼ମା, ମଞ୍ଜୁରିରୋଡ, ଜି-କେନ୍ଦୁଝର-୨୧
ଫୋନ୍-୮୮୯୫୩୦୪୫୫୬
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
