ଗୁଣପୁର: କାଠ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଗିରଫ

truck

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବନ ବିଭାଗ ପକ୍ଷରୁ ପଦ୍ମପୁର ନିକଟରୁ ଚଢାଉ କରାଯାଇ ଏକ କାଠ ବଝେଇ ଟ୍ରକକୁ  ଜବତ କରାଯାଇଛି। ଏଥିରେ ବୋଝେଇ ହୋଇଥିବା ମୂଲ୍ୟବାନ କାଠଗୁଡିକୁ ଜବତ କରାଯିବା ପରେ ଗୁଣପୁର ରେଞ୍ଜ ଅଫିସରେ ରଖାଯାଇଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଡ୍ରାଇଭରକୁ ଗିରଫ କରାଯାଇଛି। ଏହି କାଠ ପଡୋଶୀ ଆନ୍ଧ୍ରପ୍ରଦେଶର କାକିନଡାକୁ ଯାଉଥିବାବେଳେ ଚଢାଉ କରାଯାଇଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend