Advertisment

ଭଗବାନ ଶିବ ମଥାରେ ଚନ୍ଦ୍ରଙ୍କୁ ଧାରଣ କରନ୍ତି କାହିଁକି? ଆସନ୍ତୁ ଜାଣିବା

ଆଶୁତୋଷ ଭଗବାନ ଶିବଙ୍କ ଜଟାରୁ ପବିତ୍ର ଗଙ୍ଗାର ନିର୍ମଳ ଧାରା ବହେ। ଗଳାରେ ନାଗ ଆଉ ମସ୍ତକରେ ଶୋଭାପାଏ ଚନ୍ଦ୍ର । ସେଥିପାଇଁ ତାଙ୍କୁ ଶଶିଧର ଓ ଚନ୍ଦ୍ରଚୁଡ ମଧ୍ୟ କୁହାଯାଏ। ହେଲେ ଆପଣ ଜାଣନ୍ତି କି ଶିବ କାହିଁକି ନିଜ ମସ୍ତକରେ ଚନ୍ଦ୍ରକୁ ଧାରଣ କରିଛନ୍ତି? ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା କଥା ସମ୍ପର୍କରେ । ଶିବ ପୂରାଣରେ ବର୍ଣ୍ଣିତ ପ୍ରଥମ କଥା ଅନୁଯାୟୀ ଯେତେବେଳେ ସମୁଦ୍ର ମନ୍ଥନ କରାଯାଇଥିଲା ସେତେବେଳେ ସେଥିରୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭଗବାନ ଶିବ ମଥାରେ ଚନ୍ଦ୍ରଙ୍କୁ ଧାରଣ କରନ୍ତି କାହିଁକି? ଆସନ୍ତୁ ଜାଣିବା

images

ଆଶୁତୋଷ ଭଗବାନ ଶିବଙ୍କ ଜଟାରୁ ପବିତ୍ର ଗଙ୍ଗାର ନିର୍ମଳ ଧାରା ବହେ। ଗଳାରେ ନାଗ ଆଉ ମସ୍ତକରେ ଶୋଭାପାଏ ଚନ୍ଦ୍ର । ସେଥିପାଇଁ ତାଙ୍କୁ ଶଶିଧର ଓ ଚନ୍ଦ୍ରଚୁଡ ମଧ୍ୟ କୁହାଯାଏ। ହେଲେ ଆପଣ ଜାଣନ୍ତି କି ଶିବ କାହିଁକି ନିଜ ମସ୍ତକରେ ଚନ୍ଦ୍ରକୁ ଧାରଣ କରିଛନ୍ତି? ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା କଥା ସମ୍ପର୍କରେ ।

Advertisment

ଶିବ ପୂରାଣରେ ବର୍ଣ୍ଣିତ ପ୍ରଥମ କଥା ଅନୁଯାୟୀ ଯେତେବେଳେ ସମୁଦ୍ର ମନ୍ଥନ କରାଯାଇଥିଲା ସେତେବେଳେ ସେଥିରୁ ବିଷ ବାହାରିଥିଲା। ସାରା ସୃଷ୍ଟିକୁ ରକ୍ଷା କରିବା ପାଇଁ ଭଗବାନ ଶିବ ସମସ୍ତ ବିଷକୁ ପାନ କରିଥିଲେ। ପ୍ରଚଣ୍ଡ ବିଷର ଜ୍ୱାଳାରେ ତାଙ୍କ କଣ୍ଠ ନୀଳ ପଡିଗଲା । ସେଥିପାଇଁ ତାଙ୍କୁ କୁହାଗଲା ନୀଳକଣ୍ଠ । ବିଷ ପ୍ରଭାବରେ ଭଗବାନ ଶିବଙ୍କ ଶରୀର ଅତ୍ୟଧିକ ଉତପ୍ତ ହୋଇଗଲା। ଏଣୁ ତାଙ୍କୁ ଶୀତଳତା ପ୍ରଦାନ କରିବାକୁ ବିକଳ୍ପ ଖୋଜିବାକୁ ଲାଗିଲେ ଦେବଗଣ। ଚନ୍ଦ୍ର ଶିତଳତା ପ୍ରଦାନ କରୁଥିବା ଦେବତା ହୋଇଥିବାରୁ ତାଙ୍କୁ ହିଁ ସ୍ୱୟଂ ଭଗବାନ ମସ୍ତକରେ ଧାରଣ କରିଥିଲେ। ସେବେଠୁ ଚନ୍ଦ୍ର ଶିବଙ୍କ ମସ୍ତକରେ ବିରାଜମାନ ହୋଇ ସାରା ସୃଷ୍ଟିକୁ ଶୀତଳତା ପ୍ରଦାନ କରିଆସୁଛନ୍ତି।

