ଆଇସିସି ବିଶ୍ୱକପ୍ ଏକାଦଶ: ଜାଣନ୍ତୁ କେଉଁ ଖେଳାଳି ସ୍ଥାନ ପାଇଲେ

ଲଣ୍ଡନ: ଇଂଲଣ୍ଡ ଆଣ୍ଡ ୱେଲ୍ସରେ ରବିବାର ସମ୍ପନ୍ନ ହୋଇଥିବା ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପରେ ଆଇସିସି ତା’ର ବିଶ୍ୱକପ୍ ଟିମ୍ ଘୋଷଣା କରିଛି। ଏହି ଟିମରେ ଦୁଇଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏହି ଟିମରେ ସ୍ଥାନ ମିଳିନାହିଁ। ଭାରତ ପକ୍ଷରୁ ବିଶ୍ୱକପରେ ଚମତ୍କାର ଫର୍ମରେ ରହିଥିବା ରୋହିତ୍ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କୁ ସ୍ଥାନ ମିଳିଛି। ଆଇସିସି ତା’ର ବିଶ୍ୱକପ୍ ଟିମର ନେତୃତ୍ୱ ଭାର ନ୍ୟୁଜିଲ୍ୟାଣ୍ଡ୍ […]

icc-11..

icc-11..

Hemant Lenka
  • Published: Monday, 15 July 2019
  • Updated: 15 July 2019, 10:24 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡ ଆଣ୍ଡ ୱେଲ୍ସରେ ରବିବାର ସମ୍ପନ୍ନ ହୋଇଥିବା ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପରେ ଆଇସିସି ତା'ର ବିଶ୍ୱକପ୍ ଟିମ୍ ଘୋଷଣା କରିଛି। ଏହି ଟିମରେ ଦୁଇଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏହି ଟିମରେ ସ୍ଥାନ ମିଳିନାହିଁ। ଭାରତ ପକ୍ଷରୁ ବିଶ୍ୱକପରେ ଚମତ୍କାର ଫର୍ମରେ ରହିଥିବା ରୋହିତ୍ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କୁ ସ୍ଥାନ ମିଳିଛି।

ଆଇସିସି ତା'ର ବିଶ୍ୱକପ୍ ଟିମର ନେତୃତ୍ୱ ଭାର ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଦେଇଛି। ଏହି ଟିମରେ ଇଂଲଣ୍ଡର ସର୍ବାଧିକ ୪ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଭାରତ, ନ୍ୟୁଜିଲ୍ୟାଣ୍ଡ୍ ଓ ଅଷ୍ଟ୍ରେଲିଆର ଦୁଇଜଣ ଲେଖାଏ, ବାଂଲାଦେଶର ଜଣେ ଖେଳାଳି ସ୍ଥାନ ପାଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କୁ ଦ୍ୱାଦଶ ଖେଳାଳି ଭାବେ ଏହି ଟିମରେ ସ୍ଥାନ ମିଳିଛି।

ଆଇସିସି ତା'ର ବିଶ୍ୱକପ୍ ଟିମରେ ସେହି ଖେଳାଳିଙ୍କୁ ଚୟନ କରିଛି, ଯିଏ ୭ ସପ୍ତାହ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଦର୍ଶନ ଦ୍ୱାରା ଲଗାତାର ପ୍ରଭାବିତ କରିଛନ୍ତି। ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଟୁର୍ଣ୍ଣାମେଣ୍ଟରେ ୫ଟି ଶତକ ସହ ସର୍ବାଧିକ ୬୪୮ ରନ୍ କରିଛନ୍ତି। ରୋହିତ୍ ମଧ୍ୟ ଗୋଟିଏ ସଂସ୍କରଣରେ ୫ଟି ଶତକ ମାରିବାର ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ତାଙ୍କ ପରେ ଦ୍ୱିତୀୟ ଓପ୍ନର ଭାବେ ଇଂଲଣ୍ଡର ଜେସନ୍ ରୟଙ୍କୁ ଚୟନ କରାଯାଇଛି। ରୟ ଟୁର୍ଣ୍ଣାମେଣ୍ଟରେ ୧୧୫.୩୬ ଷ୍ଟ୍ରାଇକରେଟରେ ୪୪୩ ରନ୍ କରିଛନ୍ତି। ସେ ଆହତ କାରଣରୁ ବିଶ୍ୱକପର କିଛି ମ୍ୟାଚ୍ ଖେଳିପାରିନଥିଲେ। ଭାରତ ବିପକ୍ଷ କର ବା ମର ମ୍ୟାଚରେ ସେ ଦମଦାର ବ୍ୟାଟିଂ ଇଂଲଣ୍ଡ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ।

ନମ୍ବର-୩ ପାଇଁ କିୱି କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ସାମିଲ୍ କରାଯାଇଛି। ତାଙ୍କୁ କ୍ୟାପଟେନ୍ ଭାବେ ଚୟନ କରାଯାଇଛି। ୱିଲିୟମସନ୍ ଏହି ବିଶ୍ୱକପରେ ୮୨.୫୭ ହାରରେ ୫୭୮ ରନ୍ କରିଛନ୍ତି। ଏଥିସହ ସେ ନୂଆ ବିଶ୍ୱରେକର୍ଡ ମଧ୍ୟ କରିଛନ୍ତି। କୌଣସି ବିଶ୍ୱକପ୍ ସଂସ୍କରଣରେ ଅଧିନାୟକ ଭାବେ ସର୍ବାଧିକ ରନ୍ କରିବାର ରେକର୍ଡ ୱିଲିୟମସନଙ୍କ ନାମରେ ହୋଇଛି। ଏହି ମାମଲାରେ ସେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇଛନ୍ତି।

ଇଂଲଣ୍ଡ ମଧ୍ୟକ୍ରମର ମୁଖ୍ୟ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ଚତୁର୍ଥ ସ୍ଥାନ ପାଇଁ ଚୟନ କରାଯାଇଛି, ଯିଏ ଚଳିତ ବିଶ୍ୱକପରେ ୫୫୬ ରନ୍ କରିଛନ୍ତି। ବାଂଲାଦେଶର ତାରକା ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ପଞ୍ଚମ ସ୍ଥାନ ରଖାଯାଇଛି। ସାକିବ୍ ବାଂଲାଦେଶ ପକ୍ଷରୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେ ୫୬.୫୭ ହାରରେ ୬୦୬ ରନ୍ କରିଛନ୍ତି। ଏହାଛଡ଼ା ସେ ୧୧ ୱିକେଟ୍ ମଧ୍ୟ ନିଜ ନାମରେ କରିଛନ୍ତି।

ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଷଷ୍ଠ ସ୍ଥାନ ପାଇଁ ଚୟନ କରାଯାଇଛି। ଫାଇନାଲରେ ଦମଦାର ପ୍ରଦର୍ଶନ ଯୋଗୁ ଷ୍ଟୋକ୍ସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଏହାଛଡ଼ା ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ପରାସ୍ତ ହୋଇଥିଲେ ହେଁ ସେ ୮୨³ ଓ ୮୯ ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ। ଅଷ୍ଟ୍ରେଲୀୟ ୱିକେଟକିପର ଆଲେକ୍ସ କ୍ୟାରିଙ୍କୁ ସପ୍ତମ ସ୍ଥାନରେ ସୁଯୋଗ ମିଳିଛି। ସେ ବିଶ୍ୱକପର ୯ ଇନିଂସରେ ୩୭୫ ରନ୍ କରିବା ସହ କିପିଙ୍ଗରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

କ୍ୟାରିଙ୍କ ସାଥୀ ଖେଳାଳି ମିଚେଲ୍ ଷ୍ଟାର୍କ ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଆଇସିସି ବିଶ୍ୱକପ୍ ଏକାଦଶରେ ସ୍ଥାନ ପାଇଛନ୍ତି। ସେ ବିଶ୍ୱକପରେ ସର୍ବକାଳୀନ ରେକର୍ଡ ୨୭ ୱିକେଟ୍ ହାସଲ କରିଛନ୍ତି। ସେମିଫାଇନାଲ୍ ମ୍ୟାଚ୍ ପୂର୍ବରୁ ତାଙ୍କର ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ଥିଲା। ନବମ ସ୍ଥାନ ପାଇଁ ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ସ୍ଥାନ ମିଳିଛି, ଯିଏ ବିଶ୍ୱକପରେ ୨୦ ୱିକେଟ୍ ହାସଲ କରିଛନ୍ତି। ଦଶମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଲକି ଫର୍ଗୁସନ୍ ଓ ଏକାଦଶ ସ୍ଥାନରେ ଭାରତର ବୁମ୍ରାଙ୍କୁ ଚୟନ କରାଯାଇଛି। ଫର୍ଗୁସନ୍ ଚଳିତ ସଂସ୍କରଣରେ ୨୧ ୱିକେଟ୍ ନେଇ ବୋଲରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ବୁମ୍ରା ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ୧୮ ୱିକେଟ୍ ନେଇଛନ୍ତି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଆଇସିସି ଦିନିକିଆ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଥିବା ବିରାଟ୍ କୋହଲିଙ୍କୁ ଏହି ବିଶ୍ୱକପ୍ ଟିମରେ ସ୍ଥାନ ମିଳିନାହିଁ। କୋହଲି ଏହି ବିଶ୍ୱକପରେ ୪୪୨ ରନ୍ କରିଥିଲେ। ବିରାଟ ମଧ୍ୟ ବିଶ୍ୱକପରେ ଲଗାତାର ୫ଟି ଅର୍ଦ୍ଧଶତକ ମାରି ରେକର୍ଡ କରିଥିଲେ। କିନ୍ତୁ ବିଶ୍ୱକପରେ ସେ ନିଜର କୌଣସି ଇନିଂସକୁ ଶତକରେ ପରିଣତ କରିପାରିନଥିଲେ।

ଆଇସିସି ବିଶ୍ୱକପ୍ ଏକାଦଶ: ରୋହିତ୍ ଶର୍ମା, ଜେସନ୍ ରୟ, କେନ୍ ୱିଲିୟମସନ୍ (କ୍ୟାପଟେନ୍), ଜୋ ରୁଟ୍, ସାକିବ୍ ଅଲ୍ ହାସନ୍, ବେନ୍ ଷ୍ଟୋକ୍ସ, ଆଲେକ୍ସ କ୍ୟାରି (ୱିକେଟକିପର), ମିଚେଲ୍ ଷ୍ଟାର୍କ, ଜୋଫ୍ରା ଆର୍ଚର, ଲକି ଫର୍ଗୁସନ୍, ଯଶପ୍ରୀତ ବୁମ୍ରା। ଦ୍ୱାଦଶ ଖେଳାଳି: ଟ୍ରେଣ୍ଟ ବୋଲ୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story