ଦ୍ୱିତୀୟ ପୌରାଣିକ କଥା ଅନୁଯାୟୀ ଚନ୍ଦ୍ରଙ୍କ ବିବାହ ପ୍ରଜାପତି ଦକ୍ଷଙ୍କ ୨୭ଟି ନକ୍ଷତ୍ର କନ୍ୟାଙ୍କ ସହ ହୋଇଥିଲା। ଏହି ଦକ୍ଷକନ୍ୟାମାନଙ୍କ ମଧ୍ୟରୁ ରୋହିଣୀ ଚନ୍ଦ୍ରଙ୍କର ସବୁଠୁ ଅଧିକ ପ୍ରିୟ ଥିଲେ। ଯାହା ଫଳରେ ଇର୍ଷାନ୍ୱୀତ ଅନ୍ୟ ପତ୍ନୀମାନେ ରାଗିଯାଇ ଦକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଶୁଣି ଦକ୍ଷ ରାଗିଯାଇ ଚନ୍ଦ୍ର ଶରୀର କ୍ଷୟ ହୋଇଯାଉ ବୋଲି ଅଭିଶାପ ଦେଇଥିଲେ। ଏହି ଅଭିଷାପର ପ୍ରତିଫଳନ ସ୍ୱରୁପ ଚନ୍ଦ୍ର ଧୀରେ ଧୀରେ କ୍ଷୟ ହେବାକୁ ଲାଗିଲେ। ଦୁଃଖ ଓ ସନ୍ତାପରେ ଚନ୍ଦ୍ର ଏହି ଅଭିଶାପରୁ ମୁକ୍ତି ହେବାକୁ ଭଗବାନ ଶିବଙ୍କୁ ତପସ୍ୟା କରିଥିଲେ।

Advertisment

ଚନ୍ଦ୍ରଙ୍କ ତପସ୍ୟାରେ ଶିବ ପ୍ରସନ୍ନ ହେଇ ତାଙ୍କ ଶ୍ରାପ ବିମୋଚନ ସ୍ୱରୁପ ନିଜ ମସ୍ତକରେ ଧାରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅଭିଷାପ ମୁତାବକ ଚନ୍ଦ୍ର ମାସର ଗୋଟିଏ ପକ୍ଷ କ୍ଷୟ ହୋଇ ପୂନର୍ବାର ଆଉଗୋଟିଏ ପକ୍ଷରେ ନିଜ ପୂର୍ବ ସୌନ୍ଦର୍ଯ୍ୟ ଫେରିପାଇବେ ବୋଲି କୁହାଯାଇଥିଲା। ଯେଉଁଥିପାଇଁ ଅମାବାସ୍ୟା ପକ୍ଷରେ ଚନ୍ଦ୍ର କ୍ଷୟ ଯାଉଥିବା ବେଳେ ପୂର୍ଣ୍ଣିମା ପକ୍ଷରେ ପୂର୍ବବତ୍‌ ସ୍ଥିତିକୁ ଫେରିଆସନ୍ତି । ପୌରାଣିକ ମାନ୍ୟତା ଅନୁଯାୟୀ ଏବେ ମଧ୍ୟ ଦକ୍ଷଙ୍କ ଅଭିଶାପ ପାଇଁ ଚନ୍ଦ୍ରଙ୍କ ଆକାର କମି କମି ଯାଇଥାଏ। କିନ୍ତୁ ପୂର୍ଣ୍ଣିମା ଦିନ ଚନ୍ଦ୍ର ନିଜ ସମ୍ପୁର୍ଣ୍ଣ ଆକାରରେ ନଜର ଆସନ୍ତି